
ନୂଆଦିଲ୍ଲୀ,29/12 : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ୍ ଆକ୍ରମଣକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା । ପ୍ରିୟଙ୍କା ଗାନ୍ଧୀ-ନେହେରୁ ପରିବାରର ସଦସ୍ୟ ହୋଇଥିବା ବେଳେ ଯଦି ତାଙ୍କ ସହିତ ଏପରି ହୋଇ ପାରୁଛି ତେବେ ସାଧାରଣ ଜନତାଙ୍କ ଅବସ୍ଥା କଣ ହେଉଥିବ ତାହା ସ୍ପଷ୍ଟ ଅନୁମେୟ ବୋଲି ଶତ୍ରୁଘ୍ନ କହିଛନ୍ତି । ପୋଲିସର ଗୁଣ୍ଡାରାଜକୁ ଶତ୍ରୁଘ୍ନ ନାପସନ୍ଦ କରିବା ସହିତ ସମାଲୋଚନା କରିଥିଲେ । ସିଏଏ ଆନ୍ଦୋଳନ ସମୟରେ ଜେଲରେ ଅଟକ ଥିବା ଉତ୍ତର ପ୍ରଦେଶର ଜଣେ ଆଇପିଏସ୍ ଅଫିସରଙ୍କୁ ଭେଟିବାକୁ ଯାଇଥିବା ବେଳେ ପୋଲିସ୍ ପକ୍ଷରୁ ତାଙ୍କୁ ରୋକା ଯାଇଥିଲା । ଏହି ଘଟଣା ପରେ ପୋଲିସ୍ ପକ୍ଷରୁ ତାଙ୍କ ତଣ୍ଟି ଚିପିବାର ଉଦ୍ୟମ କରାଯାଇଥିଲା ବୋଲି ପ୍ରିୟଙ୍କା ଅଭିଯୋଗ କରିଥିଲେ । (ଏଜେନ୍ସୀ)
Tags: priyankagandhi, satrghnasinha