Categories
ଆଜିର ଖବର ଜାତୀୟ ଖବର

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ମାଗଣା ପର୍ଯ୍ୟଟନ ସୁବିଧା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ମହିଳାଙ୍କ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ପକ୍ଷରୁ ନୂତନ ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ଏଏସ୍‌ଆଇ ଅଧୀନରେ ରହିଥିବା କୌଣସି ପର୍ଯ୍ୟଟନ ସ୍ଥଳକୁ ରବିବାର ମହିଳା ମାନେ ମାଗଣାରେ ଯାଇପାରିବେ । ଏଏସ୍‌ଆଇ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ଜରିଆରେ ଏହି ଘୋଷଣା କରାଯାଇଛି । ସମସ୍ତ ପର୍ଯ୍ୟଟନ ସ୍ଥଳରେ ମହିଳାଙ୍କୁ ଟିକଟ ପଡିବ ନାହିଁ ବୋଲି ଏଏସ୍‌ଆଇ ପକ୍ଷରୁ ଘୋଷଣା କରାଯାଇଛି । ଭାରତୀୟ ସଂସ୍କୃତିରେ ମହିଳାଙ୍କୁ ଦେବୀଙ୍କ ସହିତ ତୁଳନା କରାଯାଏ ତେଣୁ ମହିଳାଙ୍କ ସମ୍ମାନରେ ଗୋଟିଏ ଦିନ ମାଗଣା ପର୍ଯ୍ୟଟନ ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ପ୍ରଦାନ କରିଥିବା ନେଇ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ତାଜମହଲ ଏବଂ ଲାଲକିଲ୍ଳା ପରି ପର୍ଯ୍ୟଟନ ସ୍ଥଳରେ ଏହି ସୁବିଧା ଲାଗୁ କରାଯାଇଛି । (ଏଜେନ୍ସି)