ତିନି ତଲାକ୍‌ ପୀଡ଼ିତାଙ୍କୁ ମିଳିବ ୬୦୦୦ଟଙ୍କା

Published: Dec 28, 2019, 3:35 pm IST
triple talaq presented in loksabha

ଉତ୍ତରପ୍ରଦେଶ, ୨୮/୧୨: ଉତ୍ତରପ୍ରଦେଶ ସରକାର ଏବେ ତିନି ତଲାକ୍‌ ପୀଡ଼ିତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏବେ ୟୁପିରେ ତିନି ତଲାକ୍‌ ପୀଡ଼ିତାଙ୍କୁ ବାର୍ଷିକ ୬,୦୦୦ଟଙ୍କାର ପେନସନ୍‌ ଦିଆଯିବ। ମାସିକ୫୦୦ ଟଙ୍କା ଆକାରରେ ତଲାକ୍‌ ପୀଡ଼ିତା ମହିଳାଙ୍କୁ ପେନ୍‌ସନ୍‌ ଦେବେ ସରକାର। ଏହି ଯୋଜନା ଆସନ୍ତା ନୂଆ ବର୍ଷରୁ ଆରମ୍ଭ କରାଯିବ । ସରକାରୀ ସୂଚକାଙ୍କ ଅନୁସାରେ ୧୦ହଜାର ମହିଳାଙ୍କୁ ପ୍ରଥମ ତିନି ମାସରେ ଏହି ପେନସେନ୍‌ ରାଶି ଦିଆଯିବ।

ସୂଚନାଯୋଗ୍ୟ, ତିନି ତଲାକ୍‌କୁ ମୋଦି ସରକାର ବେଆଇନ କରିଦେଇଛନ୍ତି। ଯଦି କେହି ମୁସଲମାନ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତିନି ତଲାକ୍‌ ଦେଉଛନ୍ତି, ତେବେ ତାଙ୍କୁ ଜେଲ୍‌ ଦଣ୍ଡ ମିଳିବ। ଏହି ଆଇନ କଠୋର ହେବା ପରେ ମଧ୍ୟ ତିନି ତଲାକ୍‌ର ଘଟଣା ସମା୍ନାକୁ ଆସୁଛି। ୟୁପି ସରକାର ଏହାକୁ ଧ୍ୟାନରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି। (ଏଜେନ୍ସି)

 

Related posts