Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁଇ ଦିନିଆ ଓଡ଼ିଶା ଗସ୍ତ କରିବେ ଗୃହମନ୍ତ୍ରୀ ଅମିତ୍‌ ଶାହା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ।  ଆସନ୍ତା 28 ତାରିଖ ଦିନ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବା ସିଏଏ ସମର୍ଥନ ସଭାରେ ଯୋଗ ଦେବେ ଗୃହ ମନ୍ତ୍ରୀ ଅମିତ ଶାହା । ଏ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହା ସହ 29 ତାରିଖ ଦିନ ପୁରୀ ଶ୍ରୀ ମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଦର୍ଶନ କରିବେ ଗୃହମନ୍ତ୍ରୀ ଅମିତ ଶାହା । ଆସନ୍ତା 28 ତାରିଖରେ ନାଗରିକ ସଂଶୋଧନ ଆଇନ ନେଇ ଏକ ବିଶାଳ ରାଜ୍ୟସ୍ତରୀୟ ସଭା ହେବ । ଏଥିରେ 1ଲକ୍ଷ ଲୋକ ସାମିଲ୍‌ ହେବେ ବୋଲି ସୂଚନା ରହିଛି ।

Categories
ବିଶେଷ ଖବର

ଆମ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି ବୋଲି ବିଶ୍ଵାସ କରିବାକୁ ଇଚ୍ଛା ହେଉନି, ହେଲେ ବିଶ୍ଵାସ କରିବାକୁ ଆମେ ବାଧ୍ୟ

କେଦାର ମିଶ୍ର

ଗତ ରବିବାର ଦିଲ୍ଲୀରେ ଏକ ବିଶାଳ ଜନସଭାକୁ ଉଦବୋଧନ ଦେଇ ଆମର ପ୍ରଧାନମନ୍ତ୍ରୀ କହିଲେ, ତାଙ୍କ ସରକାର ବିରୋଧରେ ମିଛ ଅପପ୍ରଚାର ଚାଲିଛିବିରୋଧୀ ଦଳ ଓ “ଅର୍ବାନ ନକ୍ସଲ’’ (ଭଗବାନ ଜାଣନ୍ତି, ଏହାର ଅର୍ଥ କଣ) ମାନେ ଜାତୀୟ ନାଗରିକତା ପଞ୍ଜୀକରଣ ଓ ନାଗରିକତାରୁ ବାଦ ପଡିଥିବା ଲୋକଙ୍କୁ ଅଟକ ରଖିବା ପାଇଁ ତିଆରି ହେଉଥିବା ଜେଲ ବିଷୟରେ ମିଛ କହୁଛନ୍ତି ବୋଲି ସେ ବଡ ଆବେଗଭରା ଭାଷଣ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣି ଗୋଟେ ଓଡିଆ ଟେଲିଭିଜନ ଚାନେଲ ଲେଖିଲା- “ଦେଶ ଦେଖିଲା ପ୍ରଧାନମନ୍ତ୍ରୀଙ୍କ ରୌଦ୍ର ରୂପ”। ଏହି ତଥାକଥିତ ରୌଦ୍ର ରୂପ ଯେ କେବଳ ମିଛ ଓ ଛଳନାର ଭାଷଣ ଥିଲା, ସେକଥା ତୁରନ୍ତ ଧରା ପଡିଗଲା । ପ୍ରଧାନମନ୍ତ୍ରୀ କହିଥିବା କୌଣସି କଥା ଯେ ସତ୍ୟ ଓ ତଥ୍ୟ ଆଧାରିତ ନଥିଲା, ସେକଥା ଦେଶ ଓ ବିଦେଶର ଗଣମାଧ୍ୟମ ଆଖି ଚିରି ଦେଖାଇଦେଲେ।

ତେବେ ପ୍ରଧାନମନ୍ତ୍ରୀ କହିଥିଲେ କଣ? ବଡ ଆତ୍ମବିଶ୍ବାସର ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜାତୀୟ ନାଗରିକତା ପଞ୍ଜୀକରଣ ସମ୍ପର୍କରେ ତାଙ୍କ ସରକାର ଏ ଯାଏ କୌଣସି କଥା କହିନଥିବା ବେଳେ, ସେ ସମ୍ପର୍କରେ ମିଥ୍ୟା ଓ ଉଦ୍ଦେଶ୍ୟମୂଳକ ପ୍ରଚାର କରାଯାଉଛି। ଏହା ସତ୍ୟ କି? ଜାତୀୟ ନାଗରିକତା ପଞ୍ଜୀକରଣ ସମ୍ପର୍କରେ ବିରୋଧୀ ମିଛ କହୁଛନ୍ତି ବୋଲି କହିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜେ ଏ ସମ୍ପର୍କରେ ଅନୁଧ୍ୟାନ କରିବା ଉଚିତ ହୋଇଥାନ୍ତା। ପ୍ରଧାନମନ୍ତ୍ରୀଙ୍କ ଦଳ ବିଜେପିର ଅଧ୍ୟକ୍ଷ ତଥା ତାଙ୍କ ନିଜ କ୍ୟାବିନେଟର ଗୃହମନ୍ତ୍ରୀ ଅମିତ ଶାହ, ଏକାଧିକ ଥର ଏନସିଆର ବା ଜାତୀୟ ନାଗରିକ ପଞ୍ଜୀକରଣ ସାରା ଦେଶରେ ହେବାକୁ ଯାଉଛି ବୋଲି ସ୍ପଷ୍ଟ କହିଛନ୍ତି। ଖୋଦ ସଂସଦ ଭିତରେ ଏ ସମ୍ପର୍କରେ ଗୃହମନ୍ତ୍ରୀ ବୟାନ ଦେଇଛନ୍ତି। ପ୍ରଥମେ ନାଗରିକତା ସଂଶୋଧନ ଆଇନ ଆସିଲା ପରେ ଜାତୀୟ ନାଗରିକତା ପଞ୍ଜୀକରଣ ଦେଶବ୍ୟାପୀ କରାଯିବ ବୋଲି ଅମିତ ଶାହ କହିଛନ୍ତି। ଚଳିତ ବର୍ଷ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ସରକାର ଜାତୀୟ ନାଗରିକତା ପଞ୍ଜିକରଣକୁ ଲାଗୁ କରିବ ବୋଲି କହିଥିଲେ।

ତା ସତ୍ତ୍ୱେ ଏ ସମ୍ପର୍କରେ ନରେନ୍ଦ୍ର ମୋଦୀ ସରକାର ଏ ବିଷୟରେ ଚିନ୍ତା ମଧ୍ୟ କରି ନାହାନ୍ତି ବୋଲି କହିବା ଡାହା ମିଛ ନୁହେଁ କି? ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ଆମକୁ ପଚାରିବାକୁ ପଡିବ, କିଏ ମିଛ କହୁଛି- ପ୍ରଧାନମନ୍ତ୍ରୀ ନା ଗୃହମନ୍ତ୍ରୀ? ଆମେ କାହାକୁ ବିଶ୍ଵାସ କରିବା? ଆଜି ଦେଶ ସାରା ଯେତେବେଳେ ସଂଶୋଧିତ ନାଗରିକତା ଆଇନ ଓ ପ୍ରସ୍ତାବିତ ଜାତୀୟ ନାଗରିକତା ପଞ୍ଜୀକରଣ ବିରୋଧରେ ଜନ ଅସନ୍ତୋଷ ବ୍ୟାପକ ହେଉଛି, ସେଥିରୁ ବର୍ତ୍ତିବାକୁ ଯାଇ ପ୍ରଧାନମନ୍ତ୍ରୀ ମିଥ୍ୟାର ଆଶ୍ରୟ ନେଇଛନ୍ତି। କେବଳ ଅମିତ ଶାହ ନୁହନ୍ତି, ମୋଦୀ ସରକାରର ଅନେକ ମନ୍ତ୍ରୀ ଓ ବିଜେପିର ପଦାଧିକାରୀ ଜାତୀୟ ନାଗରିକତା ପଞ୍ଜୀକରଣ ସପକ୍ଷରେ ମତ ଦେଇଛନ୍ତି।

ଗୋଟେ ପକ୍ଷରେ ପ୍ରଧାନମନ୍ତ୍ରୀ ଏନଆରସି କଥା ମିଛ ବୋଲି କହୁଥିବା ବେଳେ ଏହା ସପକ୍ଷରେ ବିଜେପି ଜନସଭା କରୁଛି କାହିଁକି? ପ୍ରଧାନମନ୍ତ୍ରୀ ଓ ତାଙ୍କ ଗୃହମନ୍ତ୍ରୀ ପରଷ୍ପର ବିରୋଧୀ ମତ ରଖିବା ଆଶ୍ଚର୍ୟଜନକ। ମୋଦୀ ଶାହଙ୍କୁ ମିଛୁଆ କହୁଛନ୍ତି ନା ଶାହ ମୋଦୀଙ୍କୁ ଅଣଦେଖା କରୁଛନ୍ତି, ତାହା ମଧ୍ୟ ଆଜି ଆଉ ଏକ ପ୍ରଶ୍ନ। ଅମିତ ଶାହ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ଖୋଲାଖୋଲି ଆହ୍ଵାନ ଦେଉଛନ୍ତି ବୋଲି କୁହାଯାଇ ପାରିବ କି?

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବେଆଇନ ନାଗରିକଙ୍କୁ ଅଟକ ରଖିବା ଲାଗି ସେମିତି କୌଣସି ଅଟକ ଗୃହ ତିଆରି କରା ଯାଉନାହିଁକର୍ଣ୍ଣାଟକ, ଆସାମ ଓ ମହାରାଷ୍ଟ୍ରରେ ଏ ପ୍ରକାର ଅଟକ ଗୃହ ତିଆରି ହେଉଥିବା କଥା ଖୋଦ ମୋଦୀ ସରକାର ସଂସଦରେ ସ୍ଵୀକାର କରିଛନ୍ତି। ମୋଦୀ ସରକାରର ପ୍ରଥମ ପାଳିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀ ଓ ଏହି ପାଳିରେ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକଥା ସଂସଦ ଗୃହରେ  ସ୍ଵୀକାର  କରିଛନ୍ତି। ବିଭିନ୍ନ ଗଣମାଧ୍ୟମକୁ  ସାକ୍ଷାତ୍କାର ଦେବା ଅବସରରେ ଏ କଥାକୁ ଅମିତ ଶାହ ମଧ୍ୟ ସ୍ଵୀକାର କରିଛନ୍ତିତଥାପି ଏହା ମିଛ ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି କେମିତି?

ସଂସଦରେ ଉପସ୍ଥାପିତ ସରକାରୀ ତଥ୍ୟକୁ ସରକାରର ମୁଖ୍ୟ କାର୍ୟ ନିର୍ବାହୀ ଭାବରେ ପ୍ରଧାନମନ୍ତ୍ରୀ ଅସ୍ଵୀକାର କରିବା ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଛିନିକଟରେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମିଛ କହିଥିବାରୁ ସେଠିକାର ପ୍ରଧାନମନ୍ତ୍ରୀ ନିଜ ପଦ ଛାଡିବାକୁ ବାଧ୍ୟ ହୋଇଛନ୍ତିଆମ ଦେଶରେ କିନ୍ତୁ ଏହାର କୌଣସି ପ୍ରଭାବ ପଡୁ ନାହିଁ। ଆମର ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାଗୁଡିକରେ ନିରନ୍ତର ମିଛ କହୁଥିବାର ପ୍ରମାଣ ଅନେକ ରହିଛି। ଏହାକୁ ଆମେ ଗ୍ରହଣ କରିନେଉଛୁ କେମିତି?

ଦେଶର ପ୍ରଧାନମନ୍ତ୍ରୀଙ୍କୁ ମିଛୁଆ  ବୋଲି କହିବାକୁ ଆମେ ଆଦୌ ଚାହୁଁ ନାହୁଁହେଲେ ସତ୍ୟ ଓ ତଥ୍ୟ ଦେଖିଲା ପରେ ପ୍ରଧାନମନ୍ତ୍ରୀଙ୍କୁ ମିଛୁଆ  ବ୍ୟତୀତ ଆଉ କିଛି କହି ହେବ କି? ପ୍ରଧାନମନ୍ତ୍ରୀ ପଦର ମର୍ଯାଦା ଓ ଗାରିମା ଦୃଷ୍ଟିରୁ ଏହା ସବୁଠୁ ପୀଡାଦାୟକ ସତ୍ୟ ବୋଲି ଆମକୁ ସ୍ଵୀକାର କରିବାକୁ ପଡିବଆଜି ଆନ୍ତର୍ଜାତିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମିଛ ସମ୍ପର୍କରେ ଯେଉଁ ପ୍ରକାର ଖବର ସବୁ ବାହାରୁଛି, ତାକୁ ପଢି , ଶୁଣି ଲଜ୍ଜାରେ ଆମ ମୁଣ୍ଡ ତଳକୁ ହୋଇ ଯାଉଛି 

Categories
ଆଜିର ଖବର

ଚାରିମାସ ମଧ୍ୟରେ ନଭଶ୍ଚୁମ୍ବୀ ଭବ୍ୟ ରାମ ମନ୍ଦିରର ହେବ ନିର୍ମାଣ : ଅମିତ୍‌ ଶାହା

ଝାଡଖଣ୍ଡ, 16/12: ଝାଡ଼ଖଣ୍ଡର ପାକୁଡ଼ରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏକ ନିର୍ବାଚନ ଜନସଭାକୁ ସମ୍ଭୋଧିତ କରି କହିଛନ୍ତି ଯେ ଚାରି ମାସ ଭିତରେ ନଭଶ୍ଚୁମ୍ବୀ ରାମ ମନ୍ଦିର ଅଯୋଧ୍ୟାରେ ହେବାକୁ ଯାଉଛି। ଅମିତ ଶାହ କହିଛନ୍ତି, ନିକଟରେ ସୁପ୍ରିମକୋର୍ଟ ଅଯୋଧ୍ୟା ରାୟ ଶୁଣାଇଛନ୍ତି । ଶହ ଶହ ବର୍ଷରୁ ସାରା ବିଶ୍ୱର ଭାରତୀୟଙ୍କ ଦାବି ଥିଲା ଯେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଦରକାର । ଏବେ ଭବ୍ୟ ରାମ ମନ୍ଦିର ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଚି। ଅମିତ ଶାହ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, “ବର୍ଷ ବର୍ଷ ଧରି ଯୁବକମାନେ ଲଢେଇ ଲଢିଥିଲେ କିନ୍ତୁ ଯେପର୍ଯ୍ୟନ୍ତ କଂଗ୍ରେସର ଶାସନ ଥିଲା ସେ ପର୍ଯ୍ୟନ୍ତ ଝଡଖଣ୍ଡର ରଚନା ହୋଇ ନଥିଲା। ଯେତେବେଳେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଆସିଲା ଏହାପରେ ଝାଡଖଣ୍ଡର ନିର୍ମାଣ କରିଥିଲେ । ଅଟଳ ବିହାରୀ ବାଜପେୟୀ ଝାଡଖଣ୍ଡକୁ ଗଠନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ବିକାଶର କାମ କରୁଛନ୍ତି ବୋଲି କହିଛନ୍ତି ଅମିତ୍‌ ଶାହା (ଏଜେନ୍ସି)

Categories
ବିଶେଷ ଖବର

ସଂସଦରେ ମିଛ କହୁଥିବା ମନ୍ତ୍ରୀଙ୍କୁ ଆମର ଶୁଭେଚ୍ଛା, ଗଣତନ୍ତ୍ରର ମନ୍ଦିରରେ ମନ୍ତ୍ରୀଙ୍କର ମିଛ ଆଜି ସାରା ଦେଶ ଦେଖୁଛି

କେଦାର ମିଶ୍ର

ରାଜନେତାମାନେ ମିଛ କହନ୍ତି, ଏକଥା ଆମେ ଜାଣିଛୁ ସେମାନଙ୍କ ମିଛକୁ ବୃତ୍ତିଗତ ଆବଶ୍ୟକତା ବା ପେଷାଦାର ଚାଲାକି ବୋଲି ମଧ୍ୟ ଆମେ ଗ୍ରହଣ କରିନେଇଛୁ ହେଲେ ସଂସଦ ଭିତରେ ମିଛ କହିବାର ଅପସାହସ ବହୁତ କମ ରାଜନେତା କରିଥାନ୍ତିଆଜି ପର୍ୟନ୍ତ ସଂସଦୀୟ ଗରିମା ଭାରତୀୟ ଗଣତନ୍ତ୍ରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ଆମେ ଭାବି ଆସିଥିଲୁହେଲେ ଗତ କିଛିଦିନ ହେଲା ସଂସଦୀୟ ଗରିମା,କେବଳ ଏକ ଶବ୍ଦ ମାତ୍ର ହୋଇ ରହିଯାଇଛି।   ନରେନ୍ଦ୍ର ମୋଦୀ ସରକାରର ଅନେକ ମନ୍ତ୍ରୀ ସଂସଦରେ ସ୍ପଷ୍ଟତଃ ମିଛ କହୁଥିବାର ଅନେକ ଉଦାହରଣ ଆମେ ଦେଖୁଛୁଯେମିତି କାଶ୍ମୀର ରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲଲାଙ୍କୁ ଅଟକ ରକ୍ଷା ଯାଇନାହିଁ,ସେ ନିଜ ଇଚ୍ଛା ରେ ସଂସଦକୁ ଆସୁନାହାନ୍ତି ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଥିଲେତାର ମାତ୍ର ଅଳ୍ପ ଦିନପରେ ସରକାର ମାନିଲେଯେ ଫାରୁକ ଅବଦୁଲ୍ଲାଙ୍କୁ ସରକାର ଗିରଫ କରିଛନ୍ତିସଂସଦ ଭବନରେ ମିଛ କହିବାର ଏହାଠୁ ବଡ ଉଦାହରଣ ହୁଏତ ନଥିଲା। ମୋଦୀ ସରକାରରେ ସବୁଠୁ ବଡ ବୋଲି କୌଣସି ଘଟଣାକୁ କହିହେବ ନାହିଁକାରଣ କେତେବେଳେ କାହାଠୁ ବଡ ମିଛ ବା ବାହାପିଆମୀ ଏ ସରକାରରେ ଦେଖିବାକୁ ବା ଶୁଣିବାକୁ ମିଳିବ, ତାର କୌଣସି ସ୍ପଷ୍ଟତା ନାହିଁ

ଦୁଇ ଦିନ ତଳେ ଯେତେବେଳେ ନାଗରିକତା ସଂଶୋଧନ ଆଇନ ବିପକ୍ଷରେ ପୂରା ଦେଶ ଜଳୁଛି, ସେହି ସମୟରେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସଂସଦରେ ଅତ୍ୟନ୍ତ ନାଟକୀୟ ଭାବରେ ବିରୋଧୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅତ୍ୟନ୍ତ ଆକ୍ରାମକ ଢଙ୍ଗରେ ସମାଲୋଚନା କରି କହିଲେ ଯେ, ରାହୁଲ ଗାନ୍ଧୀ କୁଆଡେ ଖୋଲାଖୋଲି ଭାରତରେ ଧର୍ଷଣକୁ ପ୍ରୋତ୍ସାହିତ କରୁଛନ୍ତିସଂସଦୀୟ ଇତିହାସରେ କୌଣସି ନିର୍ବାଚନୀ ସଭାର ଭାଷଣକୁ ନେଇ ସଂସଦରେ ଏପ୍ରକାର ଆଲୋଚନା ଅତ୍ୟନ୍ତ ବିରଳଗତ ଗୁଜରାଟ ବିଧାନସଭା ସମୟରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଜନୈକ ପାକିସ୍ତାନ ରାଜନେତାଙ୍କୁ ଭେଟିଥିବାର ସୌଜନ୍ୟମୂଳକ ଘଟଣାକୁ ଅତ୍ୟନ୍ତ ବିକୃତ  ଢଙ୍ଗରେ ଉପସ୍ଥାପନ କରିଥିଲେ। ପରେ ସଂସଦରେ ଏହାକୁ ସରକାର ଅସ୍ଵୀକାର କରିଥିଲେ। ତେବେ ସରକାରୀ ଅସ୍ଵୀକାର ପରେ ମନମୋହନ ସିଂ ବା କଂଗ୍ରେସ ଦଳ ଏହାକୁ ଆଉ ଗୁରୁତ୍ଵ ଦେଇନଥିଲେତେବେ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଖୋଦ ସଂସଦଗୃହରେ ଯାହା କହିଲେ, ତାହା ଅତ୍ୟନ୍ତ ସଙ୍ଗୀନ ଓ ସାଙ୍ଘାତିକବିରୋଧିଦଳର ବରିଷ୍ଠ ନେତା ଧର୍ଷଣକୁ ଉତ୍ସାହିତ କରୁଛନ୍ତି ବୋଲି ଦେଶର ବରିଷ୍ଠ ମନ୍ତ୍ରୀ ଯେତେବେଳେ ସଂସଦରେ କହୁଛନ୍ତି, ଏହା ଆଦୌ ଛୋଟିଆ କଥା ନୁହେଁ। ବିଧିବଦ୍ଧ ଭାବରେ ମନ୍ତ୍ରୀ ହେଉଛନ୍ତି ସରକାର ଓ ତାଙ୍କ ସଂସଦୀୟ ବକ୍ତବ୍ୟ ସତ୍ୟ ଉପରେ ପ୍ରତିଷ୍ଟିତ ହେବାକୁ ବାଧ୍ୟ। ମନ୍ତ୍ରୀ ସ୍ମୃତି ଇରାନୀ କହିଥିବା କଥାଟି ଯଦି ସତ୍ୟ ତାହେଲେ, ସରକାର ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତାଲା ଦେଇଛନ୍ତି କି?

ସାରା ଦେଶ ଦେଖିଛି ଓ ଶୁଣିଛି, ଝାଡଖଣ୍ଡରେ ରାହୁଲ ଗାନ୍ଧୀ କଣ କହିଛନ୍ତିଦେଶରେ ବଢି ଚାଲିଥିବା ଧର୍ଷଣ ଘଟନା ପାଇଁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତିସେ ପ୍ରକାର ସମାଲୋଚନା କରିବା ବିରୋଧିଦଲର ନେତା ଭାବରେ ରାହୁଳଙ୍କର ନୈତିକ ଦାୟିତ୍ଵହେଲେ ରାହୁଳଙ୍କର ଅତ୍ୟନ୍ତ ସ୍ପଷ୍ଟ ମତକୁ ଅତି ଦୟନୀୟ ଭାବରେ କଦର୍ଥ କରି ସ୍ମୃତି ଇରାନୀ ଯାହା କହିଲେ ତାହା ଅତ୍ୟନ୍ତ ଅନୈତିକ କୌଣସି ବରିଷ୍ଠ ମନ୍ତ୍ରୀ ନିଜର ରାଜନୈତିକ ବିରୋଧୀଙ୍କୁ ସାଂସଦ ଭିତରେ ଏପ୍ରକାର ଆଚରଣ ଦେଖାଇଥିବାର ଉଦାହରଣ ଅନ୍ତତଃ ଆମେ ଦେଖିନଥିଲୁ।ସଂସଦରେ କହିଲା ବେଳେ ନେତାମାନେ ଅଧିକ ସଂଯତ, ଶୃଙ୍ଖଳିତ ଓ ତଥ୍ୟନିଷ୍ଠ ହେବା ଆମେ ଦେଖିଆସିଛୁସଂସଦରେ ବିରୋଧୀ ଯେତେ ତୀବ୍ର ଆକ୍ରମଣ କାଲେ ମଧ୍ୟ ସରକାରୀ ଦଳ ସଂଯମ ଓ ଶ୍ରୁଙ୍ଖଳା ହରାଇବାର ଉଦାହରଣ ବହୁତ କମ ରହିଛିହେଲେ ସ୍ମୃତି ଇରାନୀଙ୍କର ରାହୁଲଙ୍କ ପ୍ରତି ଆକ୍ରମଣ କେବଳ ସଂସଦୀୟ  ଗରିମାର ବିରୋଧୀ ନୁହେଁ, ଏହା ଅନେକାଂଶରେ ଅରୁଚିକର ମଧ୍ୟ।

ରାଜନୀତିରେ ନିର୍ବାଚନର ଭାଷା ଓ ସଂସଦର ଭାଷା ସବୁବେଳେ ଅଲଗା ରହି ଆସିଛିପ୍ରଥମଥର ଲାଗି ଆମେ ଦେଖୁଛୁ, ପବିତ୍ର ସଂସଦ ଗୃହ ଏବେ ନିର୍ବାଚନୀ ଭାଷାର ନିକୃଷ୍ଟ ସ୍ତରକୁ ଓହ୍ଲାଇ ଆସୁଛି