ଆଇଏଏସ ସ୍ତରରେ ଅଦଳବଦଳ, ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କ କାର୍ଯ୍ୟକାଳ ପୁଣି ବୃଦ୍ଧି

Published: Dec 27, 2019, 10:16 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ରାଜ୍ୟ ସରକାର ପୁଣି ଆଇଏଏସ ସ୍ତରରେ  ଅଦଳବଦଳ କରିଛନ୍ତି । ୨୦୦୪ ବ୍ୟାଚର ଆଇଏଏସ ଅଫିସର ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆର୍‌ଡିସି ଭାବେ ବଦଳି କରାଯାଇଛି । ପ୍ରଶାନ୍ତ କୁମାର ସେନାପତିଙ୍କୁ ଓବିସି, ଏସିଏସଟି ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ୨୦୦୭  ବ୍ୟାଚର ଆଇଏଏସ  ସୁଶାନ୍ତ କୁମାର ମହାପାତ୍ରଙ୍କୁ  ଇଷ୍ଟେଟସ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଭି. ବିଜୟ କୁମାରଙ୍କୁ ଆୟୁଷ ବିଭାଗର ନିର୍ଦ୍ଦେଶକ କରାଯାଇଛି । ବିଜୟ କୁମାର ହେଉଛନ୍ତି ୨୦୦୯ ବ୍ୟାଚର ଆଇଏଏସ ଅଫିସର । ସେହିପରି ୨୦୦୯ ବ୍ୟାଚର ଆଇଏଏସ ଏନ୍. ତିରୁମାଲା ନାଏକଙ୍କୁ ଶ୍ରମ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି ।୨୦୧୫ ବ୍ୟାଚ୍ ଆଇଏଏସ୍ ଆବୋଲି ସୁନୀଲ ନରଭାଣେଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ସେହିପରି ରାଜ୍ୟ ସରକାର 2007 ବ୍ୟାଚର 11 ଜଣ ଆଇଏଏସଙ୍କୁ ପଦନ୍ନୋତି ମଧ୍ୟ କରିଛନ୍ତି। ସେମାନେ ହେଲେ ଅରବିନ୍ଦ ଅଗ୍ରୱାଲା, ବଲୱାନ୍ତ ସିଂ,ସଚୀନ ରାମଚାନ୍ଦ ଯାଦବ,ଜ୍ଞାନ ରଂଜନ ଦାସ,ବିଜୟ କୁମାର ନାୟକ, ମହମ୍ମଦ ରସିଦ ଖାନ୍,ପ୍ରଦୀପ କୁମାର ମହାପାତ୍ର, ରଂଜନ ଦାସ, ସଂଗ୍ରାମଜୀତ ନାୟକ, ବିଶ୍ବନାଥ ଆଚାର୍ଯ୍ୟ ଏବଂ ଶରତ ଚନ୍ଦ୍ର ନାୟକ। ସେହିପରି ଖଣି ବିଭାଗର ସ୍ବତନ୍ତ୍ର ସଚିବ ଦୀପକ ମହାନ୍ତିଙ୍କ କାର୍ଯ୍ୟକାଳକୁ ଆଉ ତିନିମାସ ବୃଦ୍ଧି କରାଯାଇଛି। ସେ ପୂର୍ବପରି ଖଣି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ।

Related posts