ମୁମ୍ବାଇ, 24/12: ୨୦୦୩ରେ ଆସିଥିବା କମେଡି ଫିଲ୍ମ ‘ହଙ୍ଗାମା’ର ଦ୍ବିତୀୟ ସଂସ୍କରଣ ବହୁତ ଶୀଘ୍ର ବକ୍ସ ଅଫିସ୍ରେ ରିଲିଜ୍ ହେବାକୁ ଯାଉଛି । ଆଜି ଏହାର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଏହି ପୋଷ୍ଟର ସହିତ ନିର୍ମାତା ଫିଲ୍ମର ରିଲିଜ୍ ଡେଟ୍ ମଧ୍ୟ ଘୋଷଣା କରିଛନ୍ତି । ଫିଲ୍ମରେ ବହୁତ ଦିନ ପରେ ଶିଳ୍ପା ସେଟ୍ଟିଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିବ । ଅବଶ୍ୟ ଏହା ପୂର୍ବରୁ କିଛି ଗୀତରେ ତାଙ୍କୁ ଦେଖିବାକୁ ମିଳିଛି । ରିଲିଜ୍ ହୋଇଥିବା ପୋଷ୍ଟରରେ ପରେଶ ରାଓ୍ବଲ୍ଙ୍କ ସହିତ ଶିଳ୍ପା ସେଟ୍ଟି ଓ ମିଜାନ୍ ଜାଫେରୀଙ୍କ ସହିତ ସାଉଥ୍ ହିରୋଇନ୍ ପ୍ରଣିଥା ସୁବାସ୍ ମଧ୍ୟ ନଜର ଆସିଛନ୍ତି। ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି 2020 ଅଗଷ୍ଟ 14ରେ ପରଦାକୁ ଆସିବ । (ଏଜେନ୍ସି)