ଯମୁନା ଏକ୍ସପ୍ରେସ୍‌ଓ୍ବେ ଦୁର୍ନୀତି ଯାଞ୍ଚ ଆରମ୍ଭ କଲା ସିବିଆଇ

Published: Dec 25, 2019, 12:18 pm IST

ନୂଆଦିଲ୍ଲୀ, 25/12:  ଯମୁନା ଏକ୍ସପ୍ରେସ୍‌ଓ୍ବେର ଦୁର୍ନୀତି ଯାଞ୍ଚ ସିବିଆଇ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରେ ପୂର୍ବତନ ସିଇଓ ପିସି ଗୁପ୍ତାଙ୍କ ସମେତ ଅନ୍ୟ 20 ଜଣଙ୍କ ମାମଲା ଦାଏର କରିଛି।  ଏହି ଏକ୍ସପ୍ରେସ୍‌ଓ୍ବେ ଦୁର୍ନୀତିରେ ୧୨୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ନୋଏଡ଼ାକୁ ଆଗ୍ରା ମଧ୍ୟରେ ଯୋଗାଯୋଗ କରୁଥିବା ୧୬୫ କିମି ଏହି ଏକ୍ସପ୍ରେସ୍‌ଓ୍ବେର ନିର୍ମାଣ କାର୍ଯ୍ୟ ୨୦୦୯ରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ସମୟରେ ଆରମ୍ଭ ହୋଇଥିଲା। ଏହାର ଲୋକାର୍ପଣ ୨୦୧୨ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମୟରେ ହୋଇଥିଲା। ଯମୁନା ଏକ୍ସପ୍ରେସ୍‌ଓ୍ବେ ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୮ ଜୁନ୍‌ରେ ଅଭିଯୋଗ ଆଣିଥିଲେ। ପରବର୍ତ୍ତୀ ସମୟରେ ଏହାର ଯାଞ୍ଚ୍‌ ଦାୟିତ୍ୱ ସିବିଆଇକୁ ଦେବା ପାଇଁ କୁହାଯାଇଥିଲା। ସୂଚନାଯୋଗ୍ୟ ଯେ, ଯମୁନା ଏକ୍ସପ୍ରେସ୍‌ ଔଦୋଗିକ ବିକାଶ ପ୍ରାଧିକରଣ ଯମୁନା ଏକ୍ସପ୍ରେସ୍‌ ପାଇଁ ମଥୁରରା ସାତଟି ଗ୍ରାମର ଜମିକୁ 85 କୋଟି ମୂଲ୍ୟରେ କିଣିଥିଲେ, ଯାହାଫଳରେ ରାଜ୍ୟସରକାରକୁ 126 କୋଟି ଟଙ୍କାର କ୍ଷତି ହୋଇଥିଲା । (ଏଜେନ୍ସି)

Related posts