ମୁସଲମାନଙ୍କ ପାଇଁ ରହିଛି 150 ରାଷ୍ଟ୍ର : ବିଜୟ ରୂପାନୀ

Published: Dec 25, 2019, 6:28 pm IST

ନୂଆଦିଲ୍ଲୀ,25/12 : ମୁସଲମାନଙ୍କ ପାଇଁ ସମଗ୍ର ବିଶ୍ବରେ 150ଟି ରାଷ୍ଟ୍ର ରହିଥିବା ବେଳେ ହିନ୍ଦୁ ମାନଙ୍କ ପାଇଁ କେବଳ ଗୋଟିଏ ରାଷ୍ଟ୍ର ରହିଛି ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ପ୍ରକାଶ କରିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନ୍‌କୁ ନେଇ ବିପକ୍ଷ ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଥିବାରୁ ଏହି ମତ ଦେଇଛନ୍ତି ରୂପାନୀ । କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ପାଳନ କରୁନାହିଁ ଏବଂ ପଡୋଶୀ ରାଷ୍ଟ୍ରରେ ନିର୍ଯାତିତ ହିନ୍ଦୁ ମାନଙ୍କ ପ୍ରତି କଂଗ୍ରେସ ବିଦ୍ବେଷ ଭାବ ପୋଷଣ କରୁଛି ବୋଲି ରୂପାନୀ କହିଛନ୍ତି । ଏହି ତିନି ରାଷ୍ଟ୍ରର ବ୍ୟକ୍ତି ଭାରତକୁ ଆସିଲେ ସେମାନଙ୍କୁ ଦେଶରେ ସ୍ଥାନ ଦିଆଯିବ ବୋଲି ଗାନ୍ଧିଜୀ କହିଥିଲେ । ମାତ୍ର ଏହି ନିୟମକୁ ବିରୋଧ କରି କଂଗ୍ରେସ ଗାନ୍ଧିଜୀଙ୍କ ନୀତିର ବିରୋଧ କରୁଛି ବୋଲି ରୂପାନୀ କହିଛନ୍ତି । (ଏଜେନ୍ସୀ)

Related posts