ସୌରଭଙ୍କ ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ପ୍ରସ୍ତାବକୁ ରଶିଦ ଲତିଫଙ୍କ ସମାଲୋଚନା

Published: Dec 25, 2019, 8:23 pm IST

ନୂଆଦିଲ୍ଲୀ,25/12 : ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ପ୍ରସ୍ତାବକୁ ପୂର୍ବତନ ପାକିସ୍ତାନୀ କ୍ରିକେଟର ରଶିଦ୍‌ ଲତିଫ୍‌ ସମାଲୋଚନା କରିଛନ୍ତି । ଗାଙ୍ଗୁଲିଙ୍କ ପ୍ରସ୍ତାବିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଅନ୍ୟ ଏକ ଶ୍ରେଷ୍ଠ ଦଳ ଭାଗ ନେବେ ବୋଲି ଜଣାପଡିଛି । ଭାରତରେ ପିଙ୍କ ବଲ୍‌ ଟେଷ୍ଟ ପ୍ରଚଳନ ସହିତ ଏହା ଗାଙ୍ଗୁଲିଙ୍କ ବଡ ଯୋଜନାର ଏକ ଅଂଶବିଶେଷ । ପାକିସ୍ତାନୀ କ୍ରିକେଟର ରଶିଦ ଲତିଫ୍‌ ଏହି ଯୋଜନାକୁ ସମାଲୋଚନା କରିଛନ୍ତି । ଏହି ଯୋଜନା ଫଳପ୍ରସୂ ହେଲେ ଚାରି ରାଷ୍ଟ୍ର ଅନ୍ୟ ସମସ୍ତ ରାଷ୍ଟ୍ରଙ୍କୁ ଏକ ଘରିକିଆ କରିଦେବେ ଯାହାକି କ୍ରିକେଟ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଲତିଫ ଏକ ୟୁଟ୍ୟୁବ୍‌ ଭିଡିଓରେ କହିଛନ୍ତି । ଏହି ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ସମ୍ମତି ପ୍ରଦାନ କରିଛି । (ଏଜେନ୍ସୀ)

Related posts