Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହଟିଲେ ରଘୁ, ଆସିବେ ହରି.. ରାଜ୍ୟପାଳରୁ ରଘୁବର ଦାସଙ୍କ ଇସ୍ତଫା ନେଇ ଚର୍ଚ୍ଚା
ବିଶେଷ ଖବର

ହଟିଲେ ରଘୁ, ଆସିବେ ହରି.. ରାଜ୍ୟପାଳରୁ ରଘୁବର ଦାସଙ୍କ ଇସ୍ତଫା ନେଇ ଚର୍ଚ୍ଚା

December 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
RaghubarDas
ରାଜ୍ୟପାଳରୁ ହଟିଲେ ରଘୁ, ଆସିବେ ହରି.. ରଘୁବର ଦାସଙ୍କ ଇସ୍ତଫା ନେଇ ଚର୍ଚ୍ଚା

ଭୁବନେଶ୍ବର: ଗତକାଲି କେନ୍ଦ୍ର ସରକାର ଓଡିଶାର ରାଜ୍ୟପାଳ ଥିବା ରଘୁବର ଦାସଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ମିଜୋରାମ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ରଘୁବର ଦାସଙ୍କୁ ହଠାତ ହଟାଇବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରୀ ରହିଛି।

ଝାଡଖଣ୍ଡ ନିର୍ବାଚନ ସମୟରେ ରଘୁବର ଦାସଙ୍କୁ ରାଜ୍ୟପାଳରୁ ହଟାଇ ସକ୍ରିୟ ରାଜନୀତିରେ ଯୋଗଦେବେ ବୋଲି କୁହାଯାଉଥିଲା। ହେଲେ କେନ୍ଦ୍ର ବିଜେପି ନେତୃତ୍ବ ତାଙ୍କ ଉପରେ ଭରସା କରିପାରିଲେ ନାହିଁ। ଏପରିକି ତାଙ୍କ ପୁଅଙ୍କ ଉପରେ ମଧ୍ୟ ଭରସା କରିପାରିଲେ ନାହିଁ। ହେଲେ ତାଙ୍କ ବୋହୂଙ୍କ ଉପରେ ଭରସା କରି ବିଜେପି ଟିକେଟ ଦେଲା ଆଉ ସେ ଜିତିଲେ ମଧ୍ୟ।

ସେତେବେଳେ ରଘୁବର ଇସ୍ତଫା ନ ଦେଇ ବର୍ତ୍ତମାନ ଇସ୍ତଫା ଦେବାର କାରଣ ଖୋଜିବାରେ ଲାଗିଛନ୍ତି ରାଜନୈତିକ ବିଶେଷଜ୍ଞ। ତାହାର କାରଣରେ କୁହାଯାଉଛି ଯେ, ରଘୁବର ଓଡିଶାରେ ବେଶ ବିବାଦୀୟ ହୋଇପଡିଛନ୍ତି। ଫଳରେ ତାଙ୍କୁ ଆଉ ବେଶୀ ଦିନ ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ ନ ରଖିବାକୁ କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରି ତାଙ୍କୁ ହଟାଇ ଦେଲେ। ବିଶେଷ କରି ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଯେପରି ସରକାରୀ ଅଧିକାରୀଙ୍କୁ ମାଡ ମାରିଲେ ତାହା ଦଳ ପାଇଁ ବୁମେରାଂ ହୋଇଛି।

ପ୍ରଶ୍ନ ଉଠିଛି ଯେ, ବିଜେପି ନିର୍ବାଚନ ସମୟରେ ନ ହଟାଇ ଏବେ କାହିଁକି ଏପରି କଲେ। ତାହାକ କାରଣରେ କୁହାଯାଉଛି ଯେ, ଝାଡଖଣ୍ଡ ନିର୍ବାଚନ ପୂର୍ବରୁ ତାଙ୍କ ହଟାଇଥିଲେ ସେଠାରେ ବିରୋଧୀଙ୍କୁ ବଡ ଅସ୍ତ୍ର ମିଳିଯାଇଥାଆନ୍ତି। ସେମାନେ ହୁଏତ ସେତେବେଳେ ଏହାକୁ ନିର୍ବାଚନ ପ୍ରସଂଗ କରିଥାଆନ୍ତେ। ସେଥିପାଇଁ କେନ୍ଦ୍ର ସରକାର ରଘୁବରଙ୍କ ପୁଅ ମାଡ ମାରିବା ଘଟଣା ଜାଣି ମଧ୍ୟ ଚୁପ ରହି ନିର୍ବାଚନ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ।

ରଘୁବରଙ୍କ ପୁଅ ମାଡ ମାରିବା ଘଟଣା ସାରା ଦେଶରେ ଏକ ଚର୍ଚ୍ଚାର ପରିସରକୁ ଆସିଥିଲା। ଏପରିକି ଏହି ଘଟଣା ନେଇ ରାଜ୍ୟରେ ଥିବା ବିଜେପି ସରକାରକୁ ବିରୋଧୀ ହରଡ ଘଣାରେ ପକାଇଦେଲେ। ହେଲେ କରତ ପେଲିଲେ କାଟୁଛି ଭିଡିଲେ କାଟୁଛି ନ୍ୟାୟରେ ସମସ୍ତେ ଚୁପ ରହିବାକୁ ବାଧ୍ୟ ହୋଇଥିଲେ। ସେହି କାରଣ ପାଇଁ ନା ରଘୁବର ନା ତାଙ୍କ ପୁଅ ଝାଡଖଣ୍ଡ ରାଜନୀତିରେ ସକ୍ରିୟ ହୋଇ ପାରିଲେ ନାହିଁ।

ଅନ୍ୟ ଏକ ଘଟଣା ମଧ୍ୟ ଓଡିଶା ବିଜେପି ସରକାରଙ୍କୁ ଅପ୍ରୀତିକର ପରିସ୍ଥିତି ସାମନା କରିବାକୁ ପଡିଲା। ତାହା ହେଲା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ଗତ ବିଧାନସଭାରେ ପାରିତ ନ ହେବା। ଏହି ବିଲକୁ କ୍ୟାବିନେଟ ମଂଜୁର କରିସାରିଥିବା ବେଳେ ରାଜ୍ୟପାଳ କେତେକ ପ୍ରସଂଗ ଉପରେ ଆପତ୍ତି ଉଠାଇଲେ। ଫଳରେ ତାହାକୁ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପିତ କରିପାରିଲେ ନାହିଁ। ଯାହାକୁ ନେଇ ରାଜ୍ୟ ବିଜେପି ରାଜ୍ୟପାଳଙ୍କ ଉପରେ ଖପ୍ପା ହୋଇଥିଲା ବୋଲି କୁହାଯାଉଛି।

କେବଳ ବିଜେପି ସରକାର ନୁହେଁ, ପୂର୍ବର ବିଜେଡି ସରକାର ମଧ୍ୟ ରାଜ୍ୟପାଳଙ୍କ କାର୍ଯ୍ୟକଳାପ ନେଇ ଅସନ୍ତୁଷ୍ଟ ମଧ୍ୟ ଥିଲା। କାରଣ ସେ ରାଜ୍ୟପାଳ ଭାବେ ଦାୟିତ୍ବ ନେବା ପରେ ବିଭିନ୍ନ ଜିଲ୍ଲା ଗସ୍ତ କରି ସେଠାରେ ସରକାର ବିଫଳ ହୋଇଛନ୍ତି ବୋଲି ପରୋକ୍ଷରେ ସୂଚିତ କଲେ। ଯାହାକୁ ନେଇ ବିଜେଡି ସେତେବେଳେ ମଧ୍ୟ ପ୍ରଶ୍ନ ଉଠାଇଥିଲା। ଏପରିକି ଝାଡଖଣ୍ଡ ନିର୍ବାଚନ ବେଳେ ରଘୁବର ଦାସଙ୍କ ଭୂମିକା ନେଇ ମଧ୍ୟ ବିଜେଡି ସାମ୍ବାଦିକ ସମ୍ମିଳନୀ କରିଥିଲା।

ତେବେ ସବୁଠାରୁ ବଡ କଥା ହେଉଛି ଯେ, ରଘୁବରଙ୍କୁ ହଟାଯିବା ଘଟଣା ରାଜ୍ୟ ବିଜେପି ସରକାରର ମଙ୍ଗୁଆଳମାନେ ଅବଗତ ନାହାଁନ୍ତି। ରଘୁବରଙ୍କୁ ଗତକାଲି ରାତିରେ ଇସ୍ତଫା ଦେବା ପାଇଁ କୁହାଗଲା। ଫଳରେ ତାଙ୍କର କେତେକ ଗସ୍ତ କାର୍ଯ୍ୟ ବାତିଲ କରି ସେ ସେହି କିଛି ସମୟ ପରେ ରାଷ୍ଟ୍ରପତିଙ୍କୁ ଇସ୍ତଫା ଦେଲେ ଆଉ ତାହା ତୁରନ୍ତ ଗ୍ରହଣ କରାଗଲା। ତେଣୁ ରଘୁବରଙ୍କୁ ରାଜ୍ୟପାଳ ପଦବୀରୁ ହଟାଇବା ଘଟଣା ରାଜ୍ୟ ନେତାମାନେ କିଛି ଜାଣିପାରି ନାହାଁନ୍ତି।

 

RAGHUBARDAS ରଘୁବର ଦାସ ହରିବାବୁ କମ୍ଭମପତି
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ମେମୁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

September 14, 2026

ଗଣେଶ ପୂଜା ମଣ୍ଡପରେ ଅଘଟଣ, ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

September 14, 2026

ଖୁବ୍‌ଶୀଘ୍ର ବଜାରକୁ ଆସିବ ‘ଓମ୍‌ଫେଡ୍’ ପାଣି ଓ ଆଇସକ୍ରିମ୍: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

September 14, 2026

ଅମିତ ଶାହାଙ୍କ ଘୋଷଣା: ୨୦୨୯ ସୁଦ୍ଧା ଏନଡିଏ ଶାସିତ ରାଜ୍ୟରେ ଲାଗୁ ହେବ UCC

September 14, 2026
Latest News

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତ ଗସ୍ତ କରିବ ପାକିସ୍ତାନ ଦଳ: ଜାଣନ୍ତୁ କେବେ?

September 14, 2026

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ମେମୁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

September 14, 2026

ଗଣେଶ ପୂଜା ମଣ୍ଡପରେ ଅଘଟଣ, ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

September 14, 2026

ପ୍ରଥମ ଟି-୨୦ରେ ତିନୋଟି ପ୍ରମୁଖ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

September 14, 2026

ଖୁବ୍‌ଶୀଘ୍ର ବଜାରକୁ ଆସିବ ‘ଓମ୍‌ଫେଡ୍’ ପାଣି ଓ ଆଇସକ୍ରିମ୍: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.