Categories
ଆଜିର ଖବର ଜାତୀୟ ଖବର

ଏଏସ୍ଆଇ କୁ ସୀମା ଶୁଳ୍କ ବିଭାଗ ଦ୍ୱାରା ଜବତ ହୋଇଥିବା ୧୦୧ଟି ପୁରୁଣା ସାମଗ୍ରୀର ହସ୍ତାନ୍ତର ଉତ୍ସବ ଅନୁଷ୍ଠିତ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରୁ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଦ୍ୱାରା ପରିଚାଳିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ସୀମା ଶୁଳ୍କ ବିଭାଗ ଦ୍ୱାରା ଜବତ ପୁରୁଣା ସାମଗ୍ରୀ ଗୁଡ଼ିକର ହସ୍ତାନ୍ତର ଉତ୍ସବରେ ଭର୍ଚୁଆଲ ଭାବେ ଅଧ୍ୟକ୍ଷତା କରିଥିଲେ। ବେଙ୍ଗାଲୁରୁ, ଭୋପାଳ, ଭୁବନେଶ୍ୱର, ଦିଲ୍ଲୀ, ଗୁଆହାଟୀ, ମୁମ୍ବାଇ ଓ ପୁଣେ ଭଳି ୭ଟି ସ୍ଥାନରେ ଏହି ହସ୍ତାନ୍ତର ସମାରୋହ ଅନୁଷ୍ଠିତ ହୋଇଥିଲା।

ଜବତ ହୋଇଥିବା ୧୦୧ଟି ପୁରୁଣା ଜିନିଷକୁ କଷ୍ଟମ୍ସର ବିଭିନ୍ନ କ୍ଷେତ୍ର ସଂସ୍ଥା ପକ୍ଷରୁ ପ୍ରଦର୍ଶିତ ଓ ସ୍ବତନ୍ତ୍ର ଯତ୍ନ ପାଇଁ ଏଏସଆଇକୁ ପ୍ରଦାନ କରାଯାଇଛି। ଏହି ୧୦୧ଟି ପୁରୁଣା ସାମଗ୍ରୀ ମଧ୍ୟରୁ କିଛି ଗୋଆସ୍ଥିତ ଜାତୀୟ ସୀମା ଶୁଳ୍କ ଓ ସିଜିଏସଟି ସଂଗ୍ରହାଳୟ ‘ଧରୋହରରେ ପ୍ରଦର୍ଶିତ ହେବ।

କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ସମାରୋହର ଏକ ଅଂଶ ହୋଇଥିବା ବଛାବଛା ପୁରୁଣା ଜିନିଷକୁ ଚିତ୍ରିତ କରି ବ୍ରୋସର୍ ‘ପୁରାବଶେଷ କି ପ୍ରହରୀ’ ମଧ୍ୟ ଉନ୍ମୋଚନ କରିଛନ୍ତି। (ପୁସ୍ତିକା ଉପଲବ୍ଧ : https://www.cbic.gov.in/entities/cbic-content-mst/NDMzOTg%3D)

ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ମଧ୍ୟଯୁଗର ଶେଷ ଭାଗର ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି (ପେରୁମାଲ)ଙ୍କୁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରିଥିଲେ।

ରାଜସ୍ୱ ସଚିବ ଶ୍ରୀ ସଞ୍ଜୟ ମାଲହୋତ୍ରା; ସିବିଆଇସି ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଅଗ୍ରୱାଲ; ବୋର୍ଡ (ସିବିଆଇସି)ର ସଦସ୍ୟ; ଏଏସଆଇ ମହାନିର୍ଦ୍ଦେଶକ ଯଦୁବୀର ସିଂ ରାୱତ; ଏହି ଅବସରରେ ସିବିଆଇସି ଓ ଏଏସଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଜବତ ପୁରୁଣା ଜିନିଷଗୁଡ଼ିକୁ ଏଏସଆଇକୁ ହସ୍ତାନ୍ତର କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁନିଶ୍ଚିତ କରୁଛନ୍ତି ଯେ ବିଭିନ୍ନ ଦେଶରୁ ଚୋରି ହୋଇଥିବା କଳାକୃତି ଏବଂ ପୁରୁଣା ବସ୍ତୁକୁ ଭାରତକୁ ଫେରାଇ ଅଣାଯାଉଛି ଯାହା ପାଇଁ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି । ସାମ୍ପ୍ରତିକ ସମୟରେ ଅନେକ କଳାକୃତି ଏବଂ ପୁରୁଣା ବସ୍ତୁ ଫେରାଇ ଅଣାଯାଇଛି ଏବଂ ଏହି ୧୦୧ ଟି ପୁରୁଣା ବସ୍ତୁ ସହିତ କଷ୍ଟମ ବିଭାଗ ଭାରତର ସମୃଦ୍ଧ ଇତିହାସରେ ଯୋଗଦାନ କରୁଛି।

ଶ୍ରୀମତୀ ସୀତାରମଣ ଆହୁରି ମଧ୍ୟ କହିଥିଲେ ଯେ ସୀମା ଶୁଳ୍କ ବିଭାଗ ଏବଂ ଏହା ଅଧୀନରେ ଥିବା ଗଠନ ଗୁଡ଼ିକ ‘ଅର୍ଥନୈତିକ ସୀମାର ରକ୍ଷକ’ ଅଟନ୍ତି।

ଜାନୁଆରୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ପାଲାସମୁଦ୍ରମ (ଆନ୍ଧ୍ରପ୍ରଦେଶ)ରେ ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀ (ଏନଏସିଆଇଏନ)ରେ ଅତ୍ୟାଧୁନିକ ସୁବିଧା ରହିଛି ବୋଲି ଉଲ୍ଲେଖ କରି କେନ୍ଦ୍ର ଅର୍ଥମନ୍ତ୍ରୀ ଆଗାମୀ ମାସ ଗୁଡ଼ିକରେ ଏନ୍ଏସିଆଇଏନ୍ ପଲାସମୁଦ୍ରମରେ ସମ୍ପୃକ୍ତ ପାଠ୍ୟକ୍ରମରେ ଅଧିକାରୀମାନଙ୍କୁ ତାଲିମ ଦେବାକୁ ସିବିଆଇସିକୁ ଅନୁରୋଧ କରିଥିଲେ।

ଶେଷ ବକ୍ତବ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଧାର୍ମିକ ଗ୍ରନ୍ଥ, କଳାକୃତି, ପୁରୁଣା ବସ୍ତୁଗୁଡ଼ିକର ସମ୍ବେଦନଶୀଳ ସ୍ଥିତି ଓ ଐତିହାସିକ ପରିପ୍ରେକ୍ଷୀକୁ ସଂପୃକ୍ତ ଅଧିକାରୀମାନେ ଯଥେଷ୍ଟ ଯତ୍ନ ଓ ସମ୍ମାନର ସହ ପରିଚାଳନା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଅର୍ଥ ମନ୍ତ୍ରଣାଳୟର ରାଜସ୍ୱ ବିଭାଗ ସଚିବ ଶ୍ରୀ ସଞ୍ଜୟ ମାଲହୋତ୍ରା ତାଙ୍କ ଅଭିଭାଷଣରେ ପ୍ରାଚୀନ ବସ୍ତୁର ଐତିହାସିକ, କଳାତ୍ମକ ଏବଂ ସାମାଜିକ ମୂଲ୍ୟ ଉପରେ ଆଲୋକପାତ କରିବା ସହ ପ୍ରାଚୀନ ବସ୍ତୁର ବେଆଇନ ରପ୍ତାନି ପ୍ରୟାସକୁ ଠାବ କରିବା ଏବଂ ବିଫଳ କରିବାରେ ସୀମା ଶୁଳ୍କ ଏବଂ ଏଏସଆଇ ଅଧିକାରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଶ୍ରୀ ଅଗ୍ରୱାଲ ତାଙ୍କ ଅଭିଭାଷଣରେ ଅନ୍ତର୍ଜାତୀୟ ଚୋରା ଚାଲାଣ ସିଣ୍ଡିକେଟକୁ ଧ୍ୱଂସ କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ର ବ୍ୟବହାର ଏବଂ ଆନ୍ତଃ ଏଜେନ୍ସି ସମନ୍ୱୟ ତଥା ଅନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ଅଗ୍ରୱାଲ ଏକ ବିଶେଷ ଉଦାହରଣ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଯାଜପୁର ଜିଲ୍ଲାର ଦର୍ପଣଗଡ଼ ଗ୍ରାମର ଏକ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ କୋଟାରାକ୍ଷୀଙ୍କ ପ୍ରାଚୀନ ବ୍ରୋଞ୍ଜ ମୂର୍ତ୍ତି ଚୋରା ଚାଲାଣ ଉଦ୍ୟମକୁ ଦିଲ୍ଲୀ ସୀମା ଶୁଳ୍କ ଅଧିକାରୀମାନେ ବିଫଳ କରିଥିଲେ ଏବଂ ଏଏସ୍ଆଇ, ଓଡ଼ିଶା ପୁଲିସ ଓ ରାଜ୍ୟ ପ୍ରଶାସନର ସମନ୍ୱିତ ଉଦ୍ୟମରେ ନଭେମ୍ବର ୨୦୨୩ ରେ ମନ୍ଦିରରେ ଥିବା ତାଙ୍କ ସ୍ଥାନରେ ମୂର୍ତ୍ତିକୁ ସମ୍ମାନର ସହ ସ୍ଥାପିତ କରାଯାଇଥିଲା।

ସାହିତ୍ୟ, କଳାକୃତି, ମୂର୍ତ୍ତି, ଚିତ୍ର, ମୁଦ୍ରା ଇତ୍ୟାଦି ଆମର ପୁରୁଣା ଜିନିଷଗୁଡ଼ିକୁ ସୁରକ୍ଷିତ ଏବଂ ସଂରକ୍ଷଣ କରିବା ପାଇଁ ଭାରତୀୟ ସୀମା ଶୁଳ୍କ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ଦଶନ୍ଧି ଧରି ସହଯୋଗ କରୁଛି । ପୁରୁଣା ବସ୍ତୁ ଏବଂ କଳା ଧନ ଆଇନ, ୧୯୭୨ର ବ୍ୟବସ୍ଥା ଅନୁଯାୟୀ ପ୍ରାଚୀନ ବସ୍ତୁର ଅନଧିକୃତ ରପ୍ତାନି ନିଷିଦ୍ଧ କରାଯାଇଛି।

ହସ୍ତାନ୍ତର କରାଯାଇଥିବା ଦୁଇଟି ଉଲ୍ଲେଖନୀୟ ପୁରୁଣା ସାମଗ୍ରୀ ମଧ୍ୟରେ ରହିଛି ତାଳ ପତ୍ର ପାଣ୍ଡୁଲିପି ଯେଉଁଥିରେ ୧୫୫ଟି ପତ୍ର ରହିଛି ଯାହାର ଉପର ଓ ତଳଭାଗରେ କଠୋର କାଠ କଭର ରହିଛି। ଆଧୁନିକ ଓଡ଼ିଆ ଲିପି ଓ ଭାଷାରେ ଏହା ଶାସ୍ତ୍ରୀୟ ଚମ୍ପୁରେ ମିଟର ଓ ତାଳରେ ରଚିତ ବୋଲି କୁହାଯାଏ; ଏବଂ ଦେବନାଗରୀ ଲିପିରେ ଲିଖିତ ହାତ ତିଆରି କାଗଜରେ ନିର୍ମିତ ୧୭ଟି ପତ୍ର ଥିବା ଏକ ପାଣ୍ଡୁଲିପିରେ ବୌଦ୍ଧ ଗ୍ରନ୍ଥ ଥିବା ଜଣାପଡିଛି । ୨୦୧୯ ଓ ୨୦୨୦ ମସିହାରେ ସ୍ପେନ୍ ଓ ଫ୍ରାନ୍ସକୁ ରପ୍ତାନି କରିବାକୁ ଚେଷ୍ଟା କରାଯାଉଥିବା ବେଳେ ଏଗୁଡ଼ିକୁ ଜବତ କରାଯାଇଥିଲା।

ସିବିଆଇସିର ସଦସ୍ୟ (ସୀମା ଶୁଳ୍କ) ଶ୍ରୀ ସୁରଜିତ ଭୁଜବଳ ଧନ୍ୟବାଦ ଅର୍ପଣ କରି ଉତ୍ସବ ସମାପନ କରିଥିଲେ।

 

BS

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BIG NEWS: ୧୨୧ ବର୍ଷ ପରେ କୋଣାର୍କ ମନ୍ଦିର ଭିତରୁ ନିସ୍କାସନ ହେବ ବାଲି, ଆରମ୍ଭ ହେଲା ପଦକ୍ଷେପ

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ଚାଲିଆସିଥିବା ତର୍କବିତର୍କ ପରେ ଶେଷରେ କୋଣାର୍କ ମନ୍ଦିର ଭିତରେ ଥିବା ବାଲି ନିସ୍କାସନ କରିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ଆଜି ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା ତରଫରୁ ଏହା କାମର ଭୂମି ପୂଜା ଆରମ୍ଭ ହୋଇଛି। ପ୍ରକୃତରେ ଏହି ମନ୍ଦିର ଭିତର ଦୃଶ୍ୟ କଣ ରହିଛି ତାହା ଆଜି ପର୍ଯ୍ୟନ୍ତ କେହି ଦେଖି ନାହାଁନ୍ତି। ଏହା ଭୁଷୁଡି ପଡିବା ଭୟରେ ସେତେବେଳେ ବ୍ରିଟିସରମାନେ ମନ୍ଦିର ଭିତରେ ବାଲି ଭର୍ତ୍ତି କରିଦେଇଥିଲେ।

ପ୍ରାୟ ୧୨୧ ବର୍ଷ ପରେ ବର୍ତ୍ତମାନ ତ୍ରୟୋଦଶ ଶତାଦ୍ଧୀର ଏହି ମନ୍ଦିର ଭିତରୁ ବାଲି ନିଷ୍କାସନ ହେବ। ଏହା କାର୍ଯ୍ୟକୁ ଠିକ ଭାବେ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ପୂର୍ବ ପ୍ରସ୍ତୁତି କରିଛି। ବହୁ ସର୍ଭେ କରିବା ପରେ ଏଏସଆଇ ବାୟୁ ନିସ୍କସନ ହେବାକୁ ଥିବା ରାସ୍ତା ମାଧ୍ୟମରେ ବାଲି କାଢିବାକୁ ନିଷ୍ପତି କରିଛି। ଯାହା ପାଇପ ମାଧ୍ୟମରେ ଗର୍ଭ ଗୃହରୁ ମେସିନ ଦ୍ବାରା ବାଲି ନିଷ୍କାସନ ହେବ।

ତେବେ ଏହି ବାଲି ନିଷ୍ପସନ ଗୋଟିଏ ଦିନ ବା ଗୋଟିଏ ମାସ ମଧ୍ୟରେ ଶେଷ ହେବ ନାହିଁ। ଏହି ପକ୍ରିୟା ପ୍ରାୟ ଦୀର୍ଘ ବର୍ଷ ଧରି ଚାଲି ରହିବ ବୋଲି ଜଣାପଡିଛି। ଏଏସଆଇର ଜଣେ ଅଧିକାରୀଙ୍କ ଅନୁସାରେ ଏହି ପକ୍ରିୟା ଶେଷ ହେବାକୁ ପ୍ରାୟ ତିନି ବର୍ଷ ଲାଗିଯାଇପାରେ ବୋଲି କହିଛନ୍ତି। କାରଣ ଏଥିରେ ବାଲି ଭର୍ତ୍ତି କରିବା ପାଇଁ ବ୍ରିଟିସରଙ୍କୁ ତିନି ବର୍ଷ ଲାଗିଯାଇଥିଲା। ସେମାନେ ୧୯୦୧ ରୁ ୧୯୦୩ ମସିହା ପର୍ଯ୍ୟନ୍ତ ବାଲି ଭର୍ତ୍ତି କରିବାକୁ ସମୟ ନେଇଥିଲେ।

ତଥ୍ୟ ଅନୁସାରେ ଏହି ବାଲି ନିସ୍କାସନ ପାଇଁ ପ୍ରଥମେ ଏକ ପ୍ଲାଟଫର୍ମ ନିର୍ମାଣ କରାଯିବ। ଏହା ତିଆରି କରିବା ପାଇଁ ପ୍ରାୟ ଦୁଇରୁ ତିନି ମାସ ସମୟ ଲାଗିଯିବ। ଏହାପରେ ବାୟୁ ନିସ୍କାସନ ପାଇଁ ଥିବା କଣା ବା ରାସ୍ତକୁ ପରିସ୍କାର କରାଯିବ। ଆବଶ୍ୟକ ପଡିଲେ ସେଥିରୁ ପଥର ମଧ୍ୟ କଢାଯିବ। ଏହା ପ୍ରାୟ ୫ ରୁ ୬ ଫୁଟର ଏକ ଗର୍ତ୍ତ ବା ଟନେଲ କରାଯିବ ବୋଲି ଏଏସଆଇ ନିଷ୍ପତି କରିଛି। ଏହି କାର୍ଯ୍ୟ ଆରମ୍ଭ ହେଉହେଉ ଆସନ୍ତା ଜାନୁୟାରୀ ମାସ ହେବ ବୋଲି କୁହାଯାଇଛି।

ଏଏସଆଇ କହିଛି ଯେ, ଏହି ପକ୍ରିୟା ଚାଲୁଥିବା ବେଳେ ମନ୍ଦିରର କଂପନ କେତେ ରହୁଛି ତାହା ମାପିବା ପାଇଁ ଏକ ମେସନ ବ୍ୟବସ୍ଥା ମଧ୍ୟ କରାଯାଉଛି। ମନ୍ଦିରର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ମନଟରିଂ ଟିମ ନିୟୋଜିତ ହେବେ ବୋଲି ନିଷ୍ପତି କରାଯାଇଛି। ସେତେବେଳେ ବ୍ରିଟିସରମାନେ ମନ୍ଦିର ଭିତରେ ବାଲି ଭର୍ତ୍ତି କରିବା ପାଇଁ ଏକ ଗର୍ତ୍ତ କରିଥିଲେ। ତାହାକୁ ମଧ୍ୟ ଅନୁଧ୍ୟାନ କରାଯାଉଛି। ଯଦି ସମ୍ଭବ ସେହି ଗର୍ତ୍ତରୁ ପଥର ବାହାର କରି ବାଲି ନିସ୍କାସନ ପାଇଁ ରାସ୍ତା କରାଯିବ ବୋଲି ଚିନ୍ତା କରାଯାଇଛି।

ଏଏସଆଇ ମତରେ ବର୍ତ୍ତମାନ ଜଗାମୋହନ ଭିତରେ ତଳୁ ୧୩୦ ଫୁଟ ଉଚ୍ଚତାର ବାଲି ଭର୍ତ୍ତି ହୋଇ ରହିଛି। ମନ୍ଦିରରୁ ଉପରକୁ ପ୍ରାୟ ୬୪.୯ ଫୁଟ ପର୍ଯ୍ୟନ୍ତ ବାଲି ଗଦା ହୋଇ ରହିଛି। ମନ୍ଦିରର ଉପରୁ ପ୍ରାୟ ୧୯ ଫୁଟ ଖାଲି ରହିଛି। ଗର୍ବଗୃହରେ ଥିବା ବାଲି ପରିମାଣ ପ୍ରାୟ ୪୬,୦୦୦ ଟନ୍ ହେବ ବୋଲି ଆକଳନ କରାଯାଇଛି।

ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ଏକ ଆଭ୍ୟନ୍ତରୀଣ କଂକ୍ରିଟ୍ ପ୍ଲାଟଫର୍ମ ସୃଷ୍ଟି କରି ଉପର ସ୍ଥାନରୁ ବାଲି ହଟାଯିବ। ଏହି ସ୍ଥାନରୁ ବାଲି ନିସ୍କାସନ ସରିବା ପରେ ତଳକୁ ତଳକୁ ଯିବୁ ବୋଲି ଏଏସଆଇ କହିଛି। ତେବେ ଏହି ବାଲି ନିସ୍କସନ ନିଷ୍ପତି ପୂର୍ବରୁ ରୁର୍କିରେ ଥିବା ସେଣ୍ଟ୍ରାଲ୍ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆଇଆର) ଦ୍ବାରା ଏକ ସର୍ବେକ୍ଷେଣ କରାଯାଇଛି। ଏହି ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି ଯେ,ବାଲି ନିସ୍କାସନ କଲେ ମୂଳ ଢାଞ୍ଚାରେ କୌଣସି ବିପଦ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ମାଗଣା ପର୍ଯ୍ୟଟନ ସୁବିଧା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ମହିଳାଙ୍କ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ପକ୍ଷରୁ ନୂତନ ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ଏଏସ୍‌ଆଇ ଅଧୀନରେ ରହିଥିବା କୌଣସି ପର୍ଯ୍ୟଟନ ସ୍ଥଳକୁ ରବିବାର ମହିଳା ମାନେ ମାଗଣାରେ ଯାଇପାରିବେ । ଏଏସ୍‌ଆଇ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ଜରିଆରେ ଏହି ଘୋଷଣା କରାଯାଇଛି । ସମସ୍ତ ପର୍ଯ୍ୟଟନ ସ୍ଥଳରେ ମହିଳାଙ୍କୁ ଟିକଟ ପଡିବ ନାହିଁ ବୋଲି ଏଏସ୍‌ଆଇ ପକ୍ଷରୁ ଘୋଷଣା କରାଯାଇଛି । ଭାରତୀୟ ସଂସ୍କୃତିରେ ମହିଳାଙ୍କୁ ଦେବୀଙ୍କ ସହିତ ତୁଳନା କରାଯାଏ ତେଣୁ ମହିଳାଙ୍କ ସମ୍ମାନରେ ଗୋଟିଏ ଦିନ ମାଗଣା ପର୍ଯ୍ୟଟନ ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ପ୍ରଦାନ କରିଥିବା ନେଇ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ତାଜମହଲ ଏବଂ ଲାଲକିଲ୍ଳା ପରି ପର୍ଯ୍ୟଟନ ସ୍ଥଳରେ ଏହି ସୁବିଧା ଲାଗୁ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଏଏସ୍‌ଆଇଙ୍କ ନିଲମ୍ବନ ପରେ ମହିଳାଙ୍କ ବୟାନ ପରିବର୍ତ୍ତନ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,04/01: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ପୁରୀ ବଳଙ୍ଗା ଥାନା ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶଙ୍କ ନିଲମ୍ବନ ପରେ ମହିଳା ଜଣକ ନିଜ ବୟାନ ପରିବର୍ତ୍ତନ କରିଛନ୍ତି ।ପୁରୀ ଅତିରିକ୍ତ ଏସ୍‌ପି ଅରୁଣ ଜେନା ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ମହିଳାଙ୍କୁ ଦୁଷ୍କର୍ମ କରାଯାଇ ନାହିଁ ଏବଂ ଡାକ୍ତରୀ ମାଇନା ପାଇଁ ମହିଳା ଜଣକ ମନା କରିଥିବା ସମ୍ପର୍କରେ ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି । ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମହିଳାଙ୍କ ବୟାନ ରେକର୍ଡ କରାଯିବା ସମୟରେ ମହିଳା ଜଣକ ନିଜ ବୟାନରୁ ଓହରି ଯାଇଥିଲେ ଏବଂ ଡାକ୍ତରୀ ମାଇନା ପାଇଁ ମନା କରିଥିଲେ ।