‘ଛପାକ୍‌’କୁ ହାଇକୋର୍ଟଙ୍କ ଝଟ୍‌କା, ପୁଣି ରିଲିଜ୍‌ର ଦ୍ବିତୀୟ ଦିନରେ ହେଲା ଲିକ୍‌

Published: Jan 11, 2020, 2:03 pm IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଅଭିନୀତ ‘ଛପାକ୍‌’ ରିଲିଜ୍‌ ପୂର୍ବରୁ ଚର୍ଚ୍ଚାରେ ରହିଆସିଛି। ରିଲିଜ୍‌ ହେବାର ଦ୍ବିତୀୟ ଦିନରେ ଏହି ଫିଲ୍ମଟି ଲିକ୍‌ ହୋଇଥିବାର ଖବର ମିଳିଛି। ପୁଣି ଏହାର ନିର୍ମାତାଙ୍କୁ ହାଇକୋର୍ଟଙ୍କ ଝଟ୍‌କା ମଧ୍ୟ ଲାଗିଛି। ଏହି ଫିଲ୍ମରେ  ଏସିଡ୍‌ ପୀଡ଼ିତାଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟି୍‌ ଦିଆଯିବା ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟ ଫକ୍ସ ଷ୍ଟୁଡିଓର ଯାଚିକାକୁ ଖାରିଜ କରିଛନ୍ତି।

ଛପାକ୍‌ ରିଲିଜ୍‌ ହେବା ପୂର୍ବରୁ ଅପର୍ଣ୍ଣା ଭଟ୍ଟ ପଟିଆଲା ହାଉସ୍‌ରେ ଏନେଇ ଏକ ଯାଚିକା ଦାୟର କରିଥିଲେ। ଯାଚିକାରେ ଏହି ଫିଲ୍ମରେ ତାଙ୍କୁ କ୍ରେଡିଟ୍‌ ଦିଆଯିବା ନେଇ ଦାବି କରିଥିଲେ। ଏହି ମାମଲାରେ ପଟିଆଲା ହାଉସ୍‌ ଫିଲ୍ମ ନିର୍ମାତାଙ୍କୁ ରିଲିଜ୍‌ ପୂର୍ବରୁ ଫିଲ୍ମରେ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍‌ ଦେବା ପାଇଁ ଆଦେଶ ଦେଇଥିଲେ।ଏହାପରେ ଛପାକ୍‌ର ମାର୍କେଟିଂ ଟିମ୍‌ ଫକ୍ସ ଷ୍ଟୁଡିଓ ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାକୁ ଚ୍ୟାଲେଞ୍ଜ କରିଥିଲେ। ଏବେ ଦିଲ୍ଲୀ ହାଇକୋର୍ଟ ପଟିଆଲା ହାଇକୋର୍ଟଙ୍କ ନିଷ୍ପତ୍ତି ସହ ଏକମତ ହୋଇ ଓକିଲଙ୍କୁ କ୍ରେଡିଟ୍‌ ଦେବାକୁ କହିଛନ୍ତି। ଦୀପିକା ପାଦୁକୋନ୍‌ ଓ ବିକ୍ରାନ୍ତ ମେସିଙ୍କ ଏହି ଫିଲ୍ମଟି ଅନ୍‌ଲାଇନ୍‌ରେ ଲିକ୍‌ ହୋଇଥିବାର ମଧ୍ୟ ସୂଚନା ମିଳିଛି। ପୂର୍ବରୁ  ଜେଏନ୍‌ୟୁ ସମର୍ଥନରେ ଦୀପିକା ଉପସ୍ଥିତ ରହିଥିବା ଯୋଗୁଁ ରାଜନୀତି ମହଲରେ ଏହି ଫିଲ୍ମଟି ବେଶ୍‌ ଚର୍ଚ୍ଚାରେ ରହିଛି। (ଏଜେନ୍ସି)

Related posts