ନୂଆବର୍ଷରେ ଗ୍ରାହକଙ୍କୁ ମିଳିଲା ଝଟ୍‌କା : ବୃଦ୍ଧି ପାଇଲା ଗ୍ୟାସ ସିଲିଣ୍ଡର ଦର

Published: Jan 1, 2020, 1:33 pm IST

ନୂଆଦିଲ୍ଲୀ, ୧/୧: ନୂତନ ବର୍ଷର ପ୍ରଥମ ଦିନରେ ଗ୍ରାହକଙ୍କୁ ଝଟ୍‌କା ମିଳିଛି। ରନ୍ଧନ ଗ୍ୟାସ୍‌ର ଦର ୧୯ ଟଙ୍କାବଢିଛି। ଦିଲ୍ଲୀରେ ଅଣ-ସବସିଡି ଯୁକ୍ତ ଗ୍ୟାସ୍‌ ସିଲିଣ୍ଡରର ଦାମ  ୭୧୪ ଟଙ୍କା ହୋଇଛି। ସେହିପରି କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୨୯ଟଙ୍କା ୫୦ ପଇସା ବୃଦ୍ଧି ହୋଇ ୧୨୪୧ ଟଙ୍କାରେ ପହଞ୍ଚିଛି। ଏହାଦ୍ୱାରା ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ କୋଲକାତାରେ ୭୪୭ ଟଙ୍କା, ମୁମ୍ବାଇରେ ୬୮୪ ଟଙ୍କା ଏବଂ ଚେନ୍ନାଇରେ ୭୩୪ ଟଙ୍କା ହୋଇଛି। ସେହିପରି କମର୍ସିଆଲ ସିଲିଣ୍ଡର ଦାମ୍‌ କୋଲକାତାରେ ୧୩୦୮ ଟଙ୍କା, ମୁମ୍ବାଇରେ ୧୧୯୦ଟଙ୍କା ଏବଂ ଚେନ୍ନାଇରେ ୧୩୬୩ ଟଙ୍କାରେ ପହଞ୍ଚିଛି। ଡିସେମ୍ବରରେ ଦିଲ୍ଲୀରେ ୧୪.୨ କିଲୋର ଅଣସବସିଡି  ଗ୍ୟାସ ସିଲିଣ୍ଡର ଉପରେ ୬୯୫ ଟଙ୍କା ଭରିବାକୁ ପଡ଼ୁଥିଲା । କୋଲକାତାରେ ଏହା ୭୨୫.୫୦ ଓ ମୁମ୍ବାଇରେ ୬୬୫ ଏବଂ ଚେନ୍ନାଇରେ ୭୧୪ ଟଙ୍କା ରହିଥିଲା । (ଏଜେନ୍ସି)

Related posts