
ରାଞ୍ଚି, 26/12 : ଝାରଖଣ୍ଡର ବିଦାୟୀ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ରହିଥିବା ହେମନ୍ତ ସୋରେନଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ କରାଯାଇଥିଲା । ରଘୁବରଙ୍କ ବିରୋଧରେ ଅନୁସୂଚିତ ଜାତି ଏବଂ ଜନଜାତି ଅଧିନିୟମ ଅନୁସାରେ ମାମଲା ରୁଜୁ କରାଯାଇଛି । ଡିସେମ୍ବର 19ରେ ହେମନ୍ତ ସୋରେନ୍ଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କାରଣରୁ ସୋରେନ୍ଙ୍କ ପକ୍ଷରୁ ଦୁମ୍କା ଥାନାରେ ଅଭିଯୋଗ କରାଯାଇଥିଲା । ଯଦିଓ ସୋରେନ୍ ନିଜର ଅଭିଯୋଗ ଫେରସ୍ତ ନେବା ନେଇ ସୂଚନା ଦେଇଛନ୍ତି ତେବେ ଗୁରୁବାର ଦିନ ପୋଲିସ୍ ପକ୍ଷରୁ ରଘୁବରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । (ଏଜେନ୍ସୀ)