Categories
ଆଜିର ଖବର ଜାତୀୟ ଖବର

ଉତ୍ତେଜନାମୂଳକ ଭାଷଣ ପ୍ରଦାନକାରୀଙ୍କ ବିରୋଧରେ ମାମଲା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀରେ ହିଂସାକାଣ୍ଡ ଘଟଣା ମାମଲାର ବିଚାର କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଉତ୍ତେଜନାମୂଳକ ଭାଷଣ ଦେଇଥିବା ସମସ୍ତ ନେତାଙ୍କ ବିପକ୍ଷରେ ମାମଲା ଦାୟର କରିବା ପାଇଁ ଗୁରୁବାର ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଦିଆଯାଇଛି । ଏହା ସହିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ପୁନର୍ବାର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଆସନ୍ତା ଏପ୍ରିଲ୍‌ 13 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସା ଘଟଣାରେ 35 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ନିର୍ଭୟା ମାମଲା : ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ନିର୍ଭୟା ମାମଲାରେ କେନ୍ଦ୍ର ସରକାରଙ୍କ ଯାଚିକା ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି। ଅଦାଲତ ସରକାର ଓ ଦୋଷୀଙ୍କ ପକ୍ଷକୁ ଶୁଣିବା ପରେ ଚାରି ଦୋଷୀଙ୍କ ଫାଶି ରହିତାଦେଶ ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। ନିର୍ଭୟା ଦୋଷୀଙ୍କ ଫାଶି ରହିତାଦେଶକୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ସରକାର। ତିହାର ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ ରହିତାଦେଶକୁ ଚ୍ୟାଲେଞ୍ଜ କରିଥିଲେ। ସୂଚନାଯୋଗ୍ୟ, ପଟିଆଲା ହାଉସ କୋର୍ଟ ଫାଶି ଉପରେ ରହିତାଦେଶ  ଜାରି କରିଥିଲେ। ସୂଚନାଯୋଗ୍ୟ, ନିର୍ଭୟା ଦୋଷୀଙ୍କୁ ଫେବୃଆରୀ 1 ତାରିଖରେ  ଫାଶୀ ଦିଆଯିବା ନେଇ ଡେଥ୍‌ ଓ୍ବାରେଣ୍ଟି ଜାରି ହୋଇଥିବାବେଳେ ଦୋଷୀମାନେ ଦୟାଯାଚିକା, କ୍ୟୁରେଟିଭ୍‌ ପିଟିସନ ଦାୟର କରି ଏହାକୁ ଗଡେଇ ଚାଲିଛନ୍ତି। ସମାଜର ହିତ ସହ ନ୍ୟାୟ ବ୍ୟବସ୍ଥାର ହିତ ପାଇଁ ନିର୍ଭୟା ଦୋଷୀଙ୍କ ଫାଶୀକୁ ଆଉ ବିଳମ୍ବ କରାଯିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ତୁଷାର ମେହେଟ୍ଟା। ସେହିପରି ଯେଉଁ ଦୋଷୀଙ୍କ ପାଖରେ ଆଉ କୌଣସି ପ୍ରକାରର ଆଇନଗତ ବିକଳ୍ପ ନାହିଁ ସେମାନଙ୍କୁ ଫାଶୀ ଦିଆଯାଇପାରିବ ବୋଲି କହିଛନ୍ତି । ତେବେ ଦୋଷୀମାନଙ୍କ ଓକିଲ ହାଇକୋର୍ଟରେ ତର୍କ କରିବା ସହିତ ଦୋଷୀଙ୍କୁ ବଞ୍ଚାଇବା ପାଇଁ ବିକଳ୍ପଗୁଡିକ ବିନିଯୋଗ କରିବାରେ ବ୍ୟସ୍ତ ରହିଛନ୍ତି । ଦୟାଯାଚିକା ଉପରେ କୌଣସି ସମୟସୀମା ଥିବାର ଆଇନ ବହିରେ ନଥିବାବେଳେ ସରକାର ଏଥିନେଇ ଆପତ୍ତି କଣ ପାଇଁ କରୁଛନ୍ତି ବୋଲି ଦୋଷୀଙ୍କ ଓକିଲ ଦାବି କରୁଛନ୍ତି । ତେବେ ନିର୍ଭୟା ମାମଲାର ଦୋଷୀମାନ ଆଇନର ଗଳାବାଟ ଦେଇ ବଞ୍ଚିବାକୁ ଚେଷ୍ଟା ଜାରି ରଖୁଥିବାବେଳେ ପୀଡ଼ିତାଙ୍କ ପରିବାର ନ୍ୟାୟ ନ ପାଇ ଚାପରେ ରହୁଛନ୍ତି । ଯଥାସମ୍ଭବ ଏହି ମାମଲା ସମାଧାନ ହେବା ଆବଶ୍ୟକ ।(ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନିର୍ଭୟା ଦୁଷ୍କର୍ମ ମାମଲା : ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇପାରିବ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇ ପାରିବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ କୁହାଯାଇଛି । ଶନିବାର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ସୂଚନା ଦେଇଛନ୍ତି । ଜଷ୍ଟିସ୍‌ ସୁରେଶ କୁମାର କେତ୍‌ ଏହି ମାମଲାର ବିଚାର କରିଛନ୍ତି । ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିବା ପରେ ଜଣେ ବ୍ୟକ୍ତିଙ୍କୁ ରଖିବା ଅମାନବିକ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିଚାରପତିଙ୍କ ନିକଟରେ ଯୁକ୍ତି ରଖିଥିଲେ । ମୁକେଶର ଫାଶୀ ପାଇବା ରାସ୍ତା ପ୍ରଶସ୍ତ ହୋଇଥିବା ବେଳେ ପଓ୍ବନ୍‌ ପକ୍ଷରୁ ରାଜକ୍ଷମା କିମ୍ବା କ୍ୟୁରେଟିଭ୍‌ ଯାଚିକା ଦାଖଲ କରାଯାଇନାହିଁ । ଏହି ଦୁଇ ଜଣଙ୍କୁ ଅଲଗା ଫାଶୀ ଦିଆ ଯାଇପାରିବ ବୋଲି ମେହେଟ୍ଟା ଯୁକ୍ତି କରିଥିଲେ । ସେହିପରି ଶୁକ୍ରବାର ଦିନ ରାୟ ପ୍ରଦାନ ସମୟରେ କୋର୍ଟ ବନ୍ଦୀ ଅଧିନିୟମ 834ର ଉଲ୍ଲଂଘନ କରିଛନ୍ତି ବୋଲି ମେହେଟ୍ଟା ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜେଏନ୍‌ୟୁ ଛାତ୍ରଙ୍କୁ ଆଶ୍ବସ୍ତି : ପୁରୁଣା ମାନୁଆଲ ଅନୁଯାୟୀ ପଞ୍ଜୀକରଣ

ନୂଆଦିଲ୍ଲୀ : ଜେଏନ୍‌ୟୁ ଛାତ୍ରଙ୍କୁ ବର୍ଦ୍ଧିତ ଫି ମାମଲାରେ ଆଶ୍ବସ୍ତି ମିଳିଛି । ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ପ୍ରକାଶିତ ରାୟ ଅନୁଯାୟୀ ଛାତ୍ରଛାତ୍ରୀ ମାନେ ପୁରୁଣା ମାନୁଆଲ ଅନୁଯାୟୀ ପଞ୍ଜୀକରଣ କରିପାରିବେ । ଉଲ୍ଳେଖଯୋଗ୍ୟ ଯେ, ଯେଉଁ ଛାତ୍ର ମାନେ ପଞ୍ଜୀକରଣ କରିନାହାନ୍ତି, ଆସନ୍ତା ଏକ ସପ୍ତାହ ମଧ୍ୟରେ ବିନା କୌଣସି ବର୍ଦ୍ଧିତ ଦେୟରେ ନିଜର ପଞ୍ଜୀକରଣ କରିପାରିବେ । ଜଷ୍ଟିସ୍‌ ରାଜୀବ ସକ୍‌ଦାର ଏହି ମାମଲାର ବିଚାର କରିଥିଲେ । ଫେବୃୟାରୀ 28 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବର୍ଦ୍ଧିତ ଫି ବିପକ୍ଷରେ ଜେଏନ୍‌ୟୁ ସଭାନେତ୍ରୀ ଆଇସି ଘୋଷ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ କୋର୍ଟରେ ମାମଲା ରୁଜୁ କରାଯାଇଥିଲା ।

Categories
ଆଜିର ଖବର ମନୋରଂଜନ

‘ଛପାକ୍‌’କୁ ହାଇକୋର୍ଟଙ୍କ ଝଟ୍‌କା, ପୁଣି ରିଲିଜ୍‌ର ଦ୍ବିତୀୟ ଦିନରେ ହେଲା ଲିକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଅଭିନୀତ ‘ଛପାକ୍‌’ ରିଲିଜ୍‌ ପୂର୍ବରୁ ଚର୍ଚ୍ଚାରେ ରହିଆସିଛି। ରିଲିଜ୍‌ ହେବାର ଦ୍ବିତୀୟ ଦିନରେ ଏହି ଫିଲ୍ମଟି ଲିକ୍‌ ହୋଇଥିବାର ଖବର ମିଳିଛି। ପୁଣି ଏହାର ନିର୍ମାତାଙ୍କୁ ହାଇକୋର୍ଟଙ୍କ ଝଟ୍‌କା ମଧ୍ୟ ଲାଗିଛି। ଏହି ଫିଲ୍ମରେ  ଏସିଡ୍‌ ପୀଡ଼ିତାଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟି୍‌ ଦିଆଯିବା ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟ ଫକ୍ସ ଷ୍ଟୁଡିଓର ଯାଚିକାକୁ ଖାରିଜ କରିଛନ୍ତି।

ଛପାକ୍‌ ରିଲିଜ୍‌ ହେବା ପୂର୍ବରୁ ଅପର୍ଣ୍ଣା ଭଟ୍ଟ ପଟିଆଲା ହାଉସ୍‌ରେ ଏନେଇ ଏକ ଯାଚିକା ଦାୟର କରିଥିଲେ। ଯାଚିକାରେ ଏହି ଫିଲ୍ମରେ ତାଙ୍କୁ କ୍ରେଡିଟ୍‌ ଦିଆଯିବା ନେଇ ଦାବି କରିଥିଲେ। ଏହି ମାମଲାରେ ପଟିଆଲା ହାଉସ୍‌ ଫିଲ୍ମ ନିର୍ମାତାଙ୍କୁ ରିଲିଜ୍‌ ପୂର୍ବରୁ ଫିଲ୍ମରେ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍‌ ଦେବା ପାଇଁ ଆଦେଶ ଦେଇଥିଲେ।ଏହାପରେ ଛପାକ୍‌ର ମାର୍କେଟିଂ ଟିମ୍‌ ଫକ୍ସ ଷ୍ଟୁଡିଓ ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାକୁ ଚ୍ୟାଲେଞ୍ଜ କରିଥିଲେ। ଏବେ ଦିଲ୍ଲୀ ହାଇକୋର୍ଟ ପଟିଆଲା ହାଇକୋର୍ଟଙ୍କ ନିଷ୍ପତ୍ତି ସହ ଏକମତ ହୋଇ ଓକିଲଙ୍କୁ କ୍ରେଡିଟ୍‌ ଦେବାକୁ କହିଛନ୍ତି। ଦୀପିକା ପାଦୁକୋନ୍‌ ଓ ବିକ୍ରାନ୍ତ ମେସିଙ୍କ ଏହି ଫିଲ୍ମଟି ଅନ୍‌ଲାଇନ୍‌ରେ ଲିକ୍‌ ହୋଇଥିବାର ମଧ୍ୟ ସୂଚନା ମିଳିଛି। ପୂର୍ବରୁ  ଜେଏନ୍‌ୟୁ ସମର୍ଥନରେ ଦୀପିକା ଉପସ୍ଥିତ ରହିଥିବା ଯୋଗୁଁ ରାଜନୀତି ମହଲରେ ଏହି ଫିଲ୍ମଟି ବେଶ୍‌ ଚର୍ଚ୍ଚାରେ ରହିଛି। (ଏଜେନ୍ସି)

Categories
ଆଜିର ଖବର

ନିର୍ଭୟା ଗଣ ଦୁଷ୍କର୍ମ ମାମଲା : ପଓ୍ବନ ଗୁପ୍ତାର ଯାଚିକା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,19/12 : ଗୁରୁବାର ଦିଲ୍ଲୀ ହାଇକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ପଓ୍ବନ ଗୁପ୍ତାଙ୍କ ଯାଚିକା ଖାରଜ କରିଛନ୍ତି । ଘଟଣା ସମୟରେ ନାବାଳକ ଥିବା ନେଇ ଗୁପ୍ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଜଷ୍ଟିସ୍‌ ସୁରେଶ କେଟ ଏହି ମାମଲାର ବିଚାର କରିଥିଲେ । ସେହିପରି କୋର୍ଟଙ୍କ ସମୟ ଅପଚୟ କରି ବାରମ୍ବାର ଅଯୌକ୍ତିକ ଯାଚିକା ଦାଖଲ କରୁଥିବାରୁ ଅଭିଯୁକ୍ତଙ୍କ ଓକିଲ ଏ ପି ସିଂଙ୍କୁ 25 ହଜାର ଟଙ୍କାର ଅର୍ଥ ଦଣ୍ଡ ପ୍ରଦାନ କରାଯାଇଥିଲା । ନାବାଳକ ରହିଥିବା ସହିତ ତଦନ୍ତକାରୀ ଅଫିସରଙ୍କ ପ୍ରତିଶୋଧ ପରାୟଣ ମନୋଭାବ କାରଣରୁ ଏପରି ଘଟଣା ହୋଇଥିବା ନେଇ ଯାଚିକାରେ ଉଲ୍ଲଗେଖ କରାଯାଇଥିଲା । କୋର୍ଟ ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି ଅଭିହିତ କରିବା ସହିତ ଯାଚିକାକୁ ଖାରଜ କରି ଦେଇଥିଲେ ।