Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ରେଳବାଇ ଓଭରବ୍ରିଜ୍‌ କାମର ଅଗ୍ରଗତି ନେଇ ଏସ୍‌ଡିଓଙ୍କୁ ଭେଟିଲେ ଚିଲିକା ବିଧାୟକ
ଆଜିର ଖବର

ବାଲୁଗାଁ ରେଳବାଇ ଓଭରବ୍ରିଜ୍‌ କାମର ଅଗ୍ରଗତି ନେଇ ଏସ୍‌ଡିଓଙ୍କୁ ଭେଟିଲେ ଚିଲିକା ବିଧାୟକ

January 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ବାଲୁଗାଁ, ୦୨/୧: ବାଲୁଗାଁ ରେଳବାଇ ଓଭରବ୍ରିଜ୍‌ରେ କାମର ଅଗ୍ରଗତିକୁ ନେଇ ଆଜି ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ସଡକ ଏବଂ ଗୃହନିର୍ମାଣ ବିଭାଗ ଅଧିକାରୀଙ୍କୁ ଭେଟିଛନ୍ତି। ଶ୍ରୀ ଜଗଦ୍ଦେବ ସଡକ ଏବଂ ଗୃହନିର୍ମାଣ ବିଭାଗ ଏସ୍‌ଡିଓ, ରେଳବାଇ କନିଷ୍ଠଯନ୍ତ୍ରୀ ଏବଂ କାର୍ଯ୍ୟରତ କମ୍ପାନୀ ନନ୍ଦ କନ୍‌ଷ୍ଟ୍ରକ୍‌ସନ୍‌ର ଅଧିକାରୀଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରିଛନ୍ତି। ନିର୍ବାଚନ ସମୟରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ଶ୍ରୀ ଜଗଦ୍ଦେବ ରେଳବାଇ ବ୍ରିଜ୍‌ କାମ ତ୍ବରାନ୍ବିତ କରିବାର ପ୍ରୟାସ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୬ ତାରିଖ ସୁଦ୍ଧା କାର୍ଯ୍ୟସମାପ୍ତ କରିବା ପାଇଁ ବିଧାୟକ ସମ୍ପୃକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ୬ ବର୍ଷ ଧରି ଚାଲିଥିବା ଏହି ରେଳବାଇ ବ୍ରିଜ୍‌ର କାମ ସମ୍ପୂର୍ଣ୍ଣ ହେଉନଥିବାରୁ ସର୍ବସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ଏକ ସମୟରେ ଓଡିଶାରେ ୬ଟି ରେଳବାଇ ବ୍ରିଜ୍‌ର କାମ ଆରମ୍ଭ କରାଯାଇଥିବା ବେଳେ ତନ୍ମଧ୍ୟରୁ ୫ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ମାତ୍ର ବାଲୁଗାଁ ରେଳବାଇ ବ୍ରିଜ୍‌ଟି ଅସମ୍ପୂର୍ଣ୍ଣ ରହିଛି। ଏହାକୁ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଗତ ସେପ୍ଟେମ୍ବର ମାସ ୨୩ ତାରିଖରେ ହେଲ୍ପ କ୍ଳବ୍‌ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏହି ଆନ୍ଦୋଳନରେ ବହୁ ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ। ୨୦୧୯ ବିଧାନସଭା ନିର୍ବାଚନର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଲଲାଟେନ୍ଦୁ ଶତ୍‌ପଥୀ ଏହି ଆନ୍ଦୋଳନରେ ଯୋଗ ଦେଇ ଆନ୍ଦୋଳନକୁ ତୀବ୍ର କରିଥିଲେ। ୬ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପ୍ରଦାନ କରାଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଆନ୍ଦୋଳନ ପରେ କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲେ ମଧ୍ୟ ଅଳ୍ପ କିଛି ଦିନପରେ ପୁନର୍ବାର କାମରେ ଶିଥିଳତା ଦେଖା ଦେଇଥିଲା।

ଆଜି ବିଧାୟକଙ୍କ ଏହି ଆଲୋଚନାକୁ ନେଇ ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ସନ୍ତୋଷ ବ୍ୟକ୍ତ କରିବା ସହିତ ବିଧାୟକଙ୍କ ପ୍ରଚେଷ୍ଟାରେ ବ୍ରିଜ୍‌ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଆଶାପ୍ରକାଶ କରିଛନ୍ତି।

balugaon
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026

ପୋଲିସ ଡିଜି ଙ୍କ ଉପସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୧୧ ମାଓବାଦୀ

March 16, 2026
Latest News

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.