ଆସନ୍ତା କାଲି ବନ୍ଦ ରହିବ ବସ ଚଳାଚଳ

Published: Jan 7, 2020, 4:04 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, ଆସନ୍ତା କାଲି ଘରୋଇ ବସ୍‌ ଚଳାଚଳ କରିବନି । ଭାରତ ବନ୍ଦ ପାଇଁ ସୁରକ୍ଷା ଦୃଷ୍ଟିରୁ ବସ୍‌ ନ ଚଳାଇବା ପାଇଁ ବସ୍‌ ମାଲିକମାନେ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିବାବେଳେ ବନ୍ଦ ଦୃଷ୍ଟିରୁ ଭୁବନେଶ୍ବରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଭିନ୍ନ ଛକରେ ପୋଲିସ୍‌ ଓ ଷ୍ଟ୍ରାଇକିଂ ଫୋର୍ସ ଉପସ୍ଥିତ ରହିବେ । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଛକ ମାନଙ୍କରେ 15 ଫ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୂତୟନ ରହିବେ ବୋଲି ସୂଚନା ରହିଛି । ଏନ୍‌ଡିଏର ଦମନ ନୀତି ପ୍ରତିବାଦରେ 10ଟି ଶ୍ରମିକ ସଙ୍ଗଠନ ଆସନ୍ତାକାଲି 24 ଘଣ୍ଟିଆ ଭାରତ ବନ୍ଦ କରିବା ପାଇଁ ଡାକରା ଦେଇଛନ୍ତି । ଏହି ବନ୍ଦକୁ କୃଷକ ସଙ୍ଗଠନ ଓ କଂଗ୍ରେସ ମଧ୍ୟ ସମର୍ଥନ କରିଛି ।

Related posts