ବୋମାମାଡ଼ : ପରିବାରର ୫ ଆହତ

Published: Jan 1, 2020, 6:01 pm IST

ସମୀକ୍ଷା ବ୍ୟୁରୋ

ପୁରୀ, 1/1: ପୁରୀ ସଦର ଥାନା ଷଣ୍ଢପୁର ଗାଁରେ ବୋମାମାଡ ଘଟିଛି। ବୋମାମାଡରେ ଗୋଟିଏ ପରିବାରର ୨ ମହିଳା ସମେତ ୫ ଜଣ ଆହତ ହୋଇଛନ୍ତି। ଜମିଜମା ବିବାଦକୁ ନେଇ ସଂପୃକ୍ତ ପରିବାର ସହ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି।

Related posts