ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ମେରୀ କମ୍‌ଙ୍କ ଯୋଗ୍ୟତା ଅର୍ଜନ

Published: Dec 28, 2019, 3:23 pm IST

ନୂଆଦିଲ୍ଲୀ,28/12 : 6 ଥର ବିଶ୍ବ ଚାମ୍ପିୟନ୍‌ସିପ୍‌ ବିଜୟିନୀ ଏମ୍‌ସି ମେରୀ କମ୍‌ ଟୋକିଓ 2020 ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । 51 କିଗ୍ରା ବର୍ଗରେ ନିଖତ୍‌ ଜରିନ୍‌ଙ୍କୁ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ କରିଛନ୍ତି । 9-1 ପଏଣ୍ଟରେ ବିଜୟୀ ହୋଇ ମେରୀ ଚୀନ୍‌ରେ ଅନୁଷ୍ଠିତ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେହିପରି ଅନ୍ୟ ଦୁଇ ଭାରତୀୟ ଖେଳାଳି ସାକ୍ଷୀ ଚୌଧୁରୀ ଏବଂ ସିମରନ୍‌ଜିତ୍‌ କୌର୍‌ ମଧ୍ୟ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସାକ୍ଷୀ ଚୌଧୁରୀ ଦୁଇ ଥର ବିଶ୍ବ ଚାମ୍ପିୟନସିପ୍‌ ରୌପ୍ୟ ପଦକ ବିଜୟିନୀ ସୋନିଆ ଲାଥରଙ୍କୁ 57 କିଗ୍ରା ବର୍ଗରେ ପରାସ୍ତ କରିଥିଲେ । 60 କିଗ୍ରା ବର୍ଗରେ ଅନ୍ୟତମ ବିଶ୍ବ ଚାମ୍ପିୟନ୍‌ ଏଲ୍‌ ସରିତା ଦେବୀଙ୍କୁ ସିମ୍‌ରନ୍‌ ଜିତ୍‌ କୌର୍‌ ପରାସ୍ତ କରିଛନ୍ତି । (ଏଜେନ୍ସୀ)

Related posts