ଅନ୍ତର୍ଜାତୀୟ ଫୁଟ୍‌ବଲ୍‌କୁ ଡି ରୋସିଙ୍କ ଅଲ୍‌ବିଦା

Published: Jan 7, 2020, 12:50 pm IST

ବ୍ୟୁନୋସ ଆରିସ୍‌ : ଇଟାଲୀ ମିଡଫିଲ୍ଡର ଡାନିଏଲ୍‌ ଡି ରୋସି ଅନ୍ତର୍ଜାତୀୟ ଫୁଟ୍‌ବଲ୍‌କୁ ଅଲ୍‌ବିଦା ଜଣାଇଛନ୍ତି । ମଙ୍ଗଳବାର ନିଜର ଅବସର ନେଇ ରୋସି ଘୋଷଣା କରିଛନ୍ତି । ଆହତ ସମସ୍ୟା ଏବଂ ପରିବାର ସହିତ ସମୟ ବିତାଇବା ପାଇଁ ରୋସି ଅବସର ଗ୍ରହଣ କରିଥିବା ସ୍ପଷ୍ଟ କରିଛନ୍ତି । 2006 ବିଶ୍ବକପ୍‌ ବିଜୟୀ ଇଟାଲୀ ଦଳର ସଦସ୍ୟ ରହିଥିବା ରୋସି ଇଟାଲୀ ପାଇଁ 117ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି । ଗିଆଲ୍ଲୋରୋସି କ୍ଲବ୍‌ ପାଇଁ କ୍ରମାଗତ 18 ବର୍ଷ ଖେଳିବା ସହିତ 616ଟି ମ୍ୟାଚ୍‌ରୁ 63ଟି ଗୋଲ୍‌ ସ୍କୋର କରିଛନ୍ତି ଡି ରୋସି । ଏହା ସହିତ ଗିଆଲ୍ଲୋରୋସିକୁ ଦୁଇଥର କୋପ୍ପା ଇଟାଲିଆ ଟୁର୍ଣ୍ଣାମେଣ୍ଟରେ ବିଜୟୀ କରାଇଛନ୍ତି । 2019ରେ ଆର୍ଜେଣ୍ଟିନାର ବୋକା ଜୁନିୟର୍ସ ସହିତ ବର୍ଷିକିଆ ଚୁକ୍ତି କରିଥିଲେ ମଧ୍ୟ ଆଘାତ ସମସ୍ୟା କାରଣରୁ ମାତ୍ର 6ଟି ମ୍ୟାଚ୍ ଖେଳିଥିଲେ । ଏହାପରେ ରୋସି ଅନ୍ତର୍ଜାତୀୟ ଫୁଟ୍‌ବଲ୍‌କୁ ବିଦାୟ ଜଣାଇବାର ନିଷ୍ପତ୍ତି ନେଇଛନ୍ତି । (ଏଜେନ୍ସୀ)i

Related posts