କିନ୍ନରଙ୍କ ପାଇଁ ସ୍ବାସ୍ଥ୍ୟ କାର୍ଡ ଲଞ୍ଚ କଲେ ଇମ୍ରାନ୍‌ ଖାନ୍‌

Published: Dec 31, 2019, 9:50 am IST

ଇସଲାମାବାଦ,31/12 : କିନ୍ନରଙ୍କ ସ୍ବାସ୍ଥ୍ୟ ସେବା ପାଇଁ ପାକିସ୍ତାନ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟକାର୍ଡ ଲଞ୍ଚ କରାଯାଇଛି । ‘ସେହତ୍‌ ଇନ୍‌ସାଫ୍‌’ ନାମକ ଏହି କାର୍ଯ୍ୟକ୍ରମକୁ ସୋମବାର ଦିନ ଲଞ୍ଚ କରାଯାଇଛି । ଇସଲାମାବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏହି କାର୍ଯ୍ୟକ୍ରମକୁ ଲଞ୍ଚ କରିଛନ୍ତି । କିନ୍ନର ମାନଙ୍କୁ ସୁରକ୍ଷା ପାଇଁ ପାକିସ୍ତାନ ସରକାର ପ୍ରତିବଦ୍ଧ ବୋଲି ଇମ୍ରାନ କହିଛନ୍ତି । 2009ରୁ ପାକିସ୍ତାନ ସରକାର ଦେଶରେ କିନ୍ନରଙ୍କୁ ମାନ୍ୟତା ପ୍ରଦାନ କରିଥିଲେ । 2017 ଜନଗଣନା ଅନୁସାରେ ପାକିସ୍ତାନରେ 10418 ଜଣ କିନ୍ନର ରହିଛନ୍ତି । ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସର୍ବାଧିକ 64.4 ପ୍ରତିଶତ କିନ୍ନର ରହିଥିବା ବେଳେ ସିନ୍ଧ ପ୍ରଦେଶରେ 24 ପ୍ରତିଶତ କିନ୍ନର ରହିଛନ୍ତି । (ଏଜେନ୍ସୀ)

Related posts