ନୂଆଦିଲ୍ଲୀ, 17/12: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵାଣେ ସେନାର ପରାବର୍ତ୍ତୀ ସେନାଧ୍ୟକ୍ଷ ହେବା ନେଇ ସୂଚନା ରହିଛି। ଦେଶର 28ତମ ସ୍ଥଳସେନା ମୁଖ୍ୟ ହେବେ ନରଓ୍ବାଣେ। ଡିସେମ୍ବର 31 ତାରିଖରେ ବର୍ତ୍ତମାନ ସ୍ଥଳସେନା ପ୍ରମୁଖ ରହିଥିବା ବିପିନ୍ ରାଓ୍ବତ୍ ଅବସର ନେବେ। ସମ୍ପ୍ରତି ମନୋଜ ମୁକୁନ୍ଦ ନରଓ୍ବାଣେ ଭାଇସ୍ ଚିଫ୍ ଅଫ ଆର୍ମି ଷ୍ଟାଫର ଦାୟିତ୍ଵରେ ରହିଛନ୍ତି। ଅପରେସନ ଓ କମାଣ୍ଡରେ ଦୀର୍ଘ ସମୟର ଅନୁଭବ ରଖିଥିବା ଲେଫ୍ଟନାଣ୍ଟ ଜେନେରାଲ ନରଓ୍ଵାଣେ ସଂପ୍ରତି ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତଙ୍କ ପରେ ସବୁଠୁ ବରିଷ୍ଠତମ ଅଧିକାରୀଙ୍କ ମଧ୍ୟରୁ ଜଣେ। ୨୦୧୮ ସେପ୍ଟେମ୍ବରରେ ଲେଫ୍ଟନାଣ୍ଟ ଜେନେରାଲ ମୁକୁନ୍ଦ ନରଓ୍ଵାଣେଙ୍କୁ ଅପରେସନ ଦୃଷ୍ଟିରୁ ମହତ୍ଵପୂର୍ଣ୍ଣ ଇଷ୍ଟର୍ଣ୍ଣ କମାଣ୍ଡର ଦାୟିତ୍ଵ ଦିଆଯାଇଥିଲା। ମହାରାଷ୍ଟ୍ର ପୁଣେର ନରଓ୍ବାଣେ ଜଣେ ରାଗୀ ତଥା କଠୋର ଅଧିକାରୀ ରୂପେ ଜଣାଶୁଣା। ଲେଫନାଣ୍ଟ ଜେନେରାଲ୍ ରଣବୀର ସିଂହ ସେନା ପ୍ରମୁଖଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା। ମିଳିଥିବା ସୂଚନା ଅନୁସାରେ ସରକାର ଜେନେରାଲ୍ ବିପିନ୍ ରାଓ୍ବତଙ୍କୁ ଦେଶର ସର୍ବପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) କରିବା ନଇ ସୂଚନା ରହୁଛି। (ଏଜେନ୍ସି)