
ଝାଡଖଣ୍ଡ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ମହାମେଣ୍ଟ ଜିତିବା ପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍ ଖୁସି ବ୍ୟକ୍ତ କରିଛନ୍ତି। ସୋମବାର ଦିନ ହେମନ୍ତ ସୋରେନ୍ କହିଛନ୍ତି ଯେ, ଝାଡଖଣ୍ଡ ଜନତାଙ୍କ ସ୍ପଷ୍ଟ ଜନାଦେଶ ପାଇ, ଜନତାଙ୍କ ନିକଟରେ ଋଣୀ ବୋଲି କହିଛନ୍ତି। ଆଜି ଦିନଟି ତାଙ୍କ ପାଇଁ ସଂକଳ୍ପର ଦିନ। ଲୋକଙ୍କ ଆକାଂକ୍ଷାକୁ ପୂରା କରିବାର ଦିନ ଆସିଛି। ଏହି ଜନାଦେଶକୁ ଶିବୁ ସୋରେନ୍ଙ୍କ ପରିଶ୍ରମ ଓ ତ୍ୟାଗର ପରିଣାମ ବୋଲି କହିଛନ୍ତି ହେମନ୍ତ। ଝାଡଖଣ୍ଡରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବ ବୋଲି କହିଛନ୍ତି ହେମନ୍ତ। ଜେଏମଏମ୍ର ସହିତ ମେଣ୍ଟରେ ରହିଥିବା କଂଗ୍ରେସ ଓ ଆରଜେଡିଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି ହେମନ୍ତ ସୋରେନ୍। ଏହି ଅବସରରେ ଲାଲୁ ପ୍ରସାଦ ଯାଦବ, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ରାହୁଲ୍ ଗାନ୍ଧିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। (ଏଜେନ୍ସି)