ଅବସର ନେଲେ ‘ସମାଜ’ର ସଂପାଦକ, ସୁଶାନ୍ତ କୁମାର ମହାନ୍ତି ହେଲେ କାର୍ଯ୍ୟକାରୀ ସଂପାଦକ

Published: Jan 7, 2020, 9:48 am IST

କଟକ:ଓଡିଶାର ପ୍ରତିଷ୍ଠିତ ତଥା ସର୍ବ ପୁରାତ୍ତନ ଦୈନିକ ଖବରକାଗଜ ସମାଜର କାର୍ଯ୍ୟକାରୀ ସଂପାଦକ ହେଲେ ସୁଶାନ୍ତ କୁମାର ମହାନ୍ତି। ଗତକାଲି ସଂପାଦକ ପଦରୁ ବରିଷ୍ଠ ସାମ୍ବାଦିକ ବାମପଦ ତ୍ରିପାଠୀ ଅବସର ନେବା ପରେ ସୁଶାନ୍ତଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ସମାଜର ପରିଚାଳନା ବୋର୍ଡର ନିଷ୍ପତି କ୍ରମେ ସୁଶାନ୍ତ ଏହି ଦାୟିତ୍ବ ଗ୍ରହଣ କରିଥିବାର ଜଣାପଡିଛି। ବାମପଦ ତ୍ରିପାଠୀ ଆବସର ନେବା ପରେ ସମାଜର ପରବର୍ତ୍ତି ସଂପାଦକ କିଏ ହେବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ସେଥିପାଇଁ ରାଜ୍ୟର କେତେକ ବରିଷ୍ଠ ସାମ୍ବାଦିକ ସମାଜର ପରିଚାଳନା ବୋର୍ଡ ସହିତ ଯୋଗାଯୋଗରେ ମଧ୍ୟ ଅଛନ୍ତି। ହେଲେ ପରିଚାଳନା ବୋର୍ଡ କାହାକୁ ନୂଆ ନିଯୁକ୍ତି ନ ଦେଇ ସୁଶାନ୍ତ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଂପାଦକ ଭାବେ ଅବସ୍ଥାପିତ କରିଛନ୍ତି। ପୂର୍ବରୁ ସୁଶାନ୍ତ 2014 ମସିହାରେ ପ୍ରାୟ ଦୁଇ ବର୍ଷ ପାଇଁ ମଧ୍ୟ କାର୍ଯ୍ୟକାରୀ ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି। ସେ ବର୍ତ୍ତମାନ ସମାଜର ବାର୍ତ୍ତା ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି। ଗତକାଲି ସମାଜର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ଗୋପବନ୍ଧୁ ଭବନରେ ଏକ ବୈଠକ ଡାକି ଏହି ନିଯୁକ୍ତି ସଂପର୍କରେ ଅବଗତ କରାଇଥିଲେ। ଏହାପରେ ସୁଶାନ୍ତ କାର୍ଯ୍ୟକାରୀ ସଂପାଦକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

Related posts