ଗାଧୁଆଘରେ ପଡି ସ୍ମୃତିଶକ୍ତି ହରାଇଲେ ବ୍ରାଜିଲ୍‌ ରାଷ୍ଟ୍ରପତି ବୋଲସୋନାରୋ

Published: Dec 25, 2019, 5:21 pm IST

ରିଓଡିଜେନେରୋ,25/12 : ଗାଧୁଆଘରେ ପଡିବାରୁ ସ୍ମୃତିଶକ୍ତି ହରାଇଛନ୍ତି ବ୍ରାଜିଲ୍‌ ରାଷ୍ଟ୍ରପତି ଜେର ବୋଲ୍‌ସୋନାରୋ । ସୋମବାର ରାତିରେ ଆଲଭୋରାଡାରେ ନିଜର ସରକାରୀ ବାସଭବନର ଗାଧଆଘରେ ବୋଲ୍‌ସୋନାରୋଙ୍କ ପାଦ ଖସିଯିବାରୁ ମୁଣ୍ଡରେ ଆଘାତ ଲାଗିଥିଲା । ଏହି ଆଘାତ ଅତ୍ୟନ୍ତ ଗୁରୁତର ନଥିଲେ ମଧ୍ୟ ଏହ ଦ୍ବାରା ବୋଲ୍‌ସୋନାରୋଙ୍କ ସ୍ମୃତି ଶକ୍ତି ହ୍ରାସ ପାଇଥିଲା । ବୋଲ୍‌ସୋନାରୋଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ଆଘାତ ଦ୍ବାରା ବିଗତ ଦୁଇରୁ ତିନିଦିନ ମଧ୍ୟରେ ଘଟିଥିବା ଘଟଣା ସମ୍ପର୍କରେ ବୋଲ୍‌ସୋନାରୋ ଭୁଲି ଯାଇଛନ୍ତି । ଖୁବ୍‌ଶୀଘ୍ର ସେ ସୁସ୍ଥ ହୋଇଯିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Related posts