ଭାଇକୁ ଭାଇ ସହିତ ବିରୋଧରେ ଲଢେଇ କରାଇଲେ, ବିକାଶ ହେବ ନାହିଁ : ରାହୁଲ୍‌ ଗାନ୍ଧି

Published: Dec 27, 2019, 12:58 pm IST

ଛତିଶଗଡ଼, 27/12: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆଜି ଛତିଶଗଡ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ରାହୁଲ୍‌ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୋଦି ସରକାର ନୋଟ ବନ୍ଦୀ ଓ ଜିଏସ୍‌ଟି ଲାଗୁ କରି ଲୋକଙ୍କ ରୋଜଗାର ଛଡାଇ ନେଲେ ଏବେ ଭାଇକୁ ଭାଇ ସହିତ ଲଢାଉଛନ୍ତି। ଏପରି କଲେ ବିକାଶ ହେବ ନାହିଁ।

କାର୍ଯ୍ୟକ୍ରମରେ ରାହୁଲ୍‌ କହିଛନ୍ତି ଯେ, ବିବିଧତା ମଧ୍ୟରେ ଏକତା ହିଁ ଆମର ଶକ୍ତି ଓ ସମସ୍ତଙ୍କୁ ଯୋଡ଼ି ରଖିବା ଦ୍ବାରା ଦେଶର ଶକ୍ତି ବଢିବ। ଭାଇକୁ ଭାଇ ସହିତ ଲଢାଇ କରିବା ଦ୍ବାରା ଦେଶର ବିକାଶ ହେବ ନାହିଁ। ଯେପର୍ଯ୍ୟନ୍ତ ଦେଶର ସମସ୍ତ ଲୋକ ଏକଜୁଟ୍‌ ହେବେ ନାହିଁ କି ସମସ୍ତଙ୍କ ସ୍ବର ବିଧାନସଭା, ଲୋକସଭାରେ ଶୁଭିବ ନାହିଁ , ସେ ପର୍ଯ୍ୟନ୍ତ ଦେଶରୁ ବେକାରୀ ସମସ୍ୟା ଓ ଅର୍ଥ ବ୍ୟବସ୍ଥା ଉପରେ କିଛି କରାଯାଇପାରିବ ନାହିଁ। ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଉଦ୍‌ଘାଟନ ପରେ ଆଦିବାସୀଙ୍କ ସହିତ ରାହୁଲ୍‌ ନୃତ୍ୟ କରିଥିବାର ଦେଖିବାକୁ ମିଳିଥିଲା। (ଏଜେନ୍ସି)

Related posts