ବାଗଦାଦରେ ଆମେରିକାର ଏୟାର୍‌ ଷ୍ଟ୍ରାଇକ୍‌ : ସୁଲେମାନିଙ୍କ ସମେତ ୮ ମୃତ

Published: Jan 3, 2020, 10:42 am IST

ବାଗଦାଦ୍‌, 3/1 : ବାଗଦାଦ୍‌ର ବିମାନ ଘାଟି ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍‌ କରିଛି । ଏଥିରେ କମାଣ୍ଡର ଜେନେରାଲ୍‌ କାସିମ୍‌ ସୁଲେମାନିଙ୍କ ସମେତ ୮ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଥିବର ସୂଚନା ମିଳିଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ ଏହି ଆକ୍ରମଣ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଦେଶ ଦେଇଥିଲେ। ଏହି ଆକ୍ରମଣରେ ଡେପୁଟି କମାଣ୍ଡର୍‌ ଆବୁ ମହାଦି ଅଲ୍‌- ମୁହାନ୍ଦିସ୍‌ଙ୍କର ମଧ୍ୟ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।  ଏହି ଆକ୍ରମଣ ପରେ ମଧ୍ୟପୂର୍ବରେ ଏକ ନୂତନ ମୋଡ଼ ଆସିଛି । ଏହି ଘଟଣା ପରେ ଇରାନ୍‌ ସୈନ୍ୟ ବଳ ଦ୍ବାରା ଇସ୍ରାଏଲ୍‌ ଓ ଆମେରିକା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି । (ଏଜେନ୍ସି)

Related posts