
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,04/01: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ପୁରୀ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଞ୍ଜନ ଦାଶଙ୍କ ନିଲମ୍ବନ ପରେ ମହିଳା ଜଣକ ନିଜ ବୟାନ ପରିବର୍ତ୍ତନ କରିଛନ୍ତି ।ପୁରୀ ଅତିରିକ୍ତ ଏସ୍ପି ଅରୁଣ ଜେନା ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ମହିଳାଙ୍କୁ ଦୁଷ୍କର୍ମ କରାଯାଇ ନାହିଁ ଏବଂ ଡାକ୍ତରୀ ମାଇନା ପାଇଁ ମହିଳା ଜଣକ ମନା କରିଥିବା ସମ୍ପର୍କରେ ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି । ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମହିଳାଙ୍କ ବୟାନ ରେକର୍ଡ କରାଯିବା ସମୟରେ ମହିଳା ଜଣକ ନିଜ ବୟାନରୁ ଓହରି ଯାଇଥିଲେ ଏବଂ ଡାକ୍ତରୀ ମାଇନା ପାଇଁ ମନା କରିଥିଲେ ।