ଲକ୍ଷ୍ନୌ, 21 /12: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଭାରତରେ ଉତ୍ତେଜନା ଲାଗି ରହିଛି । ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶରେ ହିଂସା ଉଗ୍ର ରୂପ ନେଇଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ହିଂସାକୁ ନେଇ ଏଯାଏଁ 11ଜଣଙ୍କର ମୃତ୍ୟୁ ଘଟିଛି। ମାତ୍ର ହିଂସା ଯୋଗୁଁ ସମସ୍ତଙ୍କର ମୃତ୍ୟୁ ଘଟିନାହିଁ ବୋଲି ପୋଲିସ କହିଛି। ରାଜ୍ୟ ସରକାର ପରିସ୍ଥିତି ବିଶୃଙ୍ଖଳା ଥିବାରୁ ଶନିବାର ସମସ୍ତ ସ୍କୁଲ-କଲେଜକୁ ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶରେ ଗୁରୁବାର ପରେ ଶୁକ୍ରବାର କିଛି ଜିଲ୍ଲାରେ ହିଂସା ଅଧିକ ଦେଖିବାକୁ ମିଳିଥିଲା। ପ୍ରଦର୍ଶନକାରୀଙ୍କ ମାତ୍ରା ଅଧିକ ହେବାରୁ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ପ୍ରଶାସନକୁ ଅନେକ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ ରଖିବାକୁ ପଡ଼ିଥିଲା। ଏଥିସହିତ ରାଜ୍ୟର ସମସ୍ତ ସ୍କୁଲ-କଲେଜକୁ ଶନିବାର ବନ୍ଦ ରଖିବା ପାଇଁ ଘୋଷଣା କରିବାକୁ ପଡ଼ିଥିଲା। ଉତ୍ତର ପ୍ରଦେଶରେ ଶନିବାର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହା ପୂର୍ବରୁ ଗୁରୁବାର ଓ ଶୁକ୍ରବାର ମଧ୍ୟ ସମସ୍ତ ସ୍କୁଲ-କଲେଜ ବନ୍ଦ ଥିଲା। (ଏଜେନ୍ସି)
ସିଏଏ ହିଂସା ଯୋଗୁଁ ଉତ୍ତରପ୍ରଦେଶର ସମସ୍ତ ସ୍କୁଲ-କଲେଜ ବନ୍ଦ
Published:
Dec 21, 2019, 1:42 pm IST
Tags: caa, uttarparedesh