Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା : 8 ଫେବୃୟାରୀରେ ଭୋଟଗ୍ରହଣ
ଆଜିର ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା : 8 ଫେବୃୟାରୀରେ ଭୋଟଗ୍ରହଣ

January 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ନିର୍ବାଚନ ଗୋଟିଏ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି । ଫେବୃୟାରୀ 8 ତାରିଖରେ ଦିଲ୍ଲୀରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ 11 ଜାନୁୟାରୀରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । 14 ଜାନୁୟାରୀରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । 21 ଜାନୁୟାରୀ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି । 22 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ସହିତ ନାମାଙ୍କନ ପ୍ରତ୍ୟାହାର ପାଇଁ 24 ତାରିଖ ଧାର୍ଯ୍ୟ କରାଯାଇଛି । ଦିଲ୍ଲୀରେ ସୁମଦାୟ 1.46 କୋଟି ଭୋଟର ନିଜର ମତ ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ସମୁଦାୟ 13750 ପୁଲିଙ୍ଗ ବୁଥ୍‌ରେ ଭୋଟ ଗ୍ରହଣ କରାଯିବ ବୋଲି ଜଣାପଡିଛି । ସେହିପରି ଦିଲ୍ଲୀର 2689ଟି ଆସନରେ ଭୋଟ ଗ୍ରହଣ ହେବା ନେଇ ମୁଖ୍ୟ ନିର୍ବାଚନ କମିଶନର ଦୂଚନା ଦେଇଛନ୍ତି । 80 ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ପୋଷ୍ଟାଲ ବାଲାଟ ଜରିଆରେ ଭୋଟ ପ୍ରଦାନ କରିବେ । ପାଞ୍ଚଦିନ ପୂର୍ବରୁ ଏନେଇ ଫର୍ମ ଭରିବାକୁ ପଡିବ ବୋଲି ଜଣାପଡିଛି । ନିର୍ବାଚନକୁ ସୂଚାରୁ ଭାବରେ ସମ୍ପାଦନ କରିବା ପାଇଁ 90 ହଜାର କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍‌ର 67 ବିଧାୟକ ରହିଥିବା ବେଳେ ବିଜେପିର 3 ସଦସ୍ୟ ରହିଛନ୍ତି । 2019 ଲୋକସଭା ନିର୍ବାଚନର ସମସ୍ତ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିଲା ।

aap BJP eci sunilarora
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026

କେନ୍ଦ୍ର ବଜେଟ୍ 2026-27 ର ମୁଖ୍ୟାଂଶ

February 1, 2026

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026
Latest News

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026

କେନ୍ଦ୍ର ବଜେଟ୍ 2026-27 ର ମୁଖ୍ୟାଂଶ

February 1, 2026

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026

ଆଇଟି ସେବା ନିମନ୍ତେ ନିରାପଦ ସ୍ଥାନ ପାଇବାର ସୀମା ୩୦୦ କୋଟିରୁ ୨୦୦୦ କୋଟିକୁ ବୃଦ୍ଧି

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.