Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶକୁ ମିଳିଲା ପ୍ରଥମ ନାସାଲ୍ ଟିକା, ଭରତ ବାୟୋଟେକ୍ ର ଇଣ୍ଟ୍ରାନାସାଲକୁ ଅନୁମୋଦନ ଦେଲା DCGI

ନୂଆଦିଲ୍ଲୀ: ଭରତ ବାୟୋଟେକ୍ ଇଣ୍ଟ୍ରାନାସାଲ୍ କୋଭିଡ୍ ଟିକା ପାଇଁ DCGI ରୁ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ ଏହି ସୂଚନା ଦେଇଛନ୍ତି। କରୋନା ପାଇଁ ଏହା ଭାରତର ପ୍ରଥମ ନାକ ଟିକା ହେବ। ମାନସୁଖ ମାଣ୍ଡଭିଆ କହିଛନ୍ତି ଯେ, 18 ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରାଥମିକ ଟୀକାକରଣ ପାଇଁ ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ ନିୟାମକ ଏହି ଟିକାକୁ ଅନୁମୋଦନ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ ଟୁଇଟ୍ କରି କହିଛନ୍ତି, “କୋଭିଡ ବିରୋଧରେ ଭାରତର ଲଢେଇକୁ ଏକ ବଡ ବୁଷ୍ଟ ମିଳିଛି। ଭାରତ ବାୟୋଟେକ୍ ର ChAd36-SARS-CoV-S COVID-19 (ଶିମ୍ପାଞ୍ଜି ଆଡେନୋଭାଇରସ୍ ଭେକ୍ଟର) ରେକମ୍ବିନାଣ୍ଟ ନାସାଲ୍ ଭ୍ୟାକ୍ସିନ୍ ଅନୁମତି ବୟସ ଅନୁଯାୟୀ ବ୍ୟବହାର ପାଇଁ ଦିଆଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପଦକ୍ଷେପ ମହାମାରୀ ବିରୋଧରେ ଆମର ସାମୂହିକ ସଂଗ୍ରାମକୁ ଆହୁରି ଦୃଢ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୋଭିଡ -19 ବିରୋଧରେ ଲଢେଇରେ ଭାରତ ଏହାର ବିଜ୍ଞାନ, ଅନୁସନ୍ଧାନ ଏବଂ ବିକାଶ ତଥା ମାନବ ସମ୍ବଳକୁ ବ୍ୟବହାର କରିଛି। ଏକ ବିଜ୍ଞାନ ଚାଳିତ ଆଭିମୁଖ୍ୟ ଏବଂ ସମସ୍ତଙ୍କ ଉଦ୍ୟମ ସହିତ, ଆମେ COVID-19 କୁ ପରାସ୍ତ କରିବୁ।

Categories
ବିଶେଷ ଖବର ରାଜ୍ୟ ଖବର

ବାଜିଲା ତୃତୀୟ ଲହରର ଘଣ୍ଟି, ଆଜି ଓଡିଶାର ଆକ୍ରାନ୍ତ ସଂଖ୍ୟା ହଜାରେ ଡେଇଁଲା, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ୱର: ବର୍ତ୍ତମାନ ଓଡିଶା କରୋନାର ତୃତୀୟ ଲହର ଆଡକୁ ମୁହାଁଇବାରେ ଲାଗିଛି। ସେ ନେଇ ଆଜି ବାଜିଛି ସତର୍କ ଘଣ୍ଟି। କାରଣ ଆଜି ରାଜ୍ୟରେ ଯେତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହା ପ୍ରଶାସକଙ୍କର ଚିନ୍ତା ବଢାଇଛି। କାରଣ ଆଜି ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ହଜାରେ ଟପିଲା। ଅର୍ଥାତ ଆଜି ମୋଟ ୧୨୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୮୭ ଜଣ ଅଛନ୍ତି। ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୭୧୦ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ତେବେ ପୂର୍ବପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଏହି ଜିଲ୍ଲାରୁ ୪୫୬ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଜିଲ୍ଲାୱାରୀ ଆକ୍ରାନ୍ତଙ୍କ ସଂଖ୍ୟା ହେଲା..

୧- ଅନୁଗୁଳ ଜିଲ୍ଲାରୁ – ୬
୨- ବାଲେଶ୍ୱର ଜିଲ୍ଲାରୁ – ୨
୩- ବରଗଡ଼ ଜିଲ୍ଲାରୁ – ୨୧
୪- ଭଦ୍ରକ ଜିଲ୍ଲାରୁ – ୬
୫- ବଲାଙ୍ଗୀର ଜିଲ୍ଲାରୁ – ୧୪
୬- ବୌଦ୍ଦ ଜିଲ୍ଲାରୁ – ୧
୭- କଟକ ଜିଲ୍ଲାରୁ – ୮୦
୮- ଦେବଗଡ଼ ଜିଲ୍ଲାରୁ – ୮
୯- ଢେଙ୍କାନାଳ ଜିଲ୍ଲାରୁ – ୪
୧୦- ଗଜପତି ଜିଲ୍ଲାରୁ – ୧
୧୧- ଗଞ୍ଜାମ ଜିଲ୍ଲାରୁ – ୯
୧୨- ଜଗତସିଂହପୁର ଜିଲ୍ଲାରୁ – ୧୩
୧୩- ଯାଜପୁର ଜିଲ୍ଲାରୁ – ୪୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୩୩
୧୫- କଳାହାଣ୍ଡି ଜିଲ୍ଲାରୁ – ୪
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – ୯
୧୭- କେନ୍ଦୁଝର ଜିଲ୍ଲାରୁ – ୨୫
୧୮- ଖୋର୍ଦ୍ଧାରୁ-୪୫୬
୧୯- କୋରାପୁଟ ଜିଲ୍ଲାରୁ – ୩
୨୦- ମୟୁରଭଞ୍ଜ ଜିଲ୍ଲାରୁ – ୪୦
୨୧- ନବରଙ୍ଗପୁର ଜିଲ୍ଲାରୁ- ୧୩
୨୨- ନୟାଗଡ଼ ଜିଲ୍ଲାରୁ – ୩
୨୩- ନୂଆପଡ଼ା ଜିଲ୍ଲାରୁ – ୨
୨୪- ପୁରୀ ଜିଲ୍ଲାରୁ – ୩୦
୨୫- ରାୟଗଡ଼ା ଜିଲ୍ଲାରୁ – ୮
୨୬- ସମ୍ବଲପୁର ଜିଲ୍ଲାରୁ – ୯୯
୨୭- ସୋନପୁର ଜିଲ୍ଲାରୁ – ୩
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୧୬୬
୨୯- ଷ୍ଟେଟ ପୁଲ- ୧୧୦

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୮୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୭୧, ଖୋର୍ଦ୍ଧାରୁ ୩୮, ଅନୁଗୁଳରୁ ୩୭, ସମ୍ବଲପୁରରୁ ୨୭, ବରଗଡରୁ ୨୬, ମୟୂରଭଞ୍ଜରୁ ୨୫, କଟକରୁ ୨୧, ବାଲେଶ୍ବରରୁ ୨୦, ଯାଜପୁରରୁ ୧୬, ନୂଆପଡ଼ାରୁ ୧୫, ପୁରୀରୁ ୧୩, ବଲାଙ୍ଗିରିରୁ ୧୧, କେନ୍ଦୁଝରରୁ ୧୦, ଜଗତସିଂହପୁରରୁ ୮, ଗଞ୍ଜାମରୁ ୭, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୬, କେନ୍ଦ୍ରାପଡାରୁ ୬, ଭଦ୍ରକରୁ ୩, କୋରାପୁଟରୁ ୩, ନବରଙ୍ଗପୁରରୁ ୩, ବୌଦ୍ଧରୁ ୨, ଢେଙ୍କାନାଳରୁ ୨, ନୟାଗଡରୁ ୨, ଦେବଗଡ଼ରୁ ୧, ମାଲକାନଗିରିରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୨ ହଜାର ୩୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୬ ହଜାର ୯୧୫ କୁ ବୃଦ୍ଧି ହୋଇଛି। ତେବେ ୨୬୭୫ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୪୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬୫୭କୁ ବୃଦ୍ଧି ହୋଇଛି। ଆଜି ଭୁବନେଶ୍ବର ଏବଂ ସୁନ୍ଦରଗଡରୁ ୪ ଜଣ ଲେଖାଏଁ ମୃତ୍ୟୁବରଣ କରିଥିବା ବେଳେ ସମ୍ବଲପୁରରୁ ୩ ଜଣ, ଝାରସୁଗୁଡାରୁ ୨ ଜଣ, ବରଗଡରୁ ୨ଜଣ, ବଲାଙ୍ଗିରିରୁ ଜଣେ ଏବଂ କେନ୍ଦ୍ରାପଡାରୁ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଭୁବନେଶ୍ବରରୁ ଚାରି ମୃତକଙ୍କ ମଧ୍ୟରୁ ଜଣେ ୮୪ ବର୍ଷୀୟ ପୁରୁଷ, ଜଣେ ୩୪ ବର୍ଷୀୟ ପୁରୁଷ, ଜଣେ ୬୫ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିପରି ସୁନ୍ଦରଗଡରୁ ଚାରି ମୃତକଙ୍କ ମଧ୍ୟରୁ ଜଣେ ୮୪ ବର୍ଷୀୟ ପୁରୁଷ, ଜଣେ ୫୩ ବର୍ଷୀୟ ପୁରୁଷ, ଜଣେ ୫୦ ବର୍ଷୀୟ ମହିଳା ଏବଂ ଆଉ ଜଣେ ୭୦ ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି। ସମ୍ବଲପୁରରୁ ୩ ଜଣ ମୃତକଙ୍କ ମଧ୍ୟରୁ ଜଣେ ୫୨ ବର୍ଷୀୟ ପୁରୁଷ, ଜଣେ ୭୨ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୫୬ ବର୍ଷୀୟ ପୁରୁଷ। ଝାରସୁଗୁଡାରୁ ଦୁଇ ମୃତକଙ୍କ ମଧ୍ୟରୁ ଜଣେ ୫୬ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୭୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ବରଗଡରୁ ଦୁଇ ମୃତକଙ୍କ ମଧ୍ୟରୁ ଜଣେ ୬୦ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୫୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିରିରୁ ଜଣେ ୩୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରାପଡାରୁ ଜଣେ ୭୦ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗତ ୨୪ ଘଣ୍ଟାରେ ୩୮ ହଜାର ୩୧୦ କରୋନା ପଜିଟିଭ୍‌ ଚିହ୍ନଟ: ୪୯୦ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗତ ୨୪ ଘଣ୍ଟାରେ ୩୮ ହଜାର ୩୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୪୯୦ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୬୭ ହଜାର ୬୨୩ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ହଜାର ୨୩ ହଜାର ୯୭କୁ ବୃଦ୍ଧି ପାଇଛି। ଦେଶରେ ଏବେ ୫ ଲକ୍ଷ ୪୧ ହଜାର ୪୦୫ ଜଣ ସକ୍ରିୟ ରୋଗୀ ଥିବାବେଳେ ୭୬ ଲକ୍ଷ ୩ ହଜାର ୧୨୧ ଜଣ ସୁସ୍ଥ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ପୁଣି ଆରୋଗ୍ୟ ଲାଭ କଲେ ୧ ହଜାର ୫୨୭ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୫୨୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ବାଲେଶ୍ବରରୁ ଏବଂ ସୁନ୍ଦରଗଡରୁ ୧୨୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଦ୍ଧାରୁ ୧୧୫, କଟକରୁ ୧୦୭, ନୂଆପଡ଼ାରୁ, ୧୦୪, ଜଗତସିଂହପୁରରୁ ୮୯, ଅନୁଗୁଳରୁ ୭୦, ଯାଜପୁରରୁ ୬୦, ବରଗଡରୁ ୫୬, ପୁରୀରୁ ୪୬, ମୟୂରଭଞ୍ଜରୁ ୪୫, ଢେଙ୍କାନାଳରୁ ୪୪, କେନ୍ଦୁଝରରୁ ୪୪, ବଲାଙ୍ଗିରିରୁ ୪୨, ଭଦ୍ରକରୁ ୪୧, କେନ୍ଦ୍ରାପଡାରୁ ୪୧, ସମ୍ବଲପୁରରୁ ୪୧, କଳାହାଣ୍ଡିରୁ ୩୬, କୋରାପୁଟରୁ ୩୪, ମାଲକାନଗିରିରୁ ୩୨, ସୋନପୁରରୁ ୨୮, ନୟାଗଡରୁ ୨୬, କନ୍ଧମାଳରୁ ୨୩, ଝାରସୁଗୁଡାରୁ ୨୨, ଗଞ୍ଜାମରୁ ୨୦, ନବରଙ୍ଗପୁରରୁ ୨୦, ବୌଦ୍ଧରୁ ୧୬, ରାୟଗଡାରୁ ୧୫, ଦେବଗଡ଼ରୁ ୧୩, ଗଜପତିରୁ ୬ ଏବଂ ଷ୍ଟେଟ ପୁଲରୁ ୩୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୭୯ ହଜାର ୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୩ ହଜାର ୨୧୪ ମଧ୍ୟରୁ ୧୨ ହଜାର ୭୩୦ ଜଣ ଚିକିତ୍ସିଧୀନ ଥିବା ବେଳେ ୧୩୪୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦୀପାବଳି ପୂର୍ବରୁ ଏହି ରାଜ୍ୟରେ ଖୋଲିବ ନାହିଁ ସ୍କୁଲ : ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ମାମଲାକୁ ଦେଖି ସ୍କୁଲ ଶିକ୍ଷା ମନ୍ତ୍ରୀ ବର୍ଷା ଗାୟକଓ୍ବାଡ କହିଛନ୍ତି ଯେ, ଦିଓ୍ବାଲୀ ପୂର୍ବରୁ ରାଜ୍ୟରେ ସ୍କୁଲ ଖୋଲା ଯିବ ନାହିଁ। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ମୋଟ୍‌ 15 ଲକ୍ଷ 17 ହଜାର 434 ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବାବେଳେ ମୃତ୍ୟୁ ସଂଖ୍ୟା 40 ହଜାର 40ରେ ପହଞ୍ଚିଛି । ତେବେ ରାଜ୍ୟରେ କରୋନା ସ୍ଥିତି ଦେଖି ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ଶିକ୍ଷା ମନ୍ତ୍ରୀ ।

କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ 16 ତାରିଖରୁ ସମସ୍ତ ଶିକ୍ଷଣ ସଂସ୍ଥା ବନ୍ଦ କରିବାକୁ ଆଦେଶ ଦେଇଥିଲେ । ତେବେ ଅକ୍ଟୋବର 15 ତାରିଖରୁ ପର୍ଯ୍ୟାୟକ୍ରମେ କରୋନା କଟକଣା ସହିତ ସ୍କୁଲ ଖୋଲିବାକୁ ରାଜ୍ୟସରକାରଙ୍କୁ ଗୁଡିକୁ ଅନୁମତି ଦେଇଛନ୍ତି । ତେବେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଆଦେଶ ରହିଛି ।

ତେବେ ରାଜ୍ୟରେ ଅନଲାଇନ୍‌ କ୍ଲାସ୍‌ ଚାଲୁଥିବାବେଳେ କିଛି କିଛି ଅଞ୍ଚଳରେ ଶିକ୍ଷକ ଛାତ୍ରମାନଙ୍କ ପାଇଁ ବିଶେଷ କ୍ଲାସ୍‌ କରୁଛନ୍ତି ବୋଲି ଗାୟକଓ୍ବାଡ ସୂଚନା ଦେଇଛନ୍ତି ।

କରୋନା ସ୍ଥିତିକୁ ଦେଖି ଦୀପାବଳି ପୂର୍ବରୁ ରାଜ୍ୟରେ ସ୍କୁଲ ଖୋଲା ଯାଇପାରିବ ନାହିଁ । ତେବେ ସ୍କୁଲ ଖୋଲିବା ନେଇ ଅନ୍ୟ ବିକଳ୍ପରେ ସନ୍ଧାନ କରାଯାଉଛି । ବର୍ତ୍ତମାନ ପରିସ୍ଥିତିରେ ସ୍କୁଲ ଖୋଲିବାର ପ୍ରଶ୍ନ ଉଠୁନାହିଁ ବୋଲି ସୂଚନା ଦେଇଛନ୍ତି ଗାୟକଓ୍ବାଡ।

ସୂଚନାଯୋଗ୍ୟ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 70 ଲକ୍ଷ ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 8 ହଜାର 334ରେ ପହଞ୍ଚିଛି । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୮୩ ପଜିଟିଭ୍ ଚିହ୍ନଟ: ସୁସ୍ଥ ହେଲେ ୨୩୩ କରୋନା ଆକ୍ରାନ୍ତ

ରମେଶ ମହାନ୍ତି

ଜଗତସିଂହପୁର: ଆଜି ପୁଣି ଜଗତସିଂହପୁର ଜିଲ୍ଲାରୁ ୮୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ ସର୍ବାଧିକ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ କୁଜଙ୍ଗ ବ୍ଲକରୁ ୧୪ଜଣ, ବାଲିକୁଦା ବ୍ଲକରୁ ୧୩ଜଣ, ପାରାଦ୍ୱୀପରୁ ୧୩ଜଣ,ଜଗତସିଂହପୁର ମ୍ୟୁନିସିପାଲିଟିରୁ ୯ଜଣ, ରଘୁନାଥପୁର ବ୍ଲକରୁ ଜଣେ, ବିରିଡ଼ି ବ୍ଲକ ଓ ନାଉଗାଁ ବ୍ଲକରୁ ୫ଜଣ ଲେଖାଏଁ ଏବଂ ତିର୍ତ୍ତୋଲ ବ୍ଲକ୍ ଓ ଏରସମା ବ୍ଲକରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ଆଜି ଜିଲ୍ଲାରୁ ୨୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ମୋଟ୍ ୫୩୮୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୩୮୯ ସୁସ୍ଥ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୯୮୬ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଧାରଣାସ୍ଥଳରେ କୋଭିଡ୍‌ ନିୟମ ପାଳନ ହେବ – ସିପି

ଭୁବନେଶ୍ବର : ବିଧାନସଭା ଆସୁଥିବାରୁ ଧାରଣାସ୍ଥଳରେ କୋଭିଡ୍‌ ନିୟମ ପାଳନ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଲେ ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ  ଦେଇଛନ୍ତି । ବିକ୍ଷୋଭ ନେଇ ଏଯାବତ୍‌ କେହି ଆବେଦନ କରି ନାହାନ୍ତି । ଯଦି କେହି ଆବେଦନ କରିବେ, ତା’ହେଲେ ସରକାର ନିଷ୍ପତ୍ତି ନେବେ ।  ଆସନ୍ତା 29 ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହା ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନ ପୂର୍ବରୁ ସବୁ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଉଛି। କରୋନା ନେଗେଟିଭ୍‌ ହୋଇଥିବା ବିଧାୟକମାନେ ବିଧାନସଭାକୁ ଯାଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୫ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି।  ତେବେ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୩୬କୁ ବୃଦ୍ଧି ହୋଇଛି। ଭୁବନେଶ୍ବରରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜ ଓ ପୁରୀରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ସେହିପରି ନୟାଗଡ, ନୂଆପଡା, କଟକ, ବାଲେଶ୍ଵର, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ଚାରି ଜଣ ଆକ୍ରାନ୍ତ ହେଉଛନ୍ତି ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୭୦, ୬୨, ୪୨ ଏବଂ ୩୫। ମୟୂରଭଞ୍ଜର ୨ ଜଣ ମୃତକ ହେଉଛନ୍ତି ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୭୪ ଓ ୬୩। ପୁରୀର ଦୁଇ ଜଣ ମୃତକ ହେଉଛନ୍ତି ପୁରୁଷ। ସେମାନଙ୍କ ବୟସ ହେଉଛି ଯଥାକ୍ରମେ ୭୨ ଓ ୭୦। ନୟାଗଡରେ ଜଣେ ୭୨ ବର୍ଷୀୟ ପୁରୁଷ, ନୂଆପଡ଼ାର ଜଣେ ୩୭ ବର୍ଷୀୟ ପୁରୁଷ, କଟକର ୬୭ ବର୍ଷୀୟ ପୁରୁଷ, ଢେଙ୍କାନାଳର ୭୨ ପୁରୁଷ, କନ୍ଧମାଳର ୭୫ ବର୍ଷୀୟ, ମାଲକାନଗିରିର ଜଣେ ୪୧ ବର୍ଷୀୟ ପୁରୁଷ ଓ ବାଲେଶ୍ବରରୁ ଜଣେ ୫୧ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ୪ ହଜାର ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ୪ ହଜାର ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୪୫୩ ଜଣ ଚିହ୍ନଟ ହୋଇଥିବାବେଳେ ୧୭୩୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧ କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୮ ହଜାର ୧୫୮ ଜଣ। ସେହିପରି ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୪୯ ହଜାର ୩୭୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୭୧୦ଜଣ।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୪ ହଜାର ୧୮୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୧୨ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୧୦୭, ବାଲେଶ୍ବରରୁ ୧୫୦, ବରଗଡରୁ ୧୨୮,  ଭଦ୍ରକରୁ ୩୪,  ବଲାଙ୍ଗିରରୁ ୧୧୪, ବୌଦ୍ଧରୁ ୭୭, କଟକରୁ ୫୮୬, ଦେବଗଡରୁ ୧୨, ଢେଙ୍କାନାଳରୁ ୫୪,  ଗଜପତିରୁ ୨, ଗଞ୍ଜାମରୁ ୩୫, ଜଗତସିଂହପୁରରୁ ୧୦୪, ଯାଜପୁରରୁ ୧୮୭, ଝାରସୁଗୁଡାରୁ ୮୪, କଳାହାଣ୍ଡିରୁ ୧୦୫, କନ୍ଧମାଳରୁ ୭୪, କେନ୍ଦ୍ରାପଡାରୁ ୧୨୬, କେଉଁଝରରୁ ୩୩, କୋରାପୁଟରୁ ୬୩, ମାଲକାନଗିରିରୁ ୭୨, ମୟୂରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୭୫, ନୟାଗଡରୁ ୮୨, ନୂଆପଡାରୁ ୫୮, ପୁରୀରୁ ୨୬୫, ରାୟଗଡାରୁ ୨୯,  ସମ୍ବଲପୁରରୁ ୧୧୩, ସୋନପୁରରୁ ୯୦, ସୁନ୍ଦରଗଡରୁ ୨୦୧ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୨୪୩ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ୍‌ ସଂକ୍ରମିତଙ୍କ ସହ ମିଠା କଥା ହୁଅ : ନବୀନ ପଟ୍ଟନାୟକ

ଭୁବନେଶ୍ବର : କରୋନା ସହ ଚାଲିଥିବା ଯୁଦ୍ଧକୁ ଯଦି ସମେସ୍ତ ଏକ ହୋଇ ଲଢିବା ତେବେ ଏହି ଯୁଦ୍ଧ ସହଜ ହେବ । କୋଭିଡ୍‌ ସଂକ୍ରମିତଙ୍କ ସହ ଉତ୍ତମ ବ୍ୟବହାର ଓ କେଇପଦ ମିଠା କଥା କହିଲେ ସେମାନଙ୍କ କଷ୍ଟ ଲାଘବ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କରୋନା ବିରୋଧରେ ଆମକୁ ମିଳିତ ହୋଇ ଲଢ଼ିବାକୁ ପଡ଼ିବ ଏବଂ କୋଭିଡ ରୋଗୀଙ୍କୁ ମିଠା କଥା କହି ସେମାନଙ୍କ କଷ୍ଟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ମିଠା କଥା କହିଲେ କୋଭିଡ ରୋଗୀଙ୍କ କଷ୍ଟ ଲାଘବ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଯେଉଁମାନେ କରୋନାରେ ପୀଡ଼ିତ ହୋଇଛନ୍ତି, ବହୁତ କଷ୍ଟ ସହୁଛନ୍ତି । ଆମେମାନେ ତାଙ୍କୁ ସାହସ ଦେବା ଦରକାର । ତାଙ୍କ ସହ ମିଠା କଥା ହେବା । ସେମାନେ ଚିକିତ୍ସିତ ହେବାକୁ ଯିବାବେଳେ ହସିବା ସହିତ ଥମ୍ପସପ୍‌ ଦେଖାଇବା, ସେମାନେ ସୁସ୍ଥ ହୋଇ ଫେରିଲେ ତାଳି ମାରି ସ୍ବାଗତ କରିବା ।  କରୋନା ଆକ୍ରାନ୍ତଙ୍କ ମନୋବଳ ଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ।ତେଣୁ ସେମାନଙ୍କୁ ନିଜର କରିବା ସହ କୋଭିଡ ଯୁଦ୍ଧକୁ ଦୃଢ଼ତାର ସହ ଲଢ଼ିବାକୁ ହେବ । ଅପରପକ୍ଷରେ ରାଜ୍ୟ ସରକାର କୋଭିଡ୍‌-19 ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବାକୁ ଏକ ହ୍ୱାଟସ୍ ଆପ୍ ନମ୍ବର 9937564066 ଜାରି କରିଛନ୍ତି । ଏହି ନମ୍ବର ମାଧ୍ୟମରେ ବିଶିଷ୍ଟ ଡାକ୍ତରମାନଙ୍କୁ କୋଭିଡ ସମ୍ପର୍କିତ ପ୍ରଶ୍ନ ପଚାରି ମତାମତ ନେଇ ହେବ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି  ୩ହଜାର ୭୪୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି  ୩ହଜାର ୭୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୨୧୦ଜଣ ଚିହ୍ନଟ ହୋଇଥିବାବେଳେ ୧୫୩୮ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  ୧ ଲକ୍ଷ ୩୫ ହଜାର ୧୩୦କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୨ ହଜାର ୩୧୨ଜଣ । ସେହିପରି ସୁସ୍ଥ ହୋଇଛନ୍ତି ୧ଲକ୍ଷ ୨ ହଜାର ୧୮୫ ଜଣ।

Categories
ଆଜିର ଖବର ଜାତୀୟ ଖବର

ଆଜି ଦେଶରେ ୭୮,୭୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ୯୪୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୭୮,୭୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁବରଣ କରିଛନ୍ତି ୯୪୮ ଜଣ। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୭୩୪ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ଚିକିତ୍ସିତ ହେଉଥିବା ସଂଖ୍ୟା ୭ ଲକ୍ଷ ୬୫ ହଜାର ୩୦୨ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୧୩ ହଜାର ୯୩୩ ରହିଛି। ତେବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୩, ୪୯୮ କୁ ବୃଦ୍ଧି ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

Categories
ଫଟୋ ଖବର

ନୂଆପଡା ଥାନାର 4 ଜଣ କୋଭିଡ ଯୋଦ୍ଧା କରୋନାକୁ ହରାଇ ପୁଣି ଥରେ କାର୍ଯ୍ୟରେ ଦେଲେ ଯୋଗ

Nuapada Police welcomes back its another 4 warriors of Reserve Police who defeated COVID-19 and resumed duty after recovering from coronavirus.

Categories
ଆଜିର ଖବର ଜାତୀୟ ଖବର

ଆଜି ଦେଶରେ ୬୧,୪୦୮ ଜଣ ଆକ୍ରାନ୍ତ ଚିହ୍ନଟ: ୮୩୬ ମୃତ

ନୂଆଦିଲ୍ଲୀ: ଆଜି ଦେଶରେ ୬୧,୪୦୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୩୬ ଜଣ ମୃତ୍ୟୁବରଣ କରିଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୩୧ ଲକ୍ଷ ୬ ହଜାର ୩୪୯ କୁ ବୃଦ୍ଧି ପାଇଛି। ତେବେ ସୁସ୍ଥ ହୋଇ ୨୩,୩୮,୦୩୫ ଜଣ ଘରକୁ ଫେରିଥିବା  ବେଳେ ଚିକିତ୍ସାଧୀନ ଅଛନ୍ତି ୭,୧୦୭୭୧ ଜଣ ଏବଂ କରୋନା ରେ ୫୭,୫୪୨ ଜଣ ମୃତ୍ୟୁ ବରଣ କରିଛନ୍ତି। ମହାରାଷ୍ଟ୍ରେ ସର୍ବାଧିକ ୨୨,୨୫୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିପରି ତାମିଲନାଡୁରେ ୬୫୧୭, କର୍ଣ୍ଣାଟକରେ ୪୬୮୩, ଦିଲ୍ଲୀରେ ୪୩୦୦ ଜଣ ମୃତ୍ୟୁବରଣ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

୨୯ଟି ଜିଲ୍ଲାରୁ ୨୮୧୯ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର: ଆଜି ୨୯ଟି ଜିଲ୍ଲାରୁ ମୋଟ୍‌ ୨ହଜାର ୮୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨୮୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୮ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭କୁ ବୃଦ୍ଧି ହୋଇଛି। କୋରୋନରୁ ୫୦୫୦୩ ଜଣ ସୁସ୍ଥ ହୋଇଥିବାବେଳେ ୨୪୫୮୨ ଜଣ ଚିକିତ୍ସାଧୀନ ଅଛନ୍ତି।  

ଖୋର୍ଦ୍ଧାରୁ ସର୍ବାଧିକ ୪୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ୨୫୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୨୧୯, ଗଞ୍ଜାମରୁ ୧୯୨, ରାୟଗଡରୁ ୧୪୭, ସମ୍ବଲପୁରରୁ ୧୪୫, ବରଗଡରୁ ୧୩୬, ଯାଜପୁରରୁ ୧୨୦, ପୁରୀରୁ ୧୦୯, ବାଲେଶ୍ବରରୁ ୧୦୫, ଢେଙ୍କାନାଳରୁ ୧୦୦, ମାଲକାନଗିରିରୁ ୮୩, କୋରାପୁଟରୁ ୮୧, ଭଦ୍ରକରୁ ୭୭, ନୟାଗଡରୁ ୬୪, ଝାରସୁଗୁଡାରୁ ୬୩, କେନ୍ଦ୍ରାପଡା ଓ ଗଜପତିରୁ ୬୨ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ୫୭, ବଲାଙ୍ଗୀରିରୁ ୫୬, କଳାହାଣ୍ଡିରୁ ୫୫, ଜଗତସିଂହପୁରରୁ ୪୮, କନ୍ଧମାଳରୁ ୪୪, ଅନୁଗୁଳରୁ ୨୩, ସୋନପୁରରୁ ୧୪ , କେଉଁଝରରୁ ୭, ବୌଦ୍ଧରୁ ୬, ଏବଂ ନୂଆପଡା ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ବିଶେଷ ଖବର

ସେହି ଦଶଟି ରାଜ୍ୟର କଥା ଓ କରୋନା ଲଢେଇର ସବୁଠୁ କଠୋର ସତ୍ୟ

କେଦାର ମିଶ୍ର

ଗତକାଲି ଦେଶର ସର୍ବାଧିକ କରୋନା ପୀଡିତ ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଏହି ଦଶଟି ରାଜ୍ୟରେ ଆମେ ଯଦି କରୋନା କୁ ନିୟନ୍ତ୍ରଣ କରିପାରିବା ତା ହେଲେ କରୋନା ଉପରେ ଆମର ବିଜୟ ସମ୍ଭବ। ଏହି ୧୦ ଟି ରାଜ୍ୟରେ ବର୍ତ୍ତମାନ ମୋଟ ୮୦% କରୋନା ଆକ୍ରାନ୍ତ ରହିଛନ୍ତି ଓ କରୋନା ଜନିତ ମୃତ୍ୟୁର ୮୨% ଏହି ସବୁ ରାଜ୍ୟରେ ରେକର୍ଡ ହୋଇଛି। ପ୍ରଧାନମନ୍ତ୍ରୀ ଯେଉଁ ଦଶଟି ରାଜ୍ୟ କଥା କହୁଛନ୍ତି ସେସବୁ ରାଜ୍ୟରେ ଆମ ଲୋକ ସଂଖ୍ଯାର ୯୦ କୋଟି ଜନତା ବସବାସ କରନ୍ତି। ତେଣୁ ଏହି ସବୁ ରାଜ୍ୟରେ ସଙ୍କ୍ରମିତଙ୍କ ସଂଖ୍ୟା ଅଧିକ ହେବା ସ୍ଵାଭାବିକ। ଉତ୍ତରପ୍ରଦେଶ ଭଳି ବଡ ରାଜ୍ୟ ଏଥିରେ ରହିଛି ଯେଉଁଠି ଆମର ୨୨ କୋଟିରୁ ଅଧିକ ଲୋକ ରୁହନ୍ତି।ଉତ୍ତର ପ୍ରଦେଶ  ମହାରାଷ୍ଟ୍ର, ବିହାର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଗୁଜରାଟରେ ଦେଶର ସର୍ବାଧିକ ସଂକ୍ରମିତ ଏବେ ବଢୁଛନ୍ତି। ଗତ କିଛିଦିନ ହେଲା ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ପ୍ରତିଦିନ ହାରାହାରି ୧୦ ହଜାର ନୂଆ ଆକ୍ରାନ୍ତ ବାହାରୁଛନ୍ତି। ଏହି ଦୁଇ ରାଜ୍ୟରେ ଅଧିକ ପରୀକ୍ଷା ହେଉଛି, ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି।

ଏହି ଦଶଟି ରାଜ୍ୟ ଭିତରୁ ବିହାର, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ଗୁଜରାଟ ଓ ପଶ୍ଚିମବଙ୍ଗରେ କରୋନା ପରୀକ୍ଷାର ସ୍ଥିତି ସେତେ ଉତ୍ସାହ ଜନକ ନୁହେଁ। ଉତ୍ତର ପ୍ରଦେଶ ଦେଶର ସବୁଠୁ ଜନବହୁଳ ରାଜ୍ୟ ହୋଇଥିଲେ ମଧ୍ୟ ସେଠାରେ ଆବଶ୍ଯ ସଂଖ୍ୟକ ପରୀକ୍ଷା ବଢୁନାହିଁ। ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ୧୪,୭୩୨ ପରୀକ୍ଷା ସେଠାରେ ହେଉଛି। ଉତ୍ତର ପ୍ରଦେଶରେ ମୂଳରୁ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ରହିଥିଲା। ଏବେ ଏହା ୧.୭% ରେ ପହଞ୍ଚିଲାଣି। ଗୋଟେ ସମୟରେ ଉତ୍ତର ପ୍ରଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦୦ ଭିତରେ ସୀମିତ ରହିଛି ଓ ଏହା ଏକ ବଡ ଉପଲବ୍ଧି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏବେ ସେହି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୧୭୬ରେ ପହଞ୍ଚିଲାଣି। ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଉତ୍ତର ପ୍ରଦେଶ ଲାଗି ଏକ ଭିନ୍ନ ରଣନୀତିର ଆବଶ୍ୟକତା ରହିଛି।

ବିହାର ରାଜ୍ୟରେ ସ୍ଥିତି ଆରମ୍ଭରୁ ଜଟିଳ ରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଥମ ତିନିମାସ କରୋନା ପରୀକ୍ଷାକୁ ଗୁରୁତ୍ଵ ଦେଇ ନଥିଲେ। ଆଜି ମଧ୍ୟ ୧୦ ଲକ୍ଷ ଲୋକରେ ମାତ୍ର ୯୧୮୦ ପରୀକ୍ଷା ବିହାରରେ ହେଉଛି। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ବିହାର ରେ ଜାଣିଶୁଣି ପରୀକ୍ଷା କରିବାକୁ ସରକାର ଚାହୁଁ ନାହାନ୍ତି। ୧୨ କୋଟି ଲୋକ ସଂଖ୍ୟା ବିଶିଷ୍ଟ ବିହାର ରାଜ୍ୟରେ ଆଜି ଯାଏ ମାତ୍ର ୧୧ ଲକ୍ଷ ପରୀକ୍ଷା ହୋଇଛି। ବିହାର ରେ ମୃତ୍ୟୁ ହାର ସେତେବେଶୀ ନୁହେଁ। ଏହା ୦.୫% ରେ ସୀମିତ ରହିଛି। ତେବେ ସମୟ କ୍ରମେ ସଂଖ୍ୟା ବଢିଲେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବ। ଓଡିଶାରେ ଗୋଟେ ସମୟରେ ମୃତ୍ୟୁହାର ସବୁଠୁ କମ ରହିଥିଲା। ଏବେ ଏହା ୦.୭% ରେ ପହଞ୍ଚିଲାଣି। ପରୀକ୍ଷା ନ ବଢିଲେ ସ୍ଥିତି ଅଧିକ ଜଟିଳ ହେବ। ସଂକ୍ରମଣ ରୋକିବାକୁ ହେଲେ ବ୍ୟାପକ ପରୀକ୍ଷା ଜରୁରୀ।

ଦିଲ୍ଲୀ ସରକାର ନିଜର ବ୍ୟାପକ ପରୀକ୍ଷା ଯୋଜନା ମାଧ୍ୟମରେ ସେଠାରେ ସ୍ଥିତିକୁ ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇ ଆସିଛନ୍ତି। ଯଦି ଗୋଟିଏ ରାଜ୍ୟ ଯେଉଁଠି ସଂକ୍ରମଣ ଆଖି ଦୃଶିଆ ଭାବରେ କମିଛି, ତାହା ହେଉଛି ଦିଲ୍ଲୀ। ଦିଲ୍ଲୀରେ ପ୍ରତି ଦଶ ଲକ୍ଷ ଲୋକରେ ୬୦,୭୮୫ ପରୀକ୍ଷା କରାଯାଇଛି। ଏହା ଏକ ଉତ୍ସାହ ଜନକ ସଂଖ୍ୟା। ମହାରାଷ୍ଟ୍ର ରେ ସଂକ୍ରମଣ ର ସ୍ଥିତି ଗମ୍ଭୀର ଥିଲେ ମଧ୍ୟ ସେଠିକାର ସରକାର ବ୍ୟାପକ ପରୀକ୍ଷା ଅବ୍ଯାହତ ରଖିଛନ୍ତି। ଉଭୟ ମହାରାଷ୍ଟ୍ର ଓ ତାମିଲନାଡୁରେ ପରୀକ୍ଷା ଦଶ ଲକ୍ଷ ଲୋକରେ ଯଥାକ୍ରମେ ୨୩,୨୫୯ ଓ ୪୩,୫୦୩ ରହିଛି। ଏହି ସଂଖ୍ଯାରେ ପରୀକ୍ଷା ଅବ୍ଯାହତ ରହିଲେ ଏକ ନିର୍ଦ୍ଦିଷ୍ଟ ସମୟ ସୀମାରେ ସଂକ୍ରମଣକୁ ଚିହ୍ନଟ କରିହେବ। ଇତିମଧ୍ୟରେ ଆନ୍ଧ୍ର ପ୍ରଦେଶ ସରକାର ପରୀକ୍ଷା ହାରକୁ ପ୍ରାୟ ତିନିଗୁଣ ବଢାଇଛନ୍ତି। ସେଥିଲାଗି ଆନ୍ଧ୍ରରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦିଲ୍ଲୀ ପରେ ଏବେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୪୮,୫୩୦ ଲୋକଙ୍କର ପରୀକ୍ଷା କରାହେଉଛି।

ପରୀକ୍ଷାରେ ସବୁଠୁ ଖରାପ ଅବସ୍ଥାରେ ବିହାର ସରକାର ରହିଛନ୍ତି। ଏକ ବିଚିତ୍ର ରଣନୀତିରେ ବିହାର ସରକାର ନିଜର ପରୀକ୍ଷା ନୀତି ସ୍ଥିର କରିଛନ୍ତି। ପ୍ରାୟ ୭ କୋଟି ଜନସଂଖ୍ୟା ବିଶିଷ୍ଟ ଗୁଜରାଟ ମାତ୍ର ୧୦ ଲକ୍ଷ ପରୀକ୍ଷା କରିଛି। ଏକ ବିଚିତ୍ର ପରିସଙ୍ଖ୍ୟାନ ଆମେ ଗୁଜରାଟରୁ ଦେଖିବା। ଗତ କିଛିମାସ ହେଲା ସେଠାରେ ପରୀକ୍ଷା ହାର ସ୍ଥିର ରହିଛି। ଅଧିକ ସଂକ୍ରମଣ ହେଉଥିବା ରାଜ୍ୟ ଗୁଡିକ ଅଧିକ ପରୀକ୍ଷା କରୁଥିବା ବେଳେ ଗୁଜରାଟ ହାତୀ ଭଳି ଦିନକୁ ପଚାଶ/ଶହେ ଅଧିକ ସଂକ୍ରମିତ ଠାବ କରୁଛି। ଅନ୍ୟ ରାଜ୍ୟ ତୁଳନାରେ ଗୁଜରାଟର ମୃତ୍ୟୁହାର ଉଦବେଗଜନକ। ସେଠାରେ ମୃତ୍ୟୁହାର ୩.୭% ରହିଛି। ଏହି ଦଶଟି ରାଜ୍ୟ ଭିତରୁ ସର୍ବାଧିକ ମୃତ୍ୟୁହାର ଗୁଜରାଟରେ ରହିଛି। ତେଣୁ ପ୍ରଧାନମନ୍ତ୍ରୀ ଜାତୀୟ ମୃତ୍ୟୁହାର କୁ ୧% ରୁ କମ ରଖିବାର ଯେଉଁ ଲକ୍ଷ୍ୟ କଥା କହୁଛନ୍ତି, ସେଥିରେ ଗୁଜରାଟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିହାର, ପଶ୍ଚିମବଙ୍ଗ, ଗୁଜରାଟ, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ କୁ ଏହି ଦଶ ରାଜ୍ୟଠୁ ଅଲଗା କରି ଦେଖିବାକୁ ପଡିବ।

ଦଶଟି ରାଜ୍ୟ ବୋଲି କହି ଆମେ ଦେଶର ସ୍ଥିତି ଠିକ ଅଛି ବୋଲି କହିବା ଆଦୌ ଠିକ ହେବନାହିଁ। କାରଣ ଯେଉଁ ଦଶଟି ରାଜ୍ୟ କଥା ପ୍ରଧାନମନ୍ତ୍ରୀ କହିଛନ୍ତି, ସେଥିରେ ଆମ ଦେଶର ୮୦% ଜନତା ବସବାସ କରନ୍ତି।

Categories
ବିଶେଷ ଖବର

କରୋନା ଲଢେଇରେ ଅସହାୟ ଜନତା ଓ ରାଜନେତାମାନଙ୍କର “ଡାଟା ଗେମ”

କେଦାର ମିଶ୍ର

ଗତ ଦୁଇମାସ ଭିତରେ କେବଳ ଯୁକ୍ତରାଷ୍ଟ୍ର ଆମେରିକାର ସାମ୍ବାଦିକ ସମ୍ମିଳନୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ସାକ୍ଷାତକାର ସବୁକୁ ଅନୁଧ୍ୟାନ କଲେ ଗୋଟେ କଥା ସ୍ପଷ୍ଟ ହୋଇଯିବ ଯେ ରାଷ୍ଟ୍ରପତି ମହୋଦୟ ନିଜ ଲୋକଙ୍କ ଜୀବନ ବଞ୍ଚାଇବାରେ ଅସମର୍ଥ ହେବା ପରେ ଏବେ “ଡାଟା ଗେମ” ଖେଳୁଛନ୍ତି। ଗତ ତିନିମାସ ଧରି ଆମେରିକାରେ କରୋନା ସଂକ୍ରମଣ ବଢି ବଢି ଚାଲିଛି ଓ ପ୍ରତିଦିନ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେବେ କରୋନାର ଏହି ଭୟଙ୍କର ପ୍ରକୋପକୁ ସ୍ଵୀକାର କରିବା ପରିବର୍ତ୍ତେ ରାଷ୍ଟ୍ରପତି ବିଭିନ୍ନ “ଡାଟା” ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରୁଛନ୍ତି ଯେ, ଆମେରିକାରେ ସ୍ଥିତି ଭଲ ଅଛି। “ଆମେ ଅଧିକ ପରୀକ୍ଷା କରୁଛୁ, ତେଣୁ ଆମର ଅଧିକ କରୋନା ଆକ୍ରାନ୍ତ ବାହାରୁଛନ୍ତି” ବୋଲି ଟ୍ରମ୍ଫ ନିୟମିତ ଯୁକ୍ତି କରୁଛନ୍ତି। ତେବେ ଆମେରିକାର ସାମ୍ବାଦିକମାନେ ରାଷ୍ଟ୍ରପତିଙ୍କ ମୁହଁ ରେ ତାଙ୍କ ତଥ୍ୟ ଭୁଲ ବୋଲି କହୁଛନ୍ତି ଓ ରାଷ୍ଟ୍ରପତିଙ୍କ ସହିତ ସେଥିଲାଗି ଅନେକ ସାମ୍ବାଦିକଙ୍କର ଝଗଡା ମଧ୍ୟ ହେଲାଣି। ତେବେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ରାଷ୍ଟ୍ରପତି ସାମ୍ବାଦିକଙ୍କୁ ତାଙ୍କ କଥା କହୁଛନ୍ତି ଓ ସାମ୍ବାଦିକ ତାଙ୍କ ନିଜ ଅଧିକାରରେ ରାଷ୍ଟ୍ରପତିଙ୍କ ମତକୁ ଖଣ୍ଡନ ମଧ୍ୟ କରୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ଫଙ୍କ “ଡାଟା” କୁ ଦେଖିବା ବେଳେ ସାମ୍ବାଦିକମାନେ ଏମିତି ବ୍ୟବହାର କରୁଛନ୍ତି, ଯେମିତି ସେମାନେ ଜାଣନ୍ତି ଯେ ଏହା କେବଳ ଡାଟା ର ଖେଳ। ଏଥିରେ ସତ୍ୟତା ନାହିଁ।

ସଂଖ୍ୟା ଦୃଷ୍ଟିରୁ ଆମେରିକା ସର୍ବାଧିକ କରୋନା ପରୀକ୍ଷା କରିଛି। ପ୍ରତି ଦଶ ଲକ୍ଷ ଲୋକରେ ଆମେରିକାରେ ୧,୮୪,୦୦୭ ଲୋକଙ୍କର ପରୀକ୍ଷା ହେଉଛି। ଏ ଯାବତ ସର୍ବମୋଟ ୬୦.୯୯୩, ୭୨୨ ପରୀକ୍ଷା କରିବାରେ ଆମେରିକାର ରେକର୍ଡ ରହିଛି। ତେବେ ପ୍ରତି ଦଶ ଲକ୍ଷ ଜଣ ସଂଖ୍ୟାରେ ସର୍ବାଧିକ ପରୀକ୍ଷା କରିବାର ରେକର୍ଡ ୟୁଏଇ ବା ଆରବ ଏମିରେଟ୍ସ ପାଖରେ ରହିଛି। ଦଶ ଲକ୍ଷ ଜନସଙ୍ଖ୍ୟାର ୫,୨୭,୧୪୨ ପରୀକ୍ଷା ଏକ ବିରଳ ରେକର୍ଡ। ଦେଶର ୧୦୦ ରୁ ୫୨ ଜଣଙ୍କର ପରୀକ୍ଷା ସେଠାରେ ସମ୍ଭବ ହୋଇଛି। ଆରବ ପରେ ବାହାରିନ ୪,୯୮, ୫୬୮ ପରୀକ୍ଷା କରିଛି। ଋଷିଆର ପରୀକ୍ଷଣ ସଂଖ୍ୟା ମଧ୍ୟ ଆମେରିକା ଠୁ ଅଧିକ। ଋଷିଆ ପ୍ରତି ଦଶ ଲକ୍ଷ ଲୋକରେ ୨,୦୦୦, ୯୪ ପରୀକ୍ଷା କରୁଛି। ଅଧିକ ପରୀକ୍ଷା କରୁଥିବା ଆରବ ଦେଶ ସମୂହ, ୟୁରୋପ ଏବଂ ଋଷିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକା ତୁଳନାରେ ଯଥେଷ୍ଟ କମ। ଆମେରିକାରେ ମୃତ୍ୟୁହାର ୩.୨୬ ହୋଇଥିବା ବେଳେ ଋଷିଆରେ ଏହା ମାତ୍ର ୧.୬୬%। ତେଣୁ ଡାଟା କୁ ନେଇ ଅଯଥାରେ ଛାତି ବାଡେଇ ହେବାର କୌଣସି ବିଶେଷ କାରଣ ନାହିଁ।

ତେବେ ଆମେରିକା ଓ ଋଷିଆ ଭଳି ଦେଶରେ ଡାଟା ବା ତଥ୍ୟକୁ ନେଇ ବିତର୍କ ଚାଲିଛି। ଭାରତରେ ତଥ୍ୟକୁ ନେଇ ବିତର୍କ କରିବା ଆମେ ଭୁଲିଯାଇଛୁ। ଆମେ ସବୁ ସରକାରୀ ତଥ୍ୟକୁ ମୁଣ୍ଡପାତି ଗ୍ରହଣ କରିନେବାକୁ ପ୍ରସ୍ତୁତ। ବର୍ତ୍ତମାନ ଭାରତ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି। ସର୍ବମୋଟ ସଂଖ୍ୟା ଦୃଷ୍ଟିରୁ ଆମ ଉପରେ ଆମେରିକା ଓ ବ୍ରାଜିଲ ରହିଥିଲେ ମଧ୍ୟ, ଗତ ତିନି ଦିନ ଧରି ପୃଥିବୀର ସର୍ବାଧିକ ସଂକ୍ରମିତ ଭାରତରୁ ବାହାରୁଛନ୍ତି। ଆମର ମୃତ୍ୟୁ ସଂଖ୍ୟା ପ୍ରାୟ ୪୦ ହଜାର ରେ ପହଞ୍ଚିଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବ। ଦୈନିକ ୫୦ ହଜାରରୁ ଅଧିକ ଆକ୍ରାନ୍ତ ବାହାରୁଥିଲେ ମଧ୍ୟ ଆମର ପରୀକ୍ଷା ବ୍ୟବସ୍ଥା ଆଜି ମଧ୍ୟ ଅତ୍ୟନ୍ତ ଦୁର୍ବଳ। ଗତକାଲି ଦେଶରେ ୬,୬୧,୮୯୨ ପରୀକ୍ଷା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସପ୍ତାହେ ତଳୁ ଦୈନିକ ୧୦ ଲକ୍ଷ ପରୀକ୍ଷା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ସ୍ଥିତିରେ ଦୈନିକ ୧୦ଲକ୍ଷ ପରୀକ୍ଷାରେ ପହଞ୍ଚିବାକୁ ଆମକୁ ଆହୁରି ଦୁଇ ସପ୍ତାହ ଲାଗିବ। ଶହେ ଲୋକରେ ଆଜି ମଧ୍ୟ ଆମେ ୧.୫ ଲୋକଙ୍କର ପରୀକ୍ଷା କରୁଛୁ। ତା ସତ୍ତ୍ୱେ ଆମର ସଙ୍କ୍ରମିତଙ୍କ ସଂଖ୍ୟା ପୃଥିବୀର ଏକ ନମ୍ବର।

ସଙ୍କ୍ରମିତଙ୍କ ସଂଖ୍ୟାକୁ ଦେଖି ଦେଶରେ ବହୁ ଅଧିକ ପରୀକ୍ଷା ହେବା ଜରୁରୀ। ଏ ପ୍ରକାର ହାରରେ ସଂକ୍ରମଣ ବଢିଲେ ବହୁ ଲୋକ ବିନା ପରୀକ୍ଷାରେ ସଂକ୍ରମଣ ବଢାଇ ଚାଲିବେ ଓ ଏମିତି ଅନେକ ଲୋକ ମୃତ୍ୟୁ ବରଣ କରିବେ ଯାହାର କୌଣସି ହିସାବ ରଖିବା ସମ୍ଭବ ହେବନାହିଁ। ସବୁଠୁ ବଡ ସଙ୍କଟ ହେଉଛି, ଭାରତରେ କୋଭିଡ ତଥ୍ୟକୁ ନେଇ ସରକାରଙ୍କୁ ପ୍ରଶ୍ନ ପଚାରିବାର ସାହସ ବା ଅଧିକାର ଲୋକଙ୍କ ପାଖରେ ନାହିଁ। ଅନ୍ତତଃ ରାଷ୍ଟ୍ରପତି ଟ୍ରମ୍ଫ ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ନିଜର ପକ୍ଷ ରଖୁଛନ୍ତି। ସମାଲୋଚନାର ସାମ୍ନା କରୁଛନ୍ତି। ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଏକ ପାଖିଆ ଭାଷଣ ଦେଇ ଚାଲିଛନ୍ତି। ପ୍ରତି ଦଶ ଲକ୍ଷ ଲୋକଙ୍କ ମଧ୍ୟରୁ ମାତ୍ର ୧୫ ହଜାର ଲୋକଙ୍କର ପରୀକ୍ଷା କରିବାର ଅର୍ଥ ହେଉଛି, ମହାମାରୀ ଲାଗି ଖୋଲା ମଇଦାନ ତିଆରି କରିବା। ବିନା ପରୀକ୍ଷାରେ “ଲକ ଡାଉନ” ବା “ଅନଲକ” ର କିଛି ଅର୍ଥ ନାହିଁ। ଭାରତର ବିଭିନ୍ନ ରାଜ୍ୟଗୁଡିକ ଭିତରୁ ଦିଲ୍ଲୀ ସର୍ବାଧିକ ୫୪,୧୯୪ (ଦଶ ଲକ୍ଷ ଅନୁପାତରେ) , ପରୀକ୍ଷା କରିଛି। ବାକି ରାଜ୍ୟ ଗୁଡିକ ଏବେ ମଧ୍ୟ ୧୦ ରୁ ୨୦ ହଜାର ଭିତରେ ରହିଛନ୍ତି। ଦେଶର ସବୁଠୁ ଜନ ବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ୧୧,୬୬୦, ବିହାରରେ ମାତ୍ର ୫୪୨୯, ପଶ୍ଚିମ ବଙ୍ଗରେ ୯୮୭୨ ଓ ମଧ୍ୟପ୍ରଦେଶରେ ୯୮୭୮ ପରୀକ୍ଷା ହେଉଛି। ଦେଶର ଅଧାରୁ ଅଧିକ ଲୋକ ଏହି ସବୁ ରାଜ୍ୟରେ ବସବାସ କରନ୍ତି।

ବିନା ପରୀକ୍ଷାରେ “ଡାଟା ଗେମ” ଖେଳୁଥିବା ଆମର ରାଜନେତାମାନେ କୋଟି କୋଟି ଭାରତୀୟଙ୍କର ଜୀବନ ସହିତ ଖେଳ ଖେଳି ଚାଲିଛନ୍ତି। ପୃଥିବୀର ସର୍ବ ବୃହତ ଗଣତନ୍ତ୍ରରେ ଏ ପ୍ରକାର ତଥଯର ହେରାଫେରିକୁ ନେଇ ଗଣମାଧ୍ୟମ ମଧ୍ୟ ମୁହଁ ରେ ତୁଣ୍ଡି ବାନ୍ଧି ବସିଛି।

Categories
ଫଟୋ ଖବର

ବାଙ୍ଗାଲୁରୁରେ ଆର୍ମି ବ୍ୟାଣ୍ଡ ବଜାଇ କୋଭିଡ19 ଯୋଦ୍ଧାମାନଙ୍କୁ ଦିଆଯାଉଛି ସମ୍ମାନ

Bengaluru: Army Band members perform to honour the COVID-19 warriors as they take part in rehearsals for the upcoming Independence Day celebrations at Tippu Sultan’s summer palace, in Bengaluru on Aug 1, 202o. (Photo: IANS)

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 16 ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂ ଖ୍ୟା 16 ଲକ୍ଷ 38 ହଜାର 871ରେ ପହଞ୍ଚିଛି। 24 ଘଣ୍ଟାରେ ସର୍ବାଧିକ 55 ହଜାର 079 ଆକ୍ରାନ୍ତ ହୋଇଥିବା ସ୍ଥଳେ779 ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ପରିବାର ବିଭାଗ ସୂଚନା ଦେଇଛି।

ଦେଶରେ କରୋନା ମୃତ୍ୟୁ ସଂଖ୍ୟା 35 ହଜାର 747କୁ ବୃଦ୍ଧି ହୋଇଛି। ସେହିପରି ଏବେ ସୁଦ୍ଧା ଦେଶରେ 5 ଲକ୍ଷ 45 ହଜାର 318 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 10 ଲକ୍ଷ 57 ହଜାର 805 ଜଣ। ମହାରାଷ୍ଟ୍ରରେ ସର୍ବାଧିକ 14 ହଜାର 729 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ 3 ହଜାର 936, ତାମିଲନାଡୁରେ 3 ହଜାର 838, ଗୁଜୁରାଟରେ 2 ହଜାର 418ଜଣଙ୍କର ମୃତ୍ୟୁ ହୋଇଛି।