ଅନ୍ତିମ ଟେଷ୍ଟରେ ଲାବୁଶ୍ଚାଞ୍ଜେଙ୍କ ଶତକ : ପ୍ରଥମ ଦିନରେ ଅଷ୍ଟ୍ରେଲିଆ 283/3

Published: Jan 3, 2020, 3:12 pm IST

ସିଡ୍‌ନୀ,03/01: ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ଶୃଙ୍ଖଳାର ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ମାର୍ନସ୍‌ ଲାବୁଶ୍ଚାଞ୍ଜେ ଶତକ ହାସଲ କରିଛନ୍ତି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଲାବୁଶ୍ଚାଞ୍ଜେଙ୍କ ଶତକ ସହାୟତାରେ 3 ଓ୍ବିକେଟ ହରାଇ 283 ରନ୍‌ ସଂଗ୍ରହ କରିଛି । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଲାବୁଶ୍ଚାଞ୍ଜେ(130*) ଏବଂ ସ୍ମିଥ୍‌(63)ଙ୍କ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ଦୃଢ ସ୍ଥିତିରେ ରହିଛି । ଲାବୁଶ୍ଚାଞ୍ଜେ 210ଟି ବଲ୍‌ର ସମ୍ମୁଖୀନ ହୋଇ ଲାବୁଶ୍ଚାଞ୍ଜେ 12ଟି ଚୌକା ଏବଂ ଗୋଟିଏ ଛକ୍କା ସହାୟତାରେ 130 ରନ୍‌ କରି ଅପରାଜିତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭ ସ୍ମିଥ୍‌(63) ଏବଂ ଡେଭିଡ୍‌ ଓ୍ବାର୍ଣ୍ଣର (45) ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କଲିନ୍‌ ଡି ଗ୍ରାଣ୍ଡହୋମ୍‌ 63 ରନ୍‌ରେ ଦୁଇଟି ଏବଂ ନୀଲ ଓ୍ବାଗନର 48 ରନ୍‌ରେ ଏକ ଓ୍ବିକେଟ ହାସଲ କରିଥିଲେ । (ଏଜେନ୍ସୀ)

Related posts