Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଂସଦରେ ମିଛ କହୁଥିବା ମନ୍ତ୍ରୀଙ୍କୁ ଆମର ଶୁଭେଚ୍ଛା, ଗଣତନ୍ତ୍ରର ମନ୍ଦିରରେ ମନ୍ତ୍ରୀଙ୍କର ମିଛ ଆଜି ସାରା ଦେଶ ଦେଖୁଛି
ବିଶେଷ ଖବର

ସଂସଦରେ ମିଛ କହୁଥିବା ମନ୍ତ୍ରୀଙ୍କୁ ଆମର ଶୁଭେଚ୍ଛା, ଗଣତନ୍ତ୍ରର ମନ୍ଦିରରେ ମନ୍ତ୍ରୀଙ୍କର ମିଛ ଆଜି ସାରା ଦେଶ ଦେଖୁଛି

December 15, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ରାଜନେତାମାନେ ମିଛ କହନ୍ତି, ଏକଥା ଆମେ ଜାଣିଛୁ। ସେମାନଙ୍କ ମିଛକୁ ବୃତ୍ତିଗତ ଆବଶ୍ୟକତା ବା ପେଷାଦାର ଚାଲାକି ବୋଲି ମଧ୍ୟ ଆମେ ଗ୍ରହଣ କରିନେଇଛୁ। ହେଲେ ସଂସଦ ଭିତରେ ମିଛ କହିବାର ଅପସାହସ ବହୁତ କମ ରାଜନେତା କରିଥାନ୍ତି। ଆଜି ପର୍ୟନ୍ତ ସଂସଦୀୟ ଗରିମା ଭାରତୀୟ ଗଣତନ୍ତ୍ରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ଆମେ ଭାବି ଆସିଥିଲୁ। ହେଲେ ଗତ କିଛିଦିନ ହେଲା ସଂସଦୀୟ ଗରିମା,କେବଳ ଏକ ଶବ୍ଦ ମାତ୍ର ହୋଇ ରହିଯାଇଛି।   ନରେନ୍ଦ୍ର ମୋଦୀ ସରକାରର ଅନେକ ମନ୍ତ୍ରୀ ସଂସଦରେ ସ୍ପଷ୍ଟତଃ ମିଛ କହୁଥିବାର ଅନେକ ଉଦାହରଣ ଆମେ ଦେଖୁଛୁ। ଯେମିତି କାଶ୍ମୀର ରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲଲାଙ୍କୁ ଅଟକ ରକ୍ଷା ଯାଇନାହିଁ,ସେ ନିଜ ଇଚ୍ଛା ରେ ସଂସଦକୁ ଆସୁନାହାନ୍ତି ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ। ତାର ମାତ୍ର ଅଳ୍ପ ଦିନପରେ ସରକାର ମାନିଲେଯେ ଫାରୁକ ଅବଦୁଲ୍ଲାଙ୍କୁ ସରକାର ଗିରଫ କରିଛନ୍ତି। ସଂସଦ ଭବନରେ ମିଛ କହିବାର ଏହାଠୁ ବଡ ଉଦାହରଣ ହୁଏତ ନଥିଲା। ମୋଦୀ ସରକାରରେ ସବୁଠୁ ବଡ ବୋଲି କୌଣସି ଘଟଣାକୁ କହିହେବ ନାହିଁ। କାରଣ କେତେବେଳେ କାହାଠୁ ବଡ ମିଛ ବା ବାହାପିଆମୀ ଏ ସରକାରରେ ଦେଖିବାକୁ ବା ଶୁଣିବାକୁ ମିଳିବ, ତାର କୌଣସି ସ୍ପଷ୍ଟତା ନାହିଁ।

ଦୁଇ ଦିନ ତଳେ ଯେତେବେଳେ ନାଗରିକତା ସଂଶୋଧନ ଆଇନ ବିପକ୍ଷରେ ପୂରା ଦେଶ ଜଳୁଛି, ସେହି ସମୟରେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସଂସଦରେ ଅତ୍ୟନ୍ତ ନାଟକୀୟ ଭାବରେ ବିରୋଧୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅତ୍ୟନ୍ତ ଆକ୍ରାମକ ଢଙ୍ଗରେ ସମାଲୋଚନା କରି କହିଲେ ଯେ, ରାହୁଲ ଗାନ୍ଧୀ କୁଆଡେ ଖୋଲାଖୋଲି ଭାରତରେ ଧର୍ଷଣକୁ ପ୍ରୋତ୍ସାହିତ କରୁଛନ୍ତି। ସଂସଦୀୟ ଇତିହାସରେ କୌଣସି ନିର୍ବାଚନୀ ସଭାର ଭାଷଣକୁ ନେଇ ସଂସଦରେ ଏପ୍ରକାର ଆଲୋଚନା ଅତ୍ୟନ୍ତ ବିରଳ। ଗତ ଗୁଜରାଟ ବିଧାନସଭା ସମୟରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଜନୈକ ପାକିସ୍ତାନ ରାଜନେତାଙ୍କୁ ଭେଟିଥିବାର ସୌଜନ୍ୟମୂଳକ ଘଟଣାକୁ ଅତ୍ୟନ୍ତ ବିକୃତ  ଢଙ୍ଗରେ ଉପସ୍ଥାପନ କରିଥିଲେ। ପରେ ସଂସଦରେ ଏହାକୁ ସରକାର ଅସ୍ଵୀକାର କରିଥିଲେ। ତେବେ ସରକାରୀ ଅସ୍ଵୀକାର ପରେ ମନମୋହନ ସିଂ ବା କଂଗ୍ରେସ ଦଳ ଏହାକୁ ଆଉ ଗୁରୁତ୍ଵ ଦେଇନଥିଲେ। ତେବେ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଖୋଦ ସଂସଦଗୃହରେ ଯାହା କହିଲେ, ତାହା ଅତ୍ୟନ୍ତ ସଙ୍ଗୀନ ଓ ସାଙ୍ଘାତିକ। ବିରୋଧିଦଳର ବରିଷ୍ଠ ନେତା ଧର୍ଷଣକୁ ଉତ୍ସାହିତ କରୁଛନ୍ତି ବୋଲି ଦେଶର ବରିଷ୍ଠ ମନ୍ତ୍ରୀ ଯେତେବେଳେ ସଂସଦରେ କହୁଛନ୍ତି, ଏହା ଆଦୌ ଛୋଟିଆ କଥା ନୁହେଁ। ବିଧିବଦ୍ଧ ଭାବରେ ମନ୍ତ୍ରୀ ହେଉଛନ୍ତି ସରକାର ଓ ତାଙ୍କ ସଂସଦୀୟ ବକ୍ତବ୍ୟ ସତ୍ୟ ଉପରେ ପ୍ରତିଷ୍ଟିତ ହେବାକୁ ବାଧ୍ୟ। ମନ୍ତ୍ରୀ ସ୍ମୃତି ଇରାନୀ କହିଥିବା କଥାଟି ଯଦି ସତ୍ୟ ତାହେଲେ, ସରକାର ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତାଲା ଦେଇଛନ୍ତି କି?

ସାରା ଦେଶ ଦେଖିଛି ଓ ଶୁଣିଛି, ଝାଡଖଣ୍ଡରେ ରାହୁଲ ଗାନ୍ଧୀ କଣ କହିଛନ୍ତି। ଦେଶରେ ବଢି ଚାଲିଥିବା ଧର୍ଷଣ ଘଟନା ପାଇଁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ସେ ପ୍ରକାର ସମାଲୋଚନା କରିବା ବିରୋଧିଦଲର ନେତା ଭାବରେ ରାହୁଳଙ୍କର ନୈତିକ ଦାୟିତ୍ଵ। ହେଲେ ରାହୁଳଙ୍କର ଅତ୍ୟନ୍ତ ସ୍ପଷ୍ଟ ମତକୁ ଅତି ଦୟନୀୟ ଭାବରେ କଦର୍ଥ କରି ସ୍ମୃତି ଇରାନୀ ଯାହା କହିଲେ ତାହା ଅତ୍ୟନ୍ତ ଅନୈତିକ । କୌଣସି ବରିଷ୍ଠ ମନ୍ତ୍ରୀ ନିଜର ରାଜନୈତିକ ବିରୋଧୀଙ୍କୁ ସାଂସଦ ଭିତରେ ଏପ୍ରକାର ଆଚରଣ ଦେଖାଇଥିବାର ଉଦାହରଣ ଅନ୍ତତଃ ଆମେ ଦେଖିନଥିଲୁ।ସଂସଦରେ କହିଲା ବେଳେ ନେତାମାନେ ଅଧିକ ସଂଯତ, ଶୃଙ୍ଖଳିତ ଓ ତଥ୍ୟନିଷ୍ଠ ହେବା ଆମେ ଦେଖିଆସିଛୁ। ସଂସଦରେ ବିରୋଧୀ ଯେତେ ତୀବ୍ର ଆକ୍ରମଣ କାଲେ ମଧ୍ୟ ସରକାରୀ ଦଳ ସଂଯମ ଓ ଶ୍ରୁଙ୍ଖଳା ହରାଇବାର ଉଦାହରଣ ବହୁତ କମ ରହିଛି। ହେଲେ ସ୍ମୃତି ଇରାନୀଙ୍କର ରାହୁଲଙ୍କ ପ୍ରତି ଆକ୍ରମଣ କେବଳ ସଂସଦୀୟ  ଗରିମାର ବିରୋଧୀ ନୁହେଁ, ଏହା ଅନେକାଂଶରେ ଅରୁଚିକର ମଧ୍ୟ।

ରାଜନୀତିରେ ନିର୍ବାଚନର ଭାଷା ଓ ସଂସଦର ଭାଷା ସବୁବେଳେ ଅଲଗା ରହି ଆସିଛି। ପ୍ରଥମଥର ଲାଗି ଆମେ ଦେଖୁଛୁ, ପବିତ୍ର ସଂସଦ ଗୃହ ଏବେ ନିର୍ବାଚନୀ ଭାଷାର ନିକୃଷ୍ଟ ସ୍ତରକୁ ଓହ୍ଲାଇ ଆସୁଛି।  

 

amit saha democracy
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟର ୭ଟି ଷ୍ଟେସନ ସମେତ ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଘିଡିଘିଡି ନାଦରେ ଗଡିଲା ରଥ,ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ରଥଟଣା, ବର୍ଷା ସତ୍ବେ ବଡଦାଣ୍ଡ ଲୋକାରଣ୍ୟ

July 16, 2026

ମମତା ବାନାର୍ଜୀଙ୍କ ପାଇଁ ଝଟକା ପରେ ଝଟକା!: ମଦନ ମିତ୍ରଙ୍କ ପରେ ଏବେ ଇସ୍ତଫା ଦେଲେ କୋଏଲ ମଲିକ

July 16, 2026
Latest News

ରାଜ୍ୟର ୭ଟି ଷ୍ଟେସନ ସମେତ ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

July 17, 2026

ତୃତୀୟ ଦିନିକିଆ ପରେ ଅବସର ନେବେ ରୋହିତ ଶର୍ମା?: ଜାଣନ୍ତୁ ବିସିସିଆଇର ଯୋଜନା

July 17, 2026

ଇତିହାସ ରଚିଲା ଦିଲ୍ଲୀ ଏମ୍ସ!: ୪ ମାସର ଶିଶୁ ଉପରେ ବିଶ୍ୱର ସବୁଠାରୁ ବିରଳ ଅସ୍ତ୍ରୋପଚାର ସଫଳ

July 17, 2026

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.