
ଲକ୍ଷ୍ନୌ, ୧୯/୧୨ : ସମଗ୍ର ଉତ୍ତର ଭାରତରେ ଶୀତଲହରୀର ପ୍ରଭାବ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶ ସରକାର ଆଗାମୀ ଡିସେମ୍ବର ୨୦ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଜିଲ୍ଲା ସ୍ତରରେ ଅନେକ ଜିଲ୍ଲା ଅଧିକାରୀ ସ୍କୁଲକୁ ଡିସେମ୍ବର ୨୦ ଓ ୨୧ରେ ବନ୍ଦ କରିବାକୁ ଆଦେଶ ଜାରି କରିଥିଲେ। ଲକ୍ଷ୍ନୌ, ବାରାଣସୀ, କାନପୁର, ବରେଲି, ଗାଜିଆବାଦ ସମେତ କିଛି ସହରର ଜିଲ୍ଲା ଅଧିକାରୀ ପ୍ରଥମେ ଶୀତ ଯୋଗୁଁ ପ୍ରାଥମିକ ବିଦ୍ୟାଳୟ ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ଡିସେମ୍ବର ୨୦ ରୁ ୨୧ ଯାଏଁ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସମଗ୍ର ଉତ୍ତର ଭାରତରେ ଶୀତଲହରୀର ପ୍ରଭାବ ଦେଖିବାକୁ ମିଳିଛି। (ଏଜେନ୍ସି)
Tags: ଉତ୍ତରପ୍ରଦେଶ, ଶୀତଲହରୀ