Categories
ଆଜିର ଖବର ଜାତୀୟ ଖବର

୫ ଘଣ୍ଟା ପରେ ଏକ୍ସପ୍ରେସୱେରୁ ହଟିଲେ କୃଷକ, ଏହି ଆଶ୍ଵାସନା ପରେ ଶେଷ ହେଲା ଧର୍ମଘଟ

ନୂଆଦିଲ୍ଲୀ: ଧର୍ମଘଟରେ ବସିଥିବା କୃଷକମାନେ ୫ ଘଣ୍ଟା ପରେ କିସାନ ଏକ୍ସପ୍ରେସୱେରୁ ହଟି ଯାଇଛନ୍ତି। ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ଆଶ୍ଵାସନା ପରେ ଚାଷୀଙ୍କ ଧାରଣା ଶେଷ ହୋଇଛି। ୮ ଦିନ ମଧ୍ୟରେ ଚାଷୀଙ୍କ ଦାବି ସମାଧାନ ହେବ ବୋଲି ଅଧିକାରୀଙ୍କଠାରୁ ଏକ ଆଶ୍ଵାସନା ଗ୍ରହଣ କରାଯାଇଛି। କୃଷକ କମିଟିର ରିପୋର୍ଟ ପରେ ସେମାନେ ଅଧିକ ରଣନୀତି ପ୍ରସ୍ତୁତ କରିବେ ଏବଂ ରାତି ୮ ଟାରେ କମିଶନରଙ୍କ ସହ ଏକ ବୈଠକ ହେବ।

ଭାରତୀୟ କିସାନ ପରିଷଦର ସଭାପତି ସୁଖବୀର ଖଲିଫା କହିଛନ୍ତି ଯେ, ଆମେ ରାସ୍ତା ଖାଲି କରି ନିଜ ନିଜ ବିରୋଧ ସ୍ଥଳରେ ପହଞ୍ଚିଛୁ। ଆମେ ମିଥ୍ୟା ଆଶ୍ୱାସନା ସହିତ ନାହୁଁ, ଯଦି ଆମର ଦାବି ପୂରଣ ନହୁଏ ତେବେ ଦିଲ୍ଲୀ ଦୂରରେ ନାହିଁ। ୮ ଦିନ ମଧ୍ୟରେ ଚାଷୀଙ୍କ ଦାବି ସମାଧାନ ହେବ ବୋଲି ଏକ ଆଶ୍ଵାସନା ଗ୍ରହଣ କରାଯାଇଛି। କୃଷକ କମିଟିର ରିପୋର୍ଟ ପରେ ସେମାନେ ଅଧିକ ରଣନୀତି ପ୍ରସ୍ତୁତ କରିବେ ଏବଂ ରାତି ୮ ଟାରେ କମିଶନରଙ୍କ ସହ ଆଲୋଚନା କରିବାକୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଫେବୃୟାରୀ ୭ ତାରିଖରେ ମିଳିତ ଆନ୍ଦୋଳନକୁ ଓହ୍ଲାଇବ ଓଷ୍ଟା

କଟକ: ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ଭିନ୍ନ ଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ର ଓ ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆଜି ଜିଲ୍ଲା ସ୍ତରରେ ଏବଂ ୭ ତାରିଖରେ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇବ ବୋଲି ଓଡ଼ିଶାର ସମସ୍ତ ଜିଲ୍ଲାକୁ ନେଇ ଅନୁଷ୍ଠିତ ଆଭାଷୀ ବୈଠକ ମାଧ୍ୟମରେ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ସୂଚନା ପ୍ରଦାନ କରିଛନ୍ତି। ଏହି ଆଲୋଚନାରେ ସମସ୍ତ ଜିଲ୍ଲାର ଜିଲ୍ଲା ସଂପାଦକ, ରାଜ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟ, ବ୍ଲକ୍ ସଂପାଦକ, ବ୍ଲକ୍ ସଭାପତି ଓ ରାଜ୍ୟ ପଦାଧିକାରୀ ନିଜ ନିଜର ମତାମତ ପ୍ରଦାନ କରି ନିଜ ନିଜ ଜିଲ୍ଲାରେ ଏହାକୁ ସଫଳ କରିବେ ବୋଲି ଦୃଢ଼ମତ ଉପସ୍ଥାପନ କରିଥିଲେ। ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ୍ ପ୍ରଦାନ, ଅବସରକାଳୀନ ସୁବିଧା, ଚାକିରୀ ସର୍ତ୍ତାବଳୀ, ସପ୍ତମ ବେତନ ଓ ନୂତନ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଶ୍ରୀ ଦାଶ କହିିଛନ୍ତି।

ସୂଚନାଥାଉକି, ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଚାକିରୀ କରି ଶିକ୍ଷକ କର୍ମଚାରୀଟିଏ ଅବସର ନେବା ପରଦିନ ଟଙ୍କାଟିଏ ଔଷଧ କିଣିବା ପାଇଁ ନପାଇବା ଓ ଅବସର ପରଦିନ ଠାରୁ ପରିଣତ ବୟସରେ ବିନା ପେନ୍‌ସନ୍‌ରେ ବଞ୍ôଚବାର ରାହା ପାଇବା ପାଇଁ ମୂଲ ଲାଗିବା, ପାନ ଦୋକାନ କରିବା ଓ ଚା’ ଦୋକାନ କରିବା ଇତ୍ୟାଦି ପନ୍ଥାକୁ ଆପଣେଇ ଜୀବନ ବଞ୍ଚିବାର ପ୍ରୟାସ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି।

ଓଷ୍ଟାର ଆହ୍ୱାନରେ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଓ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କର ସାମାଜିକ ସୁରକ୍ଷା ପାଇଁ ଆଗାମୀ ଫେବୃୟାରୀ ୩ ତାରିଖରେ ଜିଲ୍ଲା ସ୍ତରରେ ଏବଂ ୭ ତାରିଖରେ ଭୁବନେଶ୍ୱର ଲୋୟର ପି.ଏମ୍‌.ଜି. ସ୍ଥିତ ଗାନ୍ଧିମାର୍ଗରେ ହଜାର ହଜାର ସଂଖ୍ୟାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ / ସଭ୍ୟା, ଅଭିଭାବକ ଓ ପୁରାତନ ଛାତ୍ରଙ୍କୁ ନେଇ ମହାସମାବେଶ ଓ ଅହୋରାତ୍ର ଧାରଣା ଅନୁଷ୍ଠିତ ହେବ। ସରକାର ସମସ୍ୟା ଗୁଡ଼ିକର ସମାଧାନ ନକରି ଅଯଥା ଟାଳଟୁଳ ନୀତି ଅବଲମ୍ବନ କରିବା, ଶିକ୍ଷକ ମାନଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରିବା ସେମାନଙ୍କୁ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ କରୁଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।

ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମଗ୍ର ଓଡ଼ିଶାର ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସପ୍ତମ ବେତନରୁ ବଞ୍ଚିତ ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ଅବସର ପରେ ପେନସନ୍ ପାଉନଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନସନ୍ ପ୍ରଦାନ, ସରକାରୀ କରଣ ହୋଇ ନଥିବା ବିଦ୍ୟାଳୟକୁ ସରକାରୀକରଣ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୨ଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା, ୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ମାନ୍ୟତା ପ୍ରଦାନ, ଆଲେଜେଡ଼୍ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରିବା, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ୬୧୦ ବିଦ୍ୟାଳୟକୁ ସରକାରୀକରଣ, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣଅନୁଦାନ, କ୍ରୀଡ଼ା ଶିକ୍ଷକମାନଙ୍କୁ ବିଏ ବି.ପି.ଏଡ଼./ ବିଏ ସି.ପି.ଏଡ଼. ଭିତ୍ତିରେ ଉଚ୍ଚତର ଦରମା ପ୍ରଦାନ, ନୂତନ ପେନସନ୍ ପରିବର୍ତ୍ତେ ପୁରାତନ ପେନସନ୍ ଲାଗୁ କରିବା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷ ବୃଦ୍ଧି କରିବା, ଅଫିସ୍ ସହାୟକ ମାନଙ୍କର ଯୋଗ୍ୟତା ଭିତ୍ତିକ ପଦୋନ୍ନତି, ଉର୍ଦ୍ଧୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ, ଆର.ଏ.ସି.ପି. କ୍ଷେତ୍ରରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ଆଦି ଦାବୀକୁ ନେଇ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ବ୍ଲକ କାର୍ଯ୍ୟାଳୟରେ ପଡିଲା ତାଲା: ଅଧ୍ୟକ୍ଷଙ୍କ ନେତୃତ୍ଵରେ ଏକାଧିକ ସରପଞ୍ଚ ଓ ସମିତିସଭ୍ୟଙ୍କ ବିକ୍ଷୋଭ ଜାରି

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ତାଲା ପଡିଛି। ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ନେତୃତ୍ୱରେ ବ୍ଲକ ଅଫିସରେ ତାଲା ପକାଇଲେ ଏକାଧିକ ପଞ୍ଚାୟତ ସରପଞ୍ଚ ଓ ସମିତିସଭ୍ୟ। ବିଡିଓଙ୍କ ମନଇଚ୍ଛା ଛୁଟି ନେବା ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ଓ ଅବହେଳା କରିବା ଅଭିଯୋଗରେ ବ୍ଲକ କାର୍ଯ୍ୟାଳୟକୁ ଅଚଳ କରିଛନ୍ତି ଅଧ୍ୟକ୍ଷ। ଏପରିକି ବିଡ଼ିଓ ଜିଲ୍ଲା ପ୍ରଶାସନର ଛତ୍ରଛାୟା ତଳେ କାମ କରୁଥିବା ଅଭିଯୋଗ ଆଣିଛନ୍ତି ଅଧ୍ୟକ୍ଷ।

ତେବେ ଖବର ପାଇ ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ଅଧ୍ୟକ୍ଷଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ବିଫଳ ହୋଇଛନ୍ତି। ଉକ୍ତ ସବୁ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କହିଛନ୍ତି ଅଧ୍ୟକ୍ଷ ଶ୍ରୀ ରଣସିଂହ।

ଅପରପକ୍ଷେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବାଣପୁର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛି। ତେବେ ଏ ନେଇ ବାଣପୁର ବିଡିଓ ଶୀତଲ ଅଗ୍ରୱାଲଙ୍କୁ ପଚାରିବାରୁ ସେ ସମସ୍ତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ଦେଉଛନ୍ତି ଏବଂ କ୍ଷେତ୍ର ପରିଦର୍ଶନ କରିବା ସହ ବ୍ୟକ୍ତିଗତ ଛୁଟି ନେଲେ ବିଭାଗୀୟ ଅଧିକାରୀଙ୍କ ଅନୁମତି ନେଉଥିବାର କହିଛନ୍ତି।

ତେବେ ଏ ନେଇ ଖୋର୍ଦ୍ଧା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡା. ବାଦଲ କୁମାର ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ।

Categories
ଆଜିର ଖବର ଜାତୀୟ ଖବର

ଭାରତ ବନ୍ଦ ଚେତାବନୀ, ଜାନୁଆରୀ ୨୬ରେ ଟ୍ରାକ୍ଟର ମାର୍ଚ୍ଚ କରିବେ କୃଷକ, ରାକେଶ ଟିକୈତଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ଭାରତୀୟ କିସାନ ୟୁନିଅନ (ବି.କେ.ୟୁ) ମୁଖପାତ୍ର ରାକେଶ ଟିକୈତଙ୍କ ନେତୃତ୍ୱରେ କୃଷକମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏକ ସ୍ମାରକପତ୍ର ଦାଖଲ କରି ମହାପଞ୍ଚାୟତ ସମାପନ କରିଛନ୍ତି। ଚାଷୀଙ୍କୁ ଦୁର୍ବଳ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ରାକେଶ ଟିକୈତ କହିଛନ୍ତି। ମହାପଞ୍ଚାୟତରେ କୃଷକମାନଙ୍କ ସମସ୍ୟା ଯଥା ଚିନି ମୂଲ୍ୟ, ମାଗଣା ବିଦ୍ୟୁତ ଇତ୍ୟାଦି ଉପରେ ସ୍ୱର ଉତ୍ତୋଳନ କରାଯାଇଥିଲା।

ମୁଜାଫରନଗରର ଜାଗାହେଡି ଟୋଲରେ ଚାଲିଥିବା ବି.କେ.ୟୁର ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକୈତ କୃଷକଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ, ସରକାରୀ ଲୋକମାନେ ଏହି ଜମି ଛଡ଼ାଇ ନେଇଯିବେ। ଜାନୁଆରୀ ୨୬ ତାରିଖରେ ଆମେ ଏକ ଟ୍ରାକ୍ଟର ମାର୍ଚ୍ଚ କରିବୁ। ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା (SKM) ଙ୍କ ଆହ୍ଵାନରେ ଫେବୃଆରୀ ୧୬ ତାରିଖରେ ଭାରତ ବନ୍ଦ ଘୋଷଣା କରାଯାଇଛି। ତେଣୁ କୃଷକମାନେ ମଧ୍ୟ ସେହି ଦିନ ଭରତ ବନ୍ଦରେ ସାମିଲ ହେବେ। ଚାଷୀଙ୍କ ଚାଷ ବନ୍ଦ କରିବାକୁ ମଧ୍ୟ ଆହ୍ଵାନ ଦିଆଯାଇଛି।

ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଅନେକ ଦାବି ସମ୍ପର୍କରେ ଏକ ସ୍ମାରକପତ୍ର ଦାଖଲ କରାଯାଇଥିଲା। ଏହି ସ୍ମାରକପତ୍ରରେ ଦାବି କରାଯାଇଛି ଯେ, ଦୀର୍ଘ ଦିନ ଧରି କୃଷକମାନେ ପିନନା ରାଜପଥରେ ବ୍ରିଜ୍ କିମ୍ବା ଅଣ୍ଡରପାସ୍ ନିର୍ମାଣକୁ ବିରୋଧ କରି ଧାରଣା ଦେଉଛନ୍ତି, ଏହାର ତୁରନ୍ତ ସମାଧାନ କରାଯିବା ଉଚିତ। କ୍ୱିଣ୍ଟାଲ ପିଛା ୪୫୦ରୁ କମ୍ ଆଖୁ ମୂଲ୍ୟ ଗ୍ରହଣୀୟ ନୁହେଁ। ମାଗଣା ବିଦ୍ୟୁତ୍ ଘୋଷଣା ସତ୍ତ୍ୱେ ଚାଷୀଙ୍କୁ ବିଲ୍ ଦେବାକୁ ପଡୁଛି ଏବଂ ନୂତନ ସଂଯୋଗ ପାଇଁ ବହୁତ ଖର୍ଚ୍ଚ କରିବାକୁ ପଡୁଛି। ଡିଜେଲ, ଯନ୍ତ୍ରପାତି, ସାର ଏବଂ ମଞ୍ଜି ଉପରେ ଚାଷୀଙ୍କୁ ରିହାତି ପାଇଁ ଏକ ବ୍ୟବସ୍ଥା ରହିବା ଉଚିତ୍।

Categories
ଆଜିର ଖବର ରାଜ୍ୟ ଖବର

ଫେବୃୟାରୀରେ ମିଳିତ ଆନ୍ଦୋଳନକୁ ଓହ୍ଲାଇବ ଓଷ୍ଟା: ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ୍ ଦାବି

କଟକ: ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ର ଓ ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ରାଜ୍ୟରେ ଥିବା ସୌଭ୍ରାତୃତ୍ୱ ଗଣ ସଂଗଠନଗୁଡ଼ିକୁ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇବ ବୋଲି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଗଣମାଧ୍ୟମକୁ ଜଣାଇଛନ୍ତି। ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ୍ ପ୍ରଦାନ, ଅବସରକାଳୀନ ସୁବିଧା, ଚାକିରୀ ସର୍ତ୍ତାବଳୀ, ସପ୍ତମ ବେତନ ଓ ନୂତନ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଏହାକୁ ପାଳନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଏକ ଜନପ୍ରିୟ ସରକାର ଜନମଙ୍ଗଳ ରାଷ୍ଟ୍ରରେ ସବୁବର୍ଗର କର୍ମଚାରୀଙ୍କ କଥା ବିଚାର କରୁଥିବା ବେଳେ ଶିକ୍ଷକମାନଙ୍କ ପ୍ରତି ଏ ଅବିଚାର କାହିଁକି ବୋଲି ଶ୍ରୀ ଦାଶ ପ୍ରଶ୍ନ କରିଛନ୍ତି। ଜାନୁୟାରୀ ୩୧ ସୁଦ୍ଧା ଯଦି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରନ୍ତି ତେବେ ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ଓଷ୍ଟା ମିଳିତ ଆନ୍ଦୋଳନକୁ ଓହ୍ଲାଇବ।

ସୂଚନାଥାଉକି, ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଚାକିରୀ କରି ଶିକ୍ଷକ କର୍ମଚାରୀଟିଏ ଅବସର ନେବା ପରଦିନ ଟଙ୍କାଟିଏ ଔଷଧ କିଣିବା ପାଇଁ ନପାଇବା ଓ ଅବସର ପରଦିନ ଠାରୁ ପରିଣତ ବୟସରେ ବିନା ପେନ୍‌ସନ୍‌ରେ ବଞ୍ଚିବାର ରାହା ପାଇବା ପାଇଁ ମୂଲ ଲାଗିବା, ପାନ ଦୋକାନ କରିବା ଓ ଚା’ ଦୋକାନ କରିବା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ନିଜକୁ ବିନିଯୋଗ କରି ଜୀବନ ବଞ୍ଚାଇବାର ଉପାୟ ଖୋଜିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି।

ଓଷ୍ଟାର ଆହ୍ୱାନରେ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଓ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କର ସାମାଜିକ ସୁରକ୍ଷା ପାଇଁ ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରୁ ହଜାର ହଜାର ସଂଖ୍ୟାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ /ସଭ୍ୟା, ଅଭିଭାବକ, ପୁରାତନ ଛାତ୍ର ଓ ପ୍ରାଥମିକ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କୁ ନେଇ ଏକ ମହାସମାବେଶ ଭୁବନେଶ୍ୱର ସ୍ଥିତ ଲୋୟର ପି.ଏମ୍‌.ଜି. ଗାନ୍ଧିମାର୍ଗରେ କରାଯିବ ଓ ଶିକ୍ଷକମାନେ ଅହୋରାତ୍ର ଧାରଣାରେ ବସିରହିବେ। ସରକାର ସମସ୍ୟା ଗୁଡ଼ିକର ସମାଧାନ ନକରି ଅଯଥା ଟାଳଟୁଳ ନୀତି ଅବଲମ୍ବନ କରିବା, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ନକରିବା, ଚାକିରି ସର୍ତ୍ତାବଳୀ ଓ ଅବସର ପରେ ଶିକ୍ଷକମାନଙ୍କୁ ପେନସନ୍ ନ ଦେବା ସରକାରଙ୍କ ବୈମାତୃକ ମନୋଭାବ ଶିକ୍ଷକମାନଙ୍କୁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ କରୁଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।

ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମଗ୍ର ଓଡ଼ିଶାର ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସପ୍ତମ ବେତନରୁ ବଞ୍ଚିତ ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ଅବସର ପରେ ପେନସନ୍ ପାଉନଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନସନ୍ ପ୍ରଦାନ, ସରକାରୀ କରଣ ହୋଇ ନଥିବା ବିଦ୍ୟାଳୟକୁ ସରକାରୀକରଣ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୨ଟି ପିଅନ ଓ କିଛି ବିଦ୍ୟାଳୟଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା, ୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ମାନ୍ୟତା ପ୍ରଦାନ, ଆଲେଜେଡ଼୍ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣଅନୁଦାନ, କ୍ରୀଡ଼ା ଶିକ୍ଷକମାନଙ୍କୁ ବିଏ ବି.ପି.ଏଡ଼./ ବିଏ ସି.ପି.ଏଡ଼. ଭିତ୍ତିରେ ଉଚ୍ଚତର ଦରମା ପ୍ରଦାନ, ନୂତନ ପେନସନ୍ ପରିବର୍ତ୍ତେ ପୁରାତନ ପେନସନ୍ ଲାଗୁ କରିବା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷ ବୃଦ୍ଧି କରିବା, ଅଫିସ୍ ସହାୟକ ମାନଙ୍କର ଯୋଗ୍ୟତା ଭିତ୍ତିକ ପଦୋନ୍ନତି, ଉର୍ଦ୍ଧୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ, ଆର.ଏ.ସି.ପି. କ୍ଷେତ୍ରରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ଆଦି ଦାବୀକୁ ନେଇ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଭାରତ ବନ୍ଦ : ବନ୍ଦକୁ ସମର୍ଥନ ନେଇ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  କେନ୍ଦ୍ର ଲାଗୁ କରିଥିବା ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଡିସେମ୍ବର 8 ତାରିଖ ଭାରତ ବନ୍ଦ ଡାକରା ଦେଇଛନ୍ତି। କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ 11 ଦିନ ଧରି ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଦିନକୁ ଦିନ କୃଷକ ସଂଗଠନଗୁଡିକ ପ୍ରତି ସମର୍ଥନ ବଢିବାରେ ଲାଗିଛି। ଏହି କ୍ରମରେ କୃଷକ ସଂଗଠନ ପକ୍ଷରୁ ମଙ୍ଗଳବାର  ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବିରୋଧୀ ରାଜନୈତିକ ଦଳ, ବିଭିନ୍ନ ଟ୍ରେଡ ୟୁନିୟନ, ବ୍ୟାଙ୍କ ସଂଗଠନ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ସମର୍ଥନ ଜଣାଇଛନ୍ତି। ଆପ୍‌ ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଛି । ଆପ୍‌ ସହିତ 11ଟି ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି ।

ତେବେ ଭାରତ ବନ୍ଦକୁ ବିଜେଡି ସମର୍ଥନ ଦେବ କି ନାହିଁ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ଚାଷୀ ସମସ୍ୟା ପ୍ରତି ଆମର ନୈତିକ ସମର୍ଥନ ରହିଛି । ଅଭିମୁଖ୍ୟ ସଂସଦରେ ସ୍ପଷ୍ଟ କରିଛୁ । ବିଜେଡି ଚାଷୀଙ୍କ ସହ ରହିଛି ବୋଲି ଦେବୀ ମିଶ୍ର କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଧାରଣାସ୍ଥଳରେ କୋଭିଡ୍‌ ନିୟମ ପାଳନ ହେବ – ସିପି

ଭୁବନେଶ୍ବର : ବିଧାନସଭା ଆସୁଥିବାରୁ ଧାରଣାସ୍ଥଳରେ କୋଭିଡ୍‌ ନିୟମ ପାଳନ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଲେ ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ  ଦେଇଛନ୍ତି । ବିକ୍ଷୋଭ ନେଇ ଏଯାବତ୍‌ କେହି ଆବେଦନ କରି ନାହାନ୍ତି । ଯଦି କେହି ଆବେଦନ କରିବେ, ତା’ହେଲେ ସରକାର ନିଷ୍ପତ୍ତି ନେବେ ।  ଆସନ୍ତା 29 ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହା ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନ ପୂର୍ବରୁ ସବୁ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଉଛି। କରୋନା ନେଗେଟିଭ୍‌ ହୋଇଥିବା ବିଧାୟକମାନେ ବିଧାନସଭାକୁ ଯାଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ସିଏଏ ଓ ଏନ୍‌ଆରସି ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ, ବଲାଙ୍ଗିର ଓ ସମ୍ବଲପୁରରେ ପ୍ରଭାବ

ସମୀକ୍ଷା ବ୍ୟୁରୋ

ସମ୍ବଲପୁର: ସିଏଏ ଓ ଏନ୍‌ଆରସି ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦର ପ୍ରଭାବ ଓଡ଼ିଶାର ବେଶ୍‌ କିଛି ସ୍ଥାନରେ ଦେଖିବାକୁ ମିଳିଛି । ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଭୀମ ଆର୍ମି ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସମ୍ବଲପୁର, ସୋନପୁର, ବଲାଙ୍ଗିର ଆଦି ସହରରେ ଦେଖିବାକୁ ମିଳିଛି। ସିଏଏ ଓ ଏନ୍‌ଆରସି ପ୍ରତ୍ୟାହାର ଦାବିରେ ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସହରରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ସମ୍ବଲପୁର ଷ୍ଟେସନରେ ଭୀମ ଆର୍ମି କର୍ମକର୍ତ୍ତାମାନେ ଟ୍ରେନ୍ ଅଟକାଇଛନ୍ତି। ତେବେ ଏକ ଘଣ୍ଟା ବିଳମ୍ୱରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଛାଡ଼ିଛି। ସେହିପରି ବଲାଙ୍ଗିର ଜିଲ୍ଲାରେ ମଧ୍ୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ଏନେଇ ବାର ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା କାଲି ବନ୍ଦ ରହିବ ବସ ଚଳାଚଳ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, ଆସନ୍ତା କାଲି ଘରୋଇ ବସ୍‌ ଚଳାଚଳ କରିବନି । ଭାରତ ବନ୍ଦ ପାଇଁ ସୁରକ୍ଷା ଦୃଷ୍ଟିରୁ ବସ୍‌ ନ ଚଳାଇବା ପାଇଁ ବସ୍‌ ମାଲିକମାନେ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିବାବେଳେ ବନ୍ଦ ଦୃଷ୍ଟିରୁ ଭୁବନେଶ୍ବରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଭିନ୍ନ ଛକରେ ପୋଲିସ୍‌ ଓ ଷ୍ଟ୍ରାଇକିଂ ଫୋର୍ସ ଉପସ୍ଥିତ ରହିବେ । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଛକ ମାନଙ୍କରେ 15 ଫ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୂତୟନ ରହିବେ ବୋଲି ସୂଚନା ରହିଛି । ଏନ୍‌ଡିଏର ଦମନ ନୀତି ପ୍ରତିବାଦରେ 10ଟି ଶ୍ରମିକ ସଙ୍ଗଠନ ଆସନ୍ତାକାଲି 24 ଘଣ୍ଟିଆ ଭାରତ ବନ୍ଦ କରିବା ପାଇଁ ଡାକରା ଦେଇଛନ୍ତି । ଏହି ବନ୍ଦକୁ କୃଷକ ସଙ୍ଗଠନ ଓ କଂଗ୍ରେସ ମଧ୍ୟ ସମର୍ଥନ କରିଛି ।

Categories
ଆଜିର ଖବର

ଇଣ୍ଡିଆ ଗେଟ୍‌ ଆଗରେ ପ୍ରିୟଙ୍କାଙ୍କ ଧାରଣା

ନୂଆଦିଲ୍ଲୀ, ୧୬/୧୨: ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଇଣ୍ଡିଆ ଗେଟ୍‌ ପାଖରେ ଧାରଣା ଦେଇଛନ୍ତି। ଏଥିସହ ଜାମିଆରେ ହୋଇଥିବା ହିଂସା ମାମଲାରେ ମଧ୍ୟ ପ୍ରିୟଙ୍କା ଓ ତାଙ୍କ ସମର୍ଥକଙ୍କ ସହ ଧାରଣା ଦେଇଥିବାର ଜଣାପଡ଼ିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା କହିଛନ୍ତି ଯେ, ଏହି ଦେଶ କୌଣସି ଅସାମାଜିକ ବ୍ୟକ୍ତିଙ୍କ ଅଧିନରେ ନାହିଁ। ଏହାର ବାତାବରଣକୁ ଖରାପ୍‌ କରିବାକୁ ଚେଷ୍ଟା କରନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ସୂଚନାଯୋଗ୍ୟ, ଜାମିଆ ଛାତ୍ରଙ୍କ ପ୍ରଦର୍ଶନ ସମୟରେ କେତେକ ଛାତ୍ରୀ ଆହତ ହୋଇଥିଲେ। ଦିଲ୍ଲୀ ପୋଲିସ ସେମାନଙ୍କ ଉପରେ ଆକ୍ରମଣ କରିବା ସହ କ୍ୟାମ୍ପସରେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ପ୍ରିୟଙ୍କା ସହ ଏହି ଧାରଣାରେ କେସି ବେଣୁଗୋପାଳ, ପୂର୍ବ ରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି, ଅହମ୍ମଦ ପଟେଲ୍‌ ଓ ଦଳର ଅନ୍ୟ ନେତାମାନେ ମଧ୍ୟ ଧାରଣାରେ ବସି ରହିଛନ୍ତି। ଏହି ସମୟରେ ତିନି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଥିଲା। (ଏଜେନ୍ସି)

Categories
ଆଜିର ଖବର

ସ୍ବାତୀ ମାଲିଓ୍ବାଲ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୧୫/୧୨: ଦୁଷ୍କର୍ମ ଦୋଷୀଙ୍କୁ ଖୁବ ଶୀଘ୍ର ଫାଶୀ ଦାବିକୁ ନେଇ ବିଗତ ୧୩ ଦିନ ହେବ ଆମରଣ ଅନଶନରେ ବସିଥିବା ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଅସୁସ୍ଥ ହୋଇଛନ୍ତି। ତାଙ୍କର ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାରଠାରୁ ସେ ଅସୁସ୍ଥ ହୋଇଯାଇଥିଲେ। ନିୟମିତ ଭାବେ ଭୋକରେ ରହି ସ୍ୱାତୀଙ୍କର ଓଜନ ୮ କିଲୋ ହ୍ରାସ ପାଇଛି। ଦୁଷ୍କର୍ମରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀଙ୍କୁ ୬ ମାସ ମଧ୍ୟରେ ଫାଶୀ ଦିଆଯାଉ ବୋଲି ସ୍ବାତୀ ଦାବି କରିଛନ୍ତି। ସ୍ବାତୀଙ୍କୁ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଜଣେ ମହିଳା ପଶୁଡାକ୍ତରଙ୍କ ସହ ଗଣଦୁଷ୍କର୍ମ ଓ ହତ୍ୟା ପରେ ସ୍ବାତୀ ଆମରଣ ଅନଶନରେ ବସିଥିଲେ।(ଏଜେନ୍ସି)

Categories
ଆଜିର ଖବର

ପଞ୍ଚମ ଦିନରେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ : ମମତାଙ୍କୁ ଡାକିଲେ ରାଜ୍ୟପାଳ

ପଞ୍ଚମ ଦିନରେ ପହଞ୍ଚିଛି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ। ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ପରିବର୍ତ୍ତେ ମମତା ସରକାର ଆନ୍ଦୋଳନରତ ଡାକ୍ତରଙ୍କୁ ଧମକ ଓ ଚେତାବନୀ ଦେଇଥିଲେ। ଯାହାକୁ ବିରୋଧ କରି ପଶ୍ଚିମବଙ୍ଗର ଡାକ୍ତରଙ୍କୁ ସମର୍ଥନ କରିଛନ୍ତି ଅଧିକାଂଶ ରାଜ୍ୟର ଡାକ୍ତରମାନେ। ପଶ୍ଚିମବଙ୍ଗରେ ଚିକିତ୍ସା କରିବା ଅସୁରକ୍ଷିତ ଦର୍ଶାଇ ଇତି ମଧ୍ୟରେ ରାଜ୍ୟରେ ୫୦୦ରୁ ଅଧିକ ଡାକ୍ତର ଇସ୍ତଫା ଦେଇସାରିଛନ୍ତି। ପରିଣାମସ୍ୱରୂପ ରୋଗୀ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏହି ଆନ୍ଦୋଳନରେ ଦେଶ ତଥା ପଶ୍ଚିମବଙ୍ଗର ବଡ଼ ବଡ଼ ଡାକ୍ତରାମାନେ ମଧ୍ୟ ସାମିଲ ହୋଇଛନ୍ତି। ଏଭଳି ସ୍ଥିତିରେ ଦାବି ପୂରଣ ଲାଗି ଏମ୍‌ସ ରେସିଡେଣ୍ଟ ଡାକ୍ତର ସଂଘ ପଶ୍ଚିମବଙ୍ଗ ସରକାରକୁ ୪୮ ଘଣ୍ଟାର ଚରମପତ୍ର ଦେଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ନିସର୍ତ୍ତ କ୍ଷମା ମାଗିବାକୁ କହିଛି ଡାକ୍ତର ସଂଘ। ଏହି ସମୟ ମଧ୍ୟରେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ ଚେତାବନୀ ଦେଇଛି। ଏପରିକି ଦାବି ପୂରଣ ନ ହେଲେ ଆସନ୍ତା ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବେ ବୋଲି ସୂଚନା ଦେଇଛନ୍ତି।  ଅନ୍ୟପଟେ ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ନିବେଦନ କରିଛନ୍ତି ଏବଂ ଡାକ୍ତରଙ୍କୁ ସୁରକ୍ଷା ଦେବା ବଦଳରେ ମୁଖ୍ୟମନ୍ତ୍ରୀ ମମତାଙ୍କ ଧମକକୁ ନିନ୍ଦା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ସେହିପରି ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗର ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ହସ୍ତକ୍ଷେପ କରୁଥିବା ଜଣାପଡିଛି। ସେ ଏହି ବିଷୟକୁ ନେଇ ମମତାଙ୍କ ସହିତ ଆଲୋଚନା କରିବାକୁ ଚାହିଁଥିବା ସୂଚନା ରହିଛି।

Categories
ବିଶେଷ ଖବର ମତାମତ

ସାରା ଦେଶରେ ମମତା ବାନାର୍ଜୀଙ୍କ ବିରୋଧରେ ଘୃଣା ଏବଂ ବିରୋଧର ସ୍ଵର ସୃଷ୍ଟି କରୁଛି କିଏ ଓ କାହିଁକି?

କେଦାର ମିଶ୍ର

ହଠାତ ସାରାଦେଶକୁ ଜଣେ ଖଳନାୟିକା ମିଳିଯାଇଛନ୍ତି। ସାହିତ୍ୟରେ ଗୋଟେ ଅଘୋଷିତ ନିୟମ ରହିଛି। ଯଦି ଆପଣ ଜଣେ ମହାନାୟକକୁ ତିଆରି କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଜଣେ ଖଳ ନାୟକ ତିଆରି କରିବାକୁ ପଡିବ। ଯେମିତି ରାମଙ୍କ ପାଇଁ ରାବଣ, କୃଷ୍ଣଙ୍କ ପାଇଁ କଂସ ବା ପ୍ରହଲ୍ଲାଦ ପାଇଁ ହିରଣ୍ୟ କଶିପୁ। ନାୟକ ନିର୍ମାଣର ରାଜନୈତିକ ପରମ୍ପରାରେ ଯିଏ ମହାନାୟକ ବା ସୁପର ହିରୋ ହେବ, ତାର ଭକ୍ତମାନେ ତାର ପ୍ରତିପକ୍ଷକୁ ଖଳନାୟକ ଭାବରେ ବେଶୀ ବେଶୀ ଉପସ୍ଥାପନ କରିବେ। ୨୦୧୪ ନିର୍ବାଚନ ପୂର୍ବରୁ ଭାରତର ରାଜନୀତିରେ ନରେନ୍ଦ୍ର ମୋଦୀଙ୍କୁ ସୁପର ହିରୋ କରିବାକୁ ଯାଇ ବିଭିନ୍ନ ସମୟରେ ତାଙ୍କର ବିରୋଧୀଙ୍କୁ ଖଳନାୟକ ଭାବରେ ଯୋଜନାବଦ୍ଧ ଭାବରେ ନୀଚା ଦେଖାଇବାର ଉଦ୍ୟମ ହୋଇଛି। ଏହି ଉଦ୍ୟମରେ ଭାରତର ତଥାକଥିତ ମୁଖ୍ୟଧାରାର ଗଣମାଧ୍ୟମ ସରକାରୀ ଦଳର ବଚସ୍କର ହୋଇ କାମ କରିଛନ୍ତି। ପ୍ରଥମେ ଗାନ୍ଧୀ ପରିବାର, ତା ପରେ ଅରବିନ୍ଦ କେଜ୍ରିୱାଲ, ଲାଲୁ ଯାଦବ, ମାୟାବତୀ, ଅଖିଲେଶ ଯାଦବ ଇତ୍ୟାଦି ସେଇ ତାଲିକାରେ ଆସିଛନ୍ତି। ମଝିରେ ନୀତିଶ କୁମାର ମୋଦୀ ବିରୋଧୀ ବଡ ଖଳନାୟକ ଥିଲେ। ସେ ଗୋଷ୍ଠୀ ବଦଳାଇ ମୋଦୀ ସମର୍ଥକ ହେବା ପରେ ଏବେ ହଠାତ ଧର୍ମରାଜ ଯୁଧିଷ୍ଠିର ପାଲଟି ଯାଇଛନ୍ତି। ନିର୍ବାଚନ ସମୟରେ ମୋଦୀ ଭକ୍ତଙ୍କ ଲାଗି ନବୀନ ପଟ୍ଟନାୟକ ମଧ୍ୟ କିଛି କମ ଖଳନାୟକ ନଥିଲେ,  ଏବେ ସେ ଟିକେ ଟିକେ ନାୟକ ମନେ ହେଲେଣି।

ଏଇ ସବୁ ଖଳନାୟକ ପରିବର୍ତ୍ତନ ଭିତରେ ହଠାତ ସାରା ଦେଶର ଘୃଣା, ବିତୃଷ୍ଣା ଓ ଗାଳି ର କେନ୍ଦ୍ରରେ ରହିଛନ୍ତି ପଶ୍ଚିମ ବଂଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ପ୍ରତିଦିନ ଜାତୀୟ ଗଣମାଧ୍ୟମରେ ମମତା ବାନାର୍ଜୀଙ୍କ ବିରୋଧରେ ମାଳ ମାଳ ଲେଖା ଓ ଦୃଶ୍ୟ। କୋଲକାତାର ଏକ ଡାକ୍ତରଖାନାରେ ଘଟିଥିବା ମାଡପିଟ ଘଟଣାକୁ ନେଇ ସାରା ଦେଶର ଡାକ୍ତର ଏବେ ମମତା ବାନାର୍ଜୀଙ୍କୁ ଗାଳି କରୁଛନ୍ତି। ଏହା ପୂର୍ବରୁ କେଉଁ ରାଜ୍ୟରେ ଘଟିଥିବା ଏମିତି ଘଟଣାର ପ୍ରତିବାଦ ଜାତୀୟ ସ୍ତରରେ ଘଟିଥିଲା କି? ମମତାଙ୍କୁ ବଦରାଗୀ, ବାଦାମିଜାଜି, ହିଂସ୍ର ଓ ପ୍ରତିଶୋଧ ପରାୟଣ ବୋଲି କୁହା ଯାଉଛି। ଅବଶ୍ୟ ସେଥିଲାଗି ମମତା ନିଜେ ମଧ୍ୟ କିଛିଟା ଦାୟୀ। ମମତା ଯେଉଁ ରାଜନୈତିକ ପୃଷ୍ଠଭୂମିରୁ ଆସିଛନ୍ତି,ସେଥିରେ କୋଳାହଳ ଓ ହୋ ହଲ୍ଲା ର ଭୂମିକା ବେଶୀ। ବାମପନ୍ଥୀ ସରକାରକୁ ହଟାଇବା ଲାଗି ମମତା ଗୋଟେ ସମୟରେ ଉଗ୍ର ଭାବପ୍ରବଣତାର ରାଜନୀତି ଆରମ୍ଭ କରିଥିଲେ। ସେଇ ଉଗ୍ର ରାଜନୀତି ରେ ହିଂସା ଓ ଗୁଣ୍ଡାମି ସ୍ଵାଭାବିକ ଭାବରେ ଅନୁପ୍ରବେଶ କରିଛି।

ପଶ୍ଚିମ ବଙ୍ଗ ରାଜନୀତିରେ ବାମପନ୍ଥୀଙ୍କର ମୂଳପୋଛ ହେବାର ସ୍ଥିତି ଆଜି ଆସିଛି ଓ ତାହାର ସିଧା ଲାଭ ଉଠାଉଛି ବିଜେପି। ଏବେ ପଶ୍ଚିମବଙ୍ଗରେ ବିଜେପି ଉଗ୍ର ଭାବ ପ୍ରବଣତା ଓ ଗୁଜବ ରଟନାର ଭୟଙ୍କର ଜାଲ ବିଛାଇଛି। ସବୁ ତୃଣମୂଳ ବିରୋଧୀ ଭୋଟକୁ ଏକାଠି କରିବାକୁ ଯାଇ ଏବେ ମମତାଙ୍କ ବିରୋଧରେ ତୀବ୍ର ଘୃଣା ଓ ବିଦ୍ଵେଷର ବାତାବରଣ ତିଆରି କରାଯାଉଛି। ଅତ୍ୟନ୍ତ ଚତୁରତାର ସହିତ ମମତା ବାନାର୍ଜୀଙ୍କ ବ୍ୟକ୍ତିତ୍ବକୁ ଖର୍ବ କରାଯାଉଛି। ତାଙ୍କୁ ହିନ୍ଦୁ ବିରୋଧୀ, ପାକିସ୍ତାନ ସମର୍ଥକ, ଧର୍ମଦ୍ରୋହୀ, ଦେଶଦ୍ରୋହୀ ଭଳି ବିଭିନ୍ନ ବିଶେଷଣରେ ସମ୍ବୋଧିତ କରାଯାଉଛି। ଉତ୍ତର ପ୍ରଦେଶରେ ଯେଉଁ ପ୍ରକାର ଜଙ୍ଗଲ ରାଜ ଚାଲିଛି, ସେ ବିଷୟରେ ଜାତୀୟ ଗଣମାଧ୍ୟମରେ କୌଣସି ଚର୍ଚ୍ଚା ନାହିଁ, ଅଥଚ ପଶ୍ଚିମ ବଂଗର ଛୋଟ ରୁ ଛୋଟ ଘଟନା ମଧ୍ୟ ଏବେ ଜାତୀୟ ପ୍ରସଙ୍ଗ ପାଲଟି ଯାଉଛି। କୋଲକାତା ସହରର କେହି ୱାର୍ଡ ମେମ୍ବର ବିଜେପିରେ ଯୋଗ ଦେଲେ ତାକୁ ଜାତୀୟ ଖବର ବୋଲି କୁହାଯାଉଛି। ସବୁ ରାଜନୈତିକ ହିଂସାକାଣ୍ଡକୁ ବଢେଇ ଚଢେଇ ଏମିତି କୁହାଯାଉଛି, ସତେକି ପଶ୍ଚିମବଙ୍ଗରେ ଏବେ ଜମିଦାରୀ ଶାସନ ଚାଲିଛି!!

ଏସବୁ ପ୍ରଚାରସର୍ବସ୍ଵ ରାଜନୀତିର ଏକମାତ୍ର ଲକ୍ଷ୍ୟ ହେଲା ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସେଠାରେ ବିଜେପି ଶାସନର ପ୍ରତିଷ୍ଠା। ଲୋକସଭା ନିର୍ବାଚନରେ ବିଜେପି ଯେଉଁ ସଫଳତା ପାଇଛି, ତାକୁ ୨୦୨୧ ଯାଏଁ ପ୍ରଲମ୍ବିତ କରି ରଖିବାକୁ ହେଲେ ମମତାଙ୍କ ଉପରେ ରାଜନୈତିକ ଚାପ ବଜାୟ ରଖିବାକୁ ପଡିବ। ମମତାଙ୍କ ସ୍ଵଭାବରେ ଯେହେତୁ ପ୍ରତିକ୍ରିୟାଶୀଳତା ରହିଛି, ତାଙ୍କୁ ଉତ୍ତେଜିତ ବା ଭାବ ପ୍ରବନା କରାଇବା ସହଜ। ତୃଣମୂଳ ଭିତରେ ଯେଉଁ ହିଂସ୍ର ଶକ୍ତି ରହିଛନ୍ତି, ତାଙ୍କ ଉପରେ ମମତାଙ୍କର ନିୟନ୍ତ୍ରଣ ମଧ୍ୟ କମି ଆସୁଛି। ତେଣୁ ଆସନ୍ତା ବର୍ଷେ ଭିତରେ ମମତାଙ୍କ ଉପରେ ବିଜେପି ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରିବ।  ଏହାର ମୁକାବିଲା କରିବାକୁ ମମତା ଯଦି ମୁହାଁମୁହିଁ ହୁଅନ୍ତି, ତାହେଲେ ବିଜେପି ତାଙ୍କୁ ବାରମ୍ବାର ଅଡୁଆରେ ପକାଇବ। ବିଜେପିର ରଣନୀତିକୁ ସାମ୍ନା କରିବାକୁ ଥଣ୍ଡା ମୁଣ୍ଡ ଓ ଚତୁର ରଣନୀତିର ଆବଶ୍ୟକତା ରହିଛି।

Categories
ଆଜିର ଖବର

ଆନ୍ଦୋଳନରତ ଡାକ୍ତରଙ୍କୁ ମମତାଙ୍କ ଚେତାବନୀ ପରେ ହଟିଲା ଆନ୍ଦୋଳନ

ପଶ୍ଚିମବଙ୍ଗ ମୁ୍ଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନରତ ଡାକ୍ତରଙ୍କୁ ଚେତାବନୀ ଦେବା ପରେ ଆନ୍ଦୋଳନରୁ ହଟିଛନ୍ତି ଡାକ୍ତର। ସରକାରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ଡାକ୍ତର ମାନେ ଧାରଣାରେ ବସିଥିଲେ ଯାହା ଫଳରେ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଥିଲା। ଏହାପରେ ଘଟଣାରେ ହସ୍ତକ୍ଷେପ କରିଥିଲେ ମମତା। ଚାରି ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ନଦେଲେ ଡାକ୍ତରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପ୍ରଥମେ ଏନ୍‌ଆରଏସ୍‌ ମେଡିକାଲ କଲେଜ୍‌ରେ ଏହି ଆନ୍ଦୋଳନ ଆରମ୍ଭ ହେବା ପରେ ଏହା ସମ୍ପୂର୍ଣ୍ଣ ରାଜ୍ୟକୁ ବ୍ୟାପି ଯାଇଥିଲା।

Categories
ଆଜିର ଖବର

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଙ୍କ ସମ୍ମୁଖରେ ଧାରଣା

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁୂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସମଗ୍ର ଭାରତ ବର୍ଷରେ ନିର୍ବାଚନ କମିଶନଙ୍କ ବେଆଇନ ଏବଂ ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରାେଧରେ ଏହି ଧାରଣାରେ ବସିଛନ୍ତି ଚନ୍ଦ୍ରବାବୁ ନାଇଡୁ। ପ୍ରଥମେ ମୁଖ୍ୟ ନିର୍ବାଚନ ଅଧିକାରୀ ଜି କେ ଦ୍ବିବେଦୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିବା ପରେ ଧାରଣାରେ ବସିଥିଲେ। ନାଇଡୁ କହିଛନ୍ତି ନିର୍ବାଚନ କମିଶନ ପ୍ରତ୍ୟେକ ରାଜ୍ୟରେ ଆଇପିଏସ୍‌ ଏବଂ ଆଇଏଏସ ଅଫିସରଙ୍କୁ ବଦଳି କରିବା ଉପରେ ଏହି ମନ୍ତବ୍ୟ ଦେଇଛନ୍ତି। ନିକଟରେ ନିର୍ବାଚନ କମିଶନ ଜନୈକ ପୋଲିସ ଅଫିସରଙ୍କୁ ବଦଳି କରିଥିଲେ ଯାହାକି ବିପକ୍ଷ ଦଳଙ୍କ ପ୍ରରୋଚନାରେ ହେଉଛି ବୋଲି ନାଇଡୁ ଅଭିଯୋଗ ଆଣିଛନ୍ତି। ରାଜ୍ୟରେ ବିଭିନ୍ନ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବଦଳ କରିବା ସହିତ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ବଦଳାଇଛନ୍ତି। ଏହି ନିଷ୍ପତ୍ତିକୁ ନିର୍ବାଚନ କମିଶନ ନ ବଦଳାଇବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ନାଇଡୁ କହିଛନ୍ତି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )