Categories
ଆଜିର ଖବର ଖେଳ

ମହିଳା ଦିବସରେ ପ୍ରଥମ ଟାଇଟଲ୍‌ ଲକ୍ଷ୍ୟରେ ଭାରତୀୟ ମହିଳା ଦଳ

ମେଲବୋର୍ଣ୍ଣ : ଅନ୍ତର୍ଜାତୀୟ ମହିଳା ଦିବସରେ ବିଶ୍ବକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆର ମୁକାବିଲା କରିବାକୁ ଯାଉଛି । ପ୍ରଥମ ଥର ଫାଇନାଲ୍‌ରେ ପ୍ରବେଶ କରିଥିବା ହରମନ୍‌ପ୍ରୀତ୍‌ କୌର୍‌ଙ୍କ ଭାରତୀୟ ଦଳ 4 ଥର ଚାମ୍ପିୟନ୍‌ ଅଷ୍ଟ୍ରେଲିଆର ମୁକାବିଲା କରିବ । ଗ୍ରୁପ୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିବାରୁ ଭାରତ ଏହି ମ୍ୟାଚ୍‌ରେ ଫେବ୍‌ରିଟ୍‌ । ମାତ୍ର ଘରୋଇ ପରିବେଶ ଏବଂ ଦର୍ଶକଙ୍କ ସମ୍ମୁଖରେ ଅଷ୍ଟ୍ରେଲିଆକୁ ହେୟ ମନେ କରିବା ଅନୁଚିତ୍‌ । ଉଭୟ ଦଳ ପରସ୍ପରକୁ 19 ଥର ଭେଟିଥିବା ବେଳେ ଭାରତ 6ଟି ଏବଂ ଅଷ୍ଟ୍ରେଲିଆ 13ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ଭାରତ ପକ୍ଷରୁ ବ୍ୟାଟିଂରେ ଶେଫାଳି ବର୍ମା ଏବଂ ବୋଲିଂରେ ପୁନମ ଯାଦବ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଅଧିନାୟିକା ହରମନପ୍ରୀତ୍‌ କୌର୍‌ ଏବଂ ସ୍ମୃତି ମାନ୍ଧନାଙ୍କ ବ୍ୟାଟ୍‌ ଶାନ୍ତ ରହିଛି । ଉଭୟ ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି ।

Categories
ଆଜିର ଖବର ଜାତୀୟ ଖବର

ମହିଳାଙ୍କ ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ ହେବା ଉଚିତ୍‌ ଦେଶବାସୀ : ରାଷ୍ଟ୍ରପତି

ନୂଆଦିଲ୍ଲୀ : ଦେଶର ପ୍ରତ୍ୟେକ ନାଗରିକ ମହିଳାଙ୍କୁ ସମ୍ମାନ କରିବା ଉଚିତ୍‌ ଏବଂ ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ ହେବା ଉଚିତ୍‌ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତ ଦେଇଛନ୍ତି । ଆସନ୍ତା କାଲି ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ରାଷ୍ଟ୍ରପତି ଏହି ମତ ଦେଇଛନ୍ତି । ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ମହିଳାଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଏହି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଏକ ସୁରକ୍ଷିତ ସମାଜ, ଦେଶ ଏବଂ ବିଶ୍ବ ଗଠନରେ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ମହିଳା ମାନଙ୍କ ପ୍ରତି ନିଜର ସମ୍ମାନ ଜାହିର କରିବା ପାଇଁ ଏହି ଦିନରେ ପ୍ରତ୍ୟେକ ଭାରତୀୟ ଶପଥ ନେବା ଉଚିତ୍‌ ବୋଲି ରାଷ୍ଟ୍ରପତି ନିଜ ଶୁଭେଚ୍ଛା ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ମାଗଣା ପର୍ଯ୍ୟଟନ ସୁବିଧା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ମହିଳାଙ୍କ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ପକ୍ଷରୁ ନୂତନ ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ଏଏସ୍‌ଆଇ ଅଧୀନରେ ରହିଥିବା କୌଣସି ପର୍ଯ୍ୟଟନ ସ୍ଥଳକୁ ରବିବାର ମହିଳା ମାନେ ମାଗଣାରେ ଯାଇପାରିବେ । ଏଏସ୍‌ଆଇ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ଜରିଆରେ ଏହି ଘୋଷଣା କରାଯାଇଛି । ସମସ୍ତ ପର୍ଯ୍ୟଟନ ସ୍ଥଳରେ ମହିଳାଙ୍କୁ ଟିକଟ ପଡିବ ନାହିଁ ବୋଲି ଏଏସ୍‌ଆଇ ପକ୍ଷରୁ ଘୋଷଣା କରାଯାଇଛି । ଭାରତୀୟ ସଂସ୍କୃତିରେ ମହିଳାଙ୍କୁ ଦେବୀଙ୍କ ସହିତ ତୁଳନା କରାଯାଏ ତେଣୁ ମହିଳାଙ୍କ ସମ୍ମାନରେ ଗୋଟିଏ ଦିନ ମାଗଣା ପର୍ଯ୍ୟଟନ ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ପ୍ରଦାନ କରିଥିବା ନେଇ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ତାଜମହଲ ଏବଂ ଲାଲକିଲ୍ଳା ପରି ପର୍ଯ୍ୟଟନ ସ୍ଥଳରେ ଏହି ସୁବିଧା ଲାଗୁ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସୋସିଆଲ୍‌ ମିଡିଆ ଛାଡିବା ଘଟଣା ଉପରୁ ପରଦା ଉଠାଇଲେ ମୋଦି

ନୂଆଦିଲ୍ଲୀ : ଗତକାଲି ସୋସିଆଲ ମିଡିଆ ଛାଡିବା ନେଇ ଘୋଷଣା କରିବା ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ରାତି 9 ଟା ସମୟରେ ମୋଦି ଏହି ଟ୍ବିଟ୍‌ କରିଥିଲେ । ଆସନ୍ତା ରବିବାର ସମସ୍ତ ସୋସିଆଲ ମିଡିଆରୁ ଦୂରେଇ ରହିବା ପାଇଁ ମୋଦି ଘୋଷଣା କରିଥିଲେ । ଏହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଆଶଙ୍କା ଦେଖାଯାଇଥିଲା । ବିଭିନ୍ନ ବ୍ୟବହାରକାରୀ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ପରେ ମଙ୍ଗଳବାର ଦିନ ମୋଦି ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ଆସନ୍ତା ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗୋଟିଏ ଦିନ ପାଇଁ ସୋସିଆଲ ମିଡିଆରୁ ଦୂରେଇ ରହିବାର ନିଷ୍ପତ୍ତି ନେଇଛନ୍ତି ।

ସମାଜକୁ ନିଜ ଜୀବନ ଏବଂ କାର୍ଯ୍ୟଶୈଳୀ ଦ୍ବାରା ଅନୁପ୍ରାଣିତ କରୁଥିବା ମହିଳାଙ୍କ ଉଦ୍ଦେଶ୍ୟରେ ଗୋଟିଏ ଦିନ ସୋସିଆଲ ମିଡିଆ ଛାଡିବାର ନିଷ୍ପତ୍ତି ନେଇଛନ୍ତି ମୋଦି । ଏହିପରି ମହିଳା ମାନଙ୍କ କାହାଣୀ #sheinspiresus ଜରିଆରେ ସେୟାର କରିବାକୁ ମୋଦି ନିବେଦନ କରିଛନ୍ତି । (ଏଜେନ୍ସି)