
ନୂଆଦିଲ୍ଲୀ,19/12 : ଗୁରୁବାର ଦିଲ୍ଲୀ ହାଇକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ପଓ୍ବନ ଗୁପ୍ତାଙ୍କ ଯାଚିକା ଖାରଜ କରିଛନ୍ତି । ଘଟଣା ସମୟରେ ନାବାଳକ ଥିବା ନେଇ ଗୁପ୍ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଜଷ୍ଟିସ୍ ସୁରେଶ କେଟ ଏହି ମାମଲାର ବିଚାର କରିଥିଲେ । ସେହିପରି କୋର୍ଟଙ୍କ ସମୟ ଅପଚୟ କରି ବାରମ୍ବାର ଅଯୌକ୍ତିକ ଯାଚିକା ଦାଖଲ କରୁଥିବାରୁ ଅଭିଯୁକ୍ତଙ୍କ ଓକିଲ ଏ ପି ସିଂଙ୍କୁ 25 ହଜାର ଟଙ୍କାର ଅର୍ଥ ଦଣ୍ଡ ପ୍ରଦାନ କରାଯାଇଥିଲା । ନାବାଳକ ରହିଥିବା ସହିତ ତଦନ୍ତକାରୀ ଅଫିସରଙ୍କ ପ୍ରତିଶୋଧ ପରାୟଣ ମନୋଭାବ କାରଣରୁ ଏପରି ଘଟଣା ହୋଇଥିବା ନେଇ ଯାଚିକାରେ ଉଲ୍ଲଗେଖ କରାଯାଇଥିଲା । କୋର୍ଟ ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି ଅଭିହିତ କରିବା ସହିତ ଯାଚିକାକୁ ଖାରଜ କରି ଦେଇଥିଲେ ।