ଦୁଇ ଦିନିଆ ଓଡ଼ିଶା ଗସ୍ତ କରିବେ ଗୃହମନ୍ତ୍ରୀ ଅମିତ୍‌ ଶାହା

Published: Feb 16, 2020, 2:39 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ।  ଆସନ୍ତା 28 ତାରିଖ ଦିନ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବା ସିଏଏ ସମର୍ଥନ ସଭାରେ ଯୋଗ ଦେବେ ଗୃହ ମନ୍ତ୍ରୀ ଅମିତ ଶାହା । ଏ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହା ସହ 29 ତାରିଖ ଦିନ ପୁରୀ ଶ୍ରୀ ମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଦର୍ଶନ କରିବେ ଗୃହମନ୍ତ୍ରୀ ଅମିତ ଶାହା । ଆସନ୍ତା 28 ତାରିଖରେ ନାଗରିକ ସଂଶୋଧନ ଆଇନ ନେଇ ଏକ ବିଶାଳ ରାଜ୍ୟସ୍ତରୀୟ ସଭା ହେବ । ଏଥିରେ 1ଲକ୍ଷ ଲୋକ ସାମିଲ୍‌ ହେବେ ବୋଲି ସୂଚନା ରହିଛି ।

Related posts