ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୫ କରୋନା ଆକ୍ରାନ୍ତ

Published: Sep 23, 2020, 11:39 am IST

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୫ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି।  ତେବେ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୩୬କୁ ବୃଦ୍ଧି ହୋଇଛି। ଭୁବନେଶ୍ବରରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜ ଓ ପୁରୀରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ସେହିପରି ନୟାଗଡ, ନୂଆପଡା, କଟକ, ବାଲେଶ୍ଵର, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ଚାରି ଜଣ ଆକ୍ରାନ୍ତ ହେଉଛନ୍ତି ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୭୦, ୬୨, ୪୨ ଏବଂ ୩୫। ମୟୂରଭଞ୍ଜର ୨ ଜଣ ମୃତକ ହେଉଛନ୍ତି ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୭୪ ଓ ୬୩। ପୁରୀର ଦୁଇ ଜଣ ମୃତକ ହେଉଛନ୍ତି ପୁରୁଷ। ସେମାନଙ୍କ ବୟସ ହେଉଛି ଯଥାକ୍ରମେ ୭୨ ଓ ୭୦। ନୟାଗଡରେ ଜଣେ ୭୨ ବର୍ଷୀୟ ପୁରୁଷ, ନୂଆପଡ଼ାର ଜଣେ ୩୭ ବର୍ଷୀୟ ପୁରୁଷ, କଟକର ୬୭ ବର୍ଷୀୟ ପୁରୁଷ, ଢେଙ୍କାନାଳର ୭୨ ପୁରୁଷ, କନ୍ଧମାଳର ୭୫ ବର୍ଷୀୟ, ମାଲକାନଗିରିର ଜଣେ ୪୧ ବର୍ଷୀୟ ପୁରୁଷ ଓ ବାଲେଶ୍ବରରୁ ଜଣେ ୫୧ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି।

Related posts