
ନୂଆଦିଲ୍ଲୀ, 23/12: ନାଗରିକତା ସଂଶୋଧନ ଆଇନ ବିରୋଧରେ ଆଜି କଂଗ୍ରେସ ଦଳ ତରଫରୁ ରାଜଘାଟ ଠାରେ ସତ୍ୟାଗ୍ରହ ଅନୁଷ୍ଠିତ ହେଉଛି। ସତ୍ୟାଗ୍ରହରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି, ମହାସଚିବ ପ୍ରିୟଙ୍କା ଗାନ୍ଧି ଓ କାର୍ଯ୍ୟସମିତିର ସଦସ୍ୟ ସହିତ ଦଳର ଶୀର୍ଷ ନେତାମାନେ ସାମିଲ୍ ରହିଛନ୍ତି। ଏହି ଅବସରରେ ସୋନିଆ ଗାନ୍ଧି, ମନମୋହନ ସିଂ ଓ ରାହୁଲ୍ ଗାନ୍ଧି ସମ୍ବିଧାନର ପ୍ରସ୍ତାବନା ମଧ୍ୟ ପଢିଛନ୍ତି।
କଂଗ୍ରେସ ନାଗରିକତା ସଂଶୋଧନ ଆଇନକୁ ଅସାମ୍ବିଧାନିକ କହି ଖୋଲାଖୋଲି ଏହାର ବିରୋଧ କରୁଛି। ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଶନିବାର ଦିନ ଏନେଇ ଏକ ବୟାନ ଜାରି ନୂତନ ନାଗରିକତା ଆଇନ ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ (ଏନ୍ଆରସି) ସମ୍ବିଧାନର ମୂଳ ଆତ୍ମା ବିରେଧରେ କଡା ଟକ୍କର ଦେବା ସହିତ ସାଧାରଣ ଜନତାର ସ୍ବରକୁ ଚପାଇବା ପାଇଁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ପ୍ରିୟଙ୍କା ସିଏଏ ଓ ଏନ୍ଆରସି ନାମରେ ଗରିବ ଲୋକଙ୍କୁ ଶିକାର କରାଯାଉଛି ବୋଲି ଅଭିଯୋଗ ମଧ୍ୟ କରିଥିଲେ । କଂଗ୍ରେସ ସଙ୍ଗଠନର ମହାସଚିବ ବେଣୁଗୋପାଲ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ଯୁବ ଓ ଛାତ୍ରଙ୍କ ବିରୋଧରେ ବଳ ପ୍ରୟୋଗ କରୁଛି, ଯାହାର ପରିଣାମ ସ୍ବରୂପ ପରିସ୍ଥିତି ବେଶ୍ ଉତ୍ତେଜନାମୟ ହେଉଛି। (ଏଜେନ୍ସି)