ନାଗରିକତା ସଂଶୋଧନ ବିଲ ସପକ୍ଷରେ ରାଜ୍ୟ ବିଜେପି ଜାନୁୟାରୀରୁ କରିବ ସଚେତନତା କାର୍ଯ୍ୟକ୍ରମ

Published: Dec 26, 2019, 7:53 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଦ୍ୱାରା ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବ। ନାଗରିକତା ସଂଶୋଧନ ଆଇନ ସଂପର୍କରେ ବ୍ୟାପକ ଜନଜାଗରଣ କରିବା ପାଇଁ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରି ଜନସାଧାରଣମାନଙ୍କୁ ସଚେତନ କରାଯିବ। ଏହି ପରିପ୍ରେକ୍ଷୀରେ ଆଜି ବିଜେପି ପକ୍ଷରୁ ନାଗରିକତା ସଂଶୋଧନ ନିୟମ ଉପରେ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ କରାଯାଇଥିଲା । ଏହି କର୍ମଶାଳାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା । ଆଗାମୀ ଜାନୁଆରୀ ମାସରେ ନାଗରିକତା ସଂଶୋଧନ ଆଇନ ଉପରେ ବ୍ୟାପକ ଜନଜାଗରଣ କରିବାକୁ ବିଜେପି ନିଷ୍ପତି କରିଛି । ରାଜ୍ୟର ସମସ୍ତ ୩୬ଟି ସାଙ୍ଗଠନିକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଦଳ ଏହି ଆଇନ ସଂପର୍କରେ ବ୍ୟାପକ ଭାବେ ଜନସାଧାରଣମାନଙ୍କୁ ସଚେତନ କରିବ । ବିଜେପି କାର୍ଯ୍ୟକର୍ତାମାନେ ଓଡିଶାର ୩୬ଟି ସାଙ୍ଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ ମଧ୍ୟ କରିବେ ।ଏହି କର୍ମଶାଳାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସାଂସଦ ଜୁଏଲ ଓରାମ ଉଦଘାଟନ କରିଥିଲେ ।

Related posts