Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆର୍ଯ୍ୟ ସମାଜ ପକ୍ଷରୁ ରାଜଭବନରେ ରାଜ୍ୟପାଳଙ୍କୁ ଦିଆଗଲା ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆମ ଦେଶ ଭାରତକୁ କେଉଁ ନେତା ନିର୍ମାଣ କରିନାହାନ୍ତି। ଭାରତ ହେଉଛି ସାଧୁସନ୍ଥମୁନିଋଷିଙ୍କର ଦେଶ। ଆଧ୍ୟାତ୍ମିକତା ଆମର ଭିତ୍ତି ଓ ଶକ୍ତି। ଏହି କାରଣରୁ ଭାରତ ବିଶ୍ୱଗୁରୁ ହୋଇଥିଲା ଏବଂ ସେ ପୁଣି ସେହି ଆସନରେ ଆସୀନ ହେବ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି।

ଆଜି ରାଜଭବନରେ ଆର୍ଯ୍ୟ ସମାଜ, ଓଡ଼ିଶା ପକ୍ଷରୁ ଆୟୋଜିତ ନାଗରିକ ସଂବର୍ଦ୍ଧନାର ଉତ୍ତରରେ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ ଆମର ସଭ୍ୟତା ଓ ସଂସ୍କୃତି ଅତି ପ୍ରାଚୀନ ଓ ସମୃଦ୍ଧ। ଭାରତ ଶୁଣାଇଛି ପୃଥିବୀକୁ ବସୁଧୈବ କୁଟୁମ୍ବକମ୍‌ର ବାର୍ତ୍ତା। ସଂସ୍କୃତ ଭାଷା ଓ ସଂସ୍କୃତି ଆମ ପରିଚିତିର ଅନନ୍ୟ ବିଭବ। ଏହାର ସଂରକ୍ଷଣ ଓ ପ୍ରସାରରେ ଭାରତୀୟତା ମହକ ପ୍ରସାରିତ ହୋଇପାରିବ।

ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଦ୍ରୁତ ପ୍ରଗତି ହେଉଛି। ଦେଶର ଅପାର ସାମର୍ଥ୍ୟର ସଫଳ ଉପଯୋଗ ହେଉଛି। ଯୋଗକୁ ସାରା ପୃଥିବୀ ଆପଣେଇଛି। ବିଶ୍ୱର ପଂଚମ ବିଶାଳ ଅର୍ଥ ବ୍ୟବସ୍ଥାରୁ ଖୁବ୍ ଶୀଘ୍ର ତୃତୀୟ ସ୍ଥାନକୁ ଯିବାର ସଂଭାବନା ସାକାର ହେବାକୁ ଯାଉଛି। ଏହି ପ୍ରଗତି ପ୍ରକ୍ରିୟାରେ ପ୍ରତ୍ୟେକ ଭାରତୀୟଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ରାଜ୍ୟପାଳ କହିଛନ୍ତି।

ଓଡ଼ିଶା ଏକ ପୁଣ୍ୟ ଭୂମି। ଜଗତର ନାଥ ଜଗନ୍ନାଥ ଏଠି ବିରାଜିତ। ସେହି ରାଜ୍ୟର ସେବା କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେକରୁଛି ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି। ଆର୍ଯ୍ୟ ସମାଜ, ଓଡ଼ିଶାର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଦ୍ୱାରା ଲିଖିତ “ଅନୁଭୂତିରେ ସନ୍ଥ ମହିମା’ ପୁସ୍ତକକୁ ଲୋକାର୍ପଣ କରି ରାଜ୍ୟପାଳ ଲେଖକଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଉପସ୍ଥାପିତ ସଂନ୍ଥମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇଛନ୍ତି।

ଡ.ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ.ହରେକୃଷ୍ଣ ଶତପଥୀ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ, ଡ.ବଦ୍ରିନାଥ ପଟ୍ଟନାୟକ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।

ପ୍ରାରମ୍ଭରେ ଅନନ୍ତ ବଳିଆ ବେଦପୀଠର ବ୍ରହ୍ମଚାରୀମାନେ ବେଦପାଠ କରିଥିଲେ। ଡ. ଶ୍ରୀନିବାସ ଘଟୁଆରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାଜ୍ୟପାଳଙ୍କୁ ସଂବର୍ଧିତ କରାଯାଇଥିଲା। ଉତ୍ସବରେ ବହୁ ବିଦ୍ୱାନ, ବୁଦ୍ଧିଜୀବୀ ଓ ସାମାଜିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶ୍ରୀଜିୟୁଙ୍କୁ ପ୍ରାର୍ଥନା କଲେ ଓଡିଶାର ନବନିଯୁକ୍ତ ରାଜ୍ୟପାଳ, ଆସନ୍ତାକାଲି ଶ୍ରୀଲିଙ୍ଗରାଜଙ୍କ ଦର୍ଶନ

ପୁରୀ: ଆଜି ପୁରୀରେ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି ଓଡିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ସେ ଆଜି ଟ୍ରେନଯୋଗେ ପୁରୀରେ ପହଞ୍ଚିବା ପରେ ତାଙ୍କୁ ପୁରୀ ପ୍ରଶାସନ ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ପୁରୀ ରାଜଭବନରେ କିଛି ସମୟ ବିଶ୍ରାମ କରିଥିଲେ।

ଏହାପରେ ସେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଓଡିଶାର ବିକାଶ ଏକମାତ୍ର ଲକ୍ଷ୍ୟ ହେବ ବୋଲି ଉପସ୍ଥିତ ଗଣମାଧ୍ୟମକୁ ସେ କହିଥିଲେ। ଓଡିଶାର ଗରିବ ଏବଂ ନିଷ୍ପେସିତଙ୍କ ଉନ୍ନତି ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲି ବୋଲି ସେ କହିଛନ୍ତି।

ଆଜି ସେ ଭୁବନେଶ୍ବର ରାଜଭବନ ଆସି ସେଠାରେ କେତେକ ବିଶିଷ୍ଠ ବ୍ୟକ୍ତିଙ୍କୁ ସାକ୍ଷାତ କରିବେ। ଏହାପରେ ସେ ଆସନ୍ତାକାଲି ସକାଳେ ପ୍ରଭୃ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ଦିନ 11ଟା 45 ମିନିଟରେ ସେ ଓଡିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ରାଜଭବନ ସୁତ୍ରରୁ ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ, ଆସନ୍ତାକାଲି ଶପଥ ଗ୍ରହଣ

ପୁରୀ: ଆଜି ସକାଳେ ଓଡିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ପୁରୀରେ ପହଞ୍ଚିଛନ୍ତି। ସେ ଟ୍ରେନ ଯୋଗେ ଟାଟା ନଗରରୁ ସିଧା ପୁରୀରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ସ୍ବାଗତ କରାଯାଇ ପୁରୀ ରାଜଭବନକୁ ନିଆଯାଇଥିଲା।

ଆଜି ସକାଳେ ସେ ଶ୍ରୀମନ୍ଦିର ଯାଇ ସେଠାରେ ଜଗନ୍ନାଥ ଦର୍ଶନ କରିବେ। ଏହାପରେ ସେ କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ବର ଫେରିବେ। ଭୁବନେଶ୍ବରର ରାଜଭବନରେ ମଧ୍ୟ ତାଙ୍କୁ ସ୍ବାଗତ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି। ଆସନ୍ତାକାଲି ସେ ଓଡିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ।

Categories
ଆଜିର ଖବର

ରଘୁବର ଦାସଙ୍କ ବିରୋଧରେ ମାମଲା ରୁଜୁ

ରାଞ୍ଚି, 26/12 : ଝାରଖଣ୍ଡର ବିଦାୟୀ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ରହିଥିବା ହେମନ୍ତ ସୋରେନଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ କରାଯାଇଥିଲା । ରଘୁବରଙ୍କ ବିରୋଧରେ ଅନୁସୂଚିତ ଜାତି ଏବଂ ଜନଜାତି ଅଧିନିୟମ ଅନୁସାରେ ମାମଲା ରୁଜୁ କରାଯାଇଛି । ଡିସେମ୍ବର 19ରେ ହେମନ୍ତ ସୋରେନ୍‌ଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କାରଣରୁ ସୋରେନ୍‌ଙ୍କ ପକ୍ଷରୁ ଦୁମ୍‌କା ଥାନାରେ ଅଭିଯୋଗ କରାଯାଇଥିଲା । ଯଦିଓ ସୋରେନ୍‌ ନିଜର ଅଭିଯୋଗ ଫେରସ୍ତ ନେବା ନେଇ ସୂଚନା ଦେଇଛନ୍ତି ତେବେ ଗୁରୁବାର ଦିନ ପୋଲିସ୍‌ ପକ୍ଷରୁ ରଘୁବରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । (ଏଜେନ୍ସୀ)