Categories
ବିଶେଷ ଖବର ରାଜ୍ୟ ଖବର

କରୋନା ମୃତ୍ୟକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର : ଆସନ୍ତାକାଲିଠାରୁ କୋଭିଡ୍‍ ମୃତକଙ୍କ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ। ସେଥିପାଇଁ ରାଜ୍ୟ ସରକାର ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ସଂପର୍କିୟମାନେ ଆନଲାଇନରେ ଆବେଦନ କରିବେ। ସେଥିପାଇଁ ଏକ ସ୍ୱତନ୍ତ୍ର ଆପ୍‍ ଓ ସଫ୍ଟୱେର ପ୍ରସ୍ତୁତ କରାଯାଇଛି। ସେଥିରେ ଆବେଦନ କରିବାକୁ ପଡିବ।

ଅନୁକମ୍ପା ରାଶି ପାଇବାକୁ କେମିତି କରିବେ ଆବେଦନ

ଅନୁକମ୍ପା ରାଶି ପ୍ରଦାନ ପାଇଁ ଏକ ସ୍ବତନ୍ତ୍ର ୱେବସାଇଟ କରାଯାଇଛି।  ଯାହାର ନାମ ରହିଛି ‘କୋଭିଡ-୧୯ ଏକ୍ସ-ଗ୍ରାସିଆ ଆସିଷ୍ଟାନ୍‌ସ ପେମେଣ୍ଟ ସିଷ୍ଟମ୍’ ବା ଇଂରାଜୀରେ CAPS ବୋଲି କୁହାଯାଇଛି। ସେଥିପାଇଁ ଯେଉଁମାନେ ଆବେଦନ କରିବେ ସେମାନେ caps.odisha.gov.in ଲଗଅନ କରିବାକୁ ପଡିବ। ସେଥିରେ ଦିଆଯାଇଥିବା ସମସ୍ତ ବିବରଣୀ ପୂରଣ କରି ସବମିଟ କରିବାକୁ ପଡିବ।

ଏହି ୱେବସାଇଟ ଆସନ୍ତାକାଲିଠାରୁ କାର୍ଯ୍ୟକ୍ଷମ ହେବ। ଏହି ଅନଲାଇନ ପକ୍ରିୟାରେ ଜିଲ୍ଲାପାଳ ସହାୟତା ରାଶିର ମଞ୍ଜୁର କରିବେ। ପରେ ମୃତକଙ୍କ ସଂପର୍କୀୟଙ୍କୁ ଡିବିଟି ଜରିଆରେ ଏହି ସହାୟତା ରାଶି ପଠାଇ ଦିଆଯିବ।

ଅଫ୍‌ଲାଇନ୍‌ରେ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଇଂରାଜୀ/ଓଡ଼ିଆରେ ଜିଲ୍ଲାପାଳଙ୍କ ନିକଟରେ ଧାଯ୍ୟ ଫର୍ମାଟରେ ଆବେଦନ କରିବାକୁ ପଡିବ । ଗୋଟିଏ ମୃତ୍ୟୁ ପାଇଁ କେବଳ ଗୋଟିଏ ଦରଖାସ୍ତ ଗ୍ରହଣ କରାଯିବ । ଦରଖାସ୍ତ ସହିତ ଆବଶ୍ୟକ କାଗଜପତ୍ରକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସିଏପିଏସ୍‌ ସଫଟୱେୟାରରେ ଅପ୍‌ଲୋ‌ଡ କରି ଦିଆଯିବ ।

କେମିତି ମିଳିବ ଏହି ଅନୁକମ୍ପା ରାଶି

ଆବେଦନକାରୀମାନେ ଜିଲ୍ଲାପାଳଙ୍କୁ ଆବେଦନ କରିବା ପରେ ୫ ଦିନ ମଧ୍ୟରେ ତାହା ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯିବ। ସର୍ବାଧିକ ଚାରି ଦିନ ମଧ୍ୟରେ ତହସିଲଦାର କାଗଜପତ୍ର ଯାଞ୍ଚ କରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବେ। ଅତିରିକ୍ତ ଜିଲ୍ଲାପାଳ ସର୍ବାଧିକ ଚାରି ଦିନ ମଧ୍ୟରେ କାଗଜପତ୍ର ଜିଲ୍ଲାପାଳଙ୍କୁ ପଠାଇବେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୩ ଦିନ ମଧ୍ୟରେ ଡିଡିଓଙ୍କୁ ପ୍ରଦାନ କରାଯିବ।

ଡିଡିଓ ଅନୁକମ୍ପାମୂଳକ ସହାୟତା ରାଶିର ବିଲିଂ କରି ଆଇଏଫଏମ୍‍ଏସ୍‍ ଜରିଆରେ ଟ୍ରେଜେରୀକୁ ପ୍ରଦାନ କରିବେ। ଟ୍ରେଜେରୀରୁ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ଯିବା ପାଇଁ ସର୍ବାଧିକ ୩ ଦିନ ସମୟ ରଖାଯାଇଛି। କ୍ୟାପ୍‍ସ୍‍ ଜରିଆରେ ଅନଲାଇନ୍‍ରେ ଆବେଦନ କରିବା ପରେ ତାହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ତହସିଲଦାର, ଉପ ଜିଲ୍ଲାପାଳ, ଏଡିଏମ୍‍, ଜିଲ୍ଲାପାଳ, ଡିଡିଓ, ଟ୍ରେଜରୀକୁ କାଗଜପତ୍ର ଯିବା ବ୍ୟବସ୍ଥା ହୋଇଛି।

କେଉଁମାନେ କରିବେ ଆବେଦନ

ଯେଉଁମାନେ କୋଭିଡରେ ମୃତ୍ୟୁବରଣ କରିଥିବେ ସେମାନଙ୍କର ନିକଟ ସଂପର୍କିୟଙ୍କୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯିବ। ଯଦି ଜଣଙ୍କ ପରିବାରରେ ଏକାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବ ତେବେ ପ୍ରତ୍ୟେକଙ୍କ ପାଇଁ ମଧ୍ୟ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ତେବେ ସେଥିପାଇଁ ଏହି ୱେବ ସାଇଟରେ ଧ୍ୟାନର ସହିତ ପୂରଣ କରିବା ବେଳେ ସମସ୍ତଙ୍କ ନାମ ପ୍ରଦାନ କରିବାକୁ ପଡିବ।

ଏଥିରେ ମୃତକଙ୍କ ଆଧାର କାର୍ଡ କିମ୍ବା କୌଣସି ସରକାରୀ ପରିଚୟ ପତ୍ରର ନମ୍ବର ଦେବାର ଆବଶ୍ୟକ ରହିଛି। ଏକାଧିକ ମୃତ୍ୟୁ ମାମଲାରେ ସମସ୍ତଙ୍କ ପରିଚନ ପତ୍ର ସଲଂଗ୍ନ କରାଯିବ। ତେବେ କୋଭିଡରେ ଡାକ୍ତରଖାନାରେ ମୃତ୍ୟୁ ବ୍ୟତିତ ଅନ୍ୟମାନଙ୍କୁ ମଧ୍ୟ ଏହି ସାହାଯ୍ୟ ପ୍ରଦାନ କରାଯିବ।

ଯେଉଁମାନେ କୋଭିଡ ଆକ୍ରାନ୍ତ ହୋଇ ଭଲ ହେବାର 30 ଦିନ ମଧ୍ୟରେ ମୃତ୍ୟୁ ବରଣ କରିଥିବେ ସେମାନଙ୍କୁ ମଧ୍ୟ ଅନୁକମ୍ପା ରାଶି ଦିଆଯିବ। ସେହିପରି କୋଭିଡ ଆକ୍ରାନ୍ତ ହୋଇ ଆତ୍ମହତ୍ୟା କରିଥିବା କିମ୍ବା ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ସେମାନଙ୍କୁ ଏହି ରାଶି ପ୍ରଦାନ କରାଯିବର ବନ୍ଦୋବସ୍ତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ କରୋନାରେ ମୃତ୍ୟୁବରଣ କଲେ ୩ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୭୬କୁ ବୃଦ୍ଧି ହୋଇଛି।

ମୃତକଙ୍କ ମଧ୍ୟରେ ଭୁବନେଶ୍ଵରରୁ ଜଣେ ଆକ୍ରାନ୍ତ ଥିବା ବେଳେ କଟକରୁ ଜଣେ ଏବଂ ନବରଙ୍ଗପୁରରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ ଜଣେ ୬୦ ବର୍ଷିୟା ମହିଳାଙ୍କ ଏହି ଭୂତାଣୁ ଯୋଗୁଁ ପ୍ରାଣହାନୀ ଘଟିଥିବା ବେଳେ କଟକର ଜଣେ ୬୧ ବର୍ଷୀୟ ପୁରୁଷ ଏବଂ ନବରଙ୍ଗପୁରରୁ ଜଣେ ୨୨ ବର୍ଷୀୟ ଯୁବକଙ୍କ ପ୍ରାଣହାନୀ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ କରୋନାରେ ମୃତ୍ୟୁବରଣ କଲେ ୪ ଜଣ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୧୧ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ଵରରୁ ଜଣେ ୬୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳର ଜଣେ ୩୨ ବର୍ଷୀୟ ମହିଳା, ଗଞ୍ଜାମର ଜଣେ ୬୦ ବର୍ଷୀୟ ପୁରୁଷ ଏବଂ ଝାରସୁଗୁଡାର ଜଣେ ୭୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬୫୭କୁ ବୃଦ୍ଧି ହୋଇଛି। ଆଜି ଭୁବନେଶ୍ବର ଏବଂ ସୁନ୍ଦରଗଡରୁ ୪ ଜଣ ଲେଖାଏଁ ମୃତ୍ୟୁବରଣ କରିଥିବା ବେଳେ ସମ୍ବଲପୁରରୁ ୩ ଜଣ, ଝାରସୁଗୁଡାରୁ ୨ ଜଣ, ବରଗଡରୁ ୨ଜଣ, ବଲାଙ୍ଗିରିରୁ ଜଣେ ଏବଂ କେନ୍ଦ୍ରାପଡାରୁ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଭୁବନେଶ୍ବରରୁ ଚାରି ମୃତକଙ୍କ ମଧ୍ୟରୁ ଜଣେ ୮୪ ବର୍ଷୀୟ ପୁରୁଷ, ଜଣେ ୩୪ ବର୍ଷୀୟ ପୁରୁଷ, ଜଣେ ୬୫ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିପରି ସୁନ୍ଦରଗଡରୁ ଚାରି ମୃତକଙ୍କ ମଧ୍ୟରୁ ଜଣେ ୮୪ ବର୍ଷୀୟ ପୁରୁଷ, ଜଣେ ୫୩ ବର୍ଷୀୟ ପୁରୁଷ, ଜଣେ ୫୦ ବର୍ଷୀୟ ମହିଳା ଏବଂ ଆଉ ଜଣେ ୭୦ ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି। ସମ୍ବଲପୁରରୁ ୩ ଜଣ ମୃତକଙ୍କ ମଧ୍ୟରୁ ଜଣେ ୫୨ ବର୍ଷୀୟ ପୁରୁଷ, ଜଣେ ୭୨ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୫୬ ବର୍ଷୀୟ ପୁରୁଷ। ଝାରସୁଗୁଡାରୁ ଦୁଇ ମୃତକଙ୍କ ମଧ୍ୟରୁ ଜଣେ ୫୬ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୭୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ବରଗଡରୁ ଦୁଇ ମୃତକଙ୍କ ମଧ୍ୟରୁ ଜଣେ ୬୦ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୫୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିରିରୁ ଜଣେ ୩୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରାପଡାରୁ ଜଣେ ୭୦ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୨୭ କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୨୭କୁ ବୃଦ୍ଧି ହୋଇଛି। ଆଜି ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ବୌଦ୍ଧ, ଢ଼େଙ୍କାନାଳ ଏବଂ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୧୦ କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୧୦ କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ୩ ଜଣ, ମୟୂରଭଞ୍ଜରୁ ୨, ବାଲେଶ୍ବରରୁ ଜଣେ, ଜଗତସିଂହପୁରରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୧୦ କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୧୦ କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ୩ ଜଣ, ମୟୂରଭଞ୍ଜରୁ ୨, ବାଲେଶ୍ବରରୁ ଜଣେ, ଜଗତସିଂହପୁରରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଉ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୮୩କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୪୮୩ କୁ ବୃଦ୍ଧି ହୋଇଛି। ଆଜି ଭୁବନେଶ୍ୱରରୁ ୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆପଡାରୁ ୨ ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ସେହିପରି ବରଗଡ, ବାଲେଶ୍ୱର, କଟକ, କଳାହାଣ୍ଡି, କେନ୍ଦ୍ରାପଡା, ସମ୍ବଲପୁର, ଖୋର୍ଦ୍ଧା, ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବର, ବୌଦ୍ଧ, କଳାହାଣ୍ଡି, ରାୟଗଡା, ଗଞ୍ଜାମ, କେନ୍ଦ୍ରାପଡା, କନ୍ଧମାଳ, ମୟୂରଭଞ୍ଜ, ପୁରୀ, ସୁନ୍ଦରଗଡ, ଯାଜପୁର ଏବଂ ବାଲେଶ୍ବରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି

କଟକର ତିନି ମୃତକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯାଥାକ୍ରମେ ୪୮, ୬୨ ଏବଂ ୬୪ ବର୍ଷ। ଭୁବନେଶ୍ବରର ଜଣେ ୫୮ ବର୍ଷୀୟ ପୁରୁଷ, ବୌଦ୍ଧର ଜଣେ ୭୮ ବର୍ଷୀୟ ପୁରୁଷ, କଳାହାଣ୍ଡିର ଜଣେ ୬୫ ବର୍ଷୀୟ ମହିଳା, ରାୟଗଡାର ଜଣେ ୭୨ ବର୍ଷୀୟ ପୁରୁଷ, ଗଞ୍ଜାମର ଜଣେ ୬୩ ବର୍ଷୀୟ ପୁରୁଷ , କେନ୍ଦ୍ରାପଡାର ଜଣେ ୬୫ ବର୍ଷୀୟ ପୁରୁଷ, କନ୍ଧମାଳର ଜଣେ ୬୮ ବର୍ଷୀୟ ପୁରୁଷ, ମୟୂରଭଞ୍ଜର ଜଣେ ୨୫ ବର୍ଷୀୟ ମହିଳା, ପୁରୀର ଜଣେ ୬୦ ବର୍ଷୀୟ, ସୁନ୍ଦରଗଡର ଜଣେ ୭୨ ବର୍ଷୀୟ ପୁରୁଷ, ଯାଜପୁରର ଜଣେ ୪୭ ବର୍ଷୀୟ ପୁରୁଷ ଏବଂ ବାଲେଶ୍ବରର ଜଣେ ୫୬ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 991କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 4 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବରରୁ ତିନି ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ପୁରୀ, ମୟୂରଭଞ୍ଜ  ବାଲେଶ୍ବର ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମାଲକାନଗିରି, କଳାହାଣ୍ଡି ନୟାଗଡ, ସୁବର୍ଣ୍ଣପୁର,ବରଗଡ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 991କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 4 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ମୃତକଙ୍କ ବୟସ 64 ଓ 50ବର୍ଷ ରହିଥିବାର ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ ଦୁଇ ମୃତକଙ୍କ ମଧ୍ୟରେ ଜଣେ 75 ବର୍ଷୀୟା ମହିଳା ଓ ଅନ୍ୟ ଜଣେ 72 ବର୍ଷୀୟ ପୁରୁଷ । ସେହିପରି ବାଲେଶ୍ବରରୁ 72 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 55 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 70 ବର୍ଷୀୟ ବୃଦ୍ଧ ବୋଲି ସୂଚନା ରହିଛି ।

ପୁରୀର ଦୁଇ ମୃତକଙ୍କ ମଧ୍ୟରେ ଜଣେ 80 ବର୍ଷୀୟା ବୃଦ୍ଧା ଥିବାବେଳେ ଅନ୍ୟ ଜଣେ 90 ବର୍ଷୀୟ ବୃଦ୍ଧ ରହିଛନ୍ତି । ମୟୂରଭଞ୍ଜରୁଜଣେ 53 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 56 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି ।

ବରଗଡରୁ 53 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରୁ 70 ବର୍ଷୀୟ ପୁରୁଷ, କନ୍ଧମାଳରୁ 51 ବର୍ଷୀୟ ପୁରୁଷ, ମାଲକାନଗିରିରୁ 40 ବର୍ଷୀୟ ପୁରୁଷ, ନୟାଗଡରୁ 80 ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେହିପରି ସୁବର୍ଣ୍ଣପୁରରୁ 67 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ୧୬ ଜଣଙ୍କ କରୋନାରେ ମୃତ୍ୟୁ: ମୃତ୍ୟୁ ସଂଖ୍ୟା ୭୫୨ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୫୨କୁ ବୃଦ୍ଧି ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀରୁ ୪ ଜଣ, କେନ୍ଦ୍ରାପଡାରୁ ୨ ଏବଂ ବଲାଙ୍ଗିରି, ମୟୂରଭଞ୍ଜ, ନୟାଗଡ, ରାୟଗଡା ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣଙ୍କ ମଧ୍ୟରୁ ଭୁବନେଶ୍ଵର ମହାନଗରରେ ୩ ଜଣ ମୃତକଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟ ପୁରୁଷ, ଜଣେ ୭୬ ବର୍ଷୀୟ ପୁରୁଷ, ଜଣେ ୭୨ ବର୍ଷୀୟ ପୁରୁଷ ଏବଂ ଖୋର୍ଦ୍ଧା ଜିଲ୍ଲା ଉପଖଣ୍ଡରୁ ଜଣେ ୫୭ ବର୍ଷୀୟ ପୁରୁଷ ଓ ଜଣେ ୬୯ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେହିପରି ପୁରୀ ଜିଲ୍ଲାର ମୃତକଙ୍କ ମଧ୍ୟରୁ ଜଣେ ୭୯ ବର୍ଷୀୟ ପୁରୁଷ, ଜଣେ ୬୭ ବର୍ଷୀୟ ପୁରୁଷ, ଜଣେ ୮୨ ବର୍ଷୀୟ ପୁରୁଷ ଓ ଆଉ ଜଣେ ୩୯ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡାରୁ ମୃତକ ୨ ଜଣଙ୍କ ମଧ୍ୟରୁ ଜଣେ ୫୮ ବର୍ଷୀୟ ମହିଳା ଓ ଆଉ ଜଣେ ୮୨ ବର୍ଷୀୟ ପୁରୁଷ ଅଛନ୍ତି। ସେହିପରି ବଲାଙ୍ଗିରିରୁ ଜଣେ ୪୩ ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ ଜଣେ ୫୮ ବର୍ଷୀୟ ପୁରୁଷ, ନୟାଗଡରୁ ଜଣେ ୫୪ବର୍ଷୀୟ ପୁରୁଷ, ରାୟଗଡାରୁ ଜଣେ ୫୭ ବର୍ଷୀୟ ପୁରୁଷ, ଏବଂସୋନପୁରରୁ ଜଣେ ୭୦ ବର୍ଷୀୟ ପୁରୁଷ ଙ୍କ କରୋନାରେ ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୫ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି।  ତେବେ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୩୬କୁ ବୃଦ୍ଧି ହୋଇଛି। ଭୁବନେଶ୍ବରରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜ ଓ ପୁରୀରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ସେହିପରି ନୟାଗଡ, ନୂଆପଡା, କଟକ, ବାଲେଶ୍ଵର, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ଚାରି ଜଣ ଆକ୍ରାନ୍ତ ହେଉଛନ୍ତି ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୭୦, ୬୨, ୪୨ ଏବଂ ୩୫। ମୟୂରଭଞ୍ଜର ୨ ଜଣ ମୃତକ ହେଉଛନ୍ତି ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୭୪ ଓ ୬୩। ପୁରୀର ଦୁଇ ଜଣ ମୃତକ ହେଉଛନ୍ତି ପୁରୁଷ। ସେମାନଙ୍କ ବୟସ ହେଉଛି ଯଥାକ୍ରମେ ୭୨ ଓ ୭୦। ନୟାଗଡରେ ଜଣେ ୭୨ ବର୍ଷୀୟ ପୁରୁଷ, ନୂଆପଡ଼ାର ଜଣେ ୩୭ ବର୍ଷୀୟ ପୁରୁଷ, କଟକର ୬୭ ବର୍ଷୀୟ ପୁରୁଷ, ଢେଙ୍କାନାଳର ୭୨ ପୁରୁଷ, କନ୍ଧମାଳର ୭୫ ବର୍ଷୀୟ, ମାଲକାନଗିରିର ଜଣେ ୪୧ ବର୍ଷୀୟ ପୁରୁଷ ଓ ବାଲେଶ୍ବରରୁ ଜଣେ ୫୧ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ୧୧ ଜଣଙ୍କ ଜୀବନ ନେଇଛି କରୋନା: ମୋଟ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୧ ଜଣଙ୍କ ଜୀବନ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪ ଜଣ, ଭୁବନେଶ୍ବରରୁ ୨ଜଣ, ଖୋର୍ଦ୍ଧାରୁ ଜଣେ, ବଲାଙ୍ଗିରିରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦୁଝରରୁ ଜଣେ ଏବଂ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ଚାରି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟ ପୁରୁଷ ଥିବାବେଳେ ଜଣେ ୬୨ ବର୍ଷୀୟ ପୁରୁଷ, ଅନ୍ୟ ଜଣେ ୬୦ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୫୫ ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି। ସେହିପରି ଭୁବନେଶ୍ବରରୁ ଦୁଇ ଜଣଙ୍କ ମଧ୍ୟରୁ ଜଣେ ୭୨ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୭୦ ବର୍ଷୀୟ ପୁରୁଷ। ଖୋର୍ଦ୍ଧା  ଜିଲ୍ଲାରୁ  ୭୫ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିରିରୁ ଜଣେ ୬୫ ବର୍ଷୀୟ ମହିଳା, କନ୍ଧମାଳରୁ ଜଣେ ୫୦ ବର୍ଷୀୟ ପୁରୁଷ, କେନ୍ଦୁଝରରୁ ଜଣେ ୪୬ ବର୍ଷୀୟ ପୁରୁଷ ଏବଂ ପୁରୀରୁ ଜଣେ ୪୬ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ତେବେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି 10ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 556କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରୁ 10 ଜଣଙ୍କ ମୃତ୍ୟୁ ହୋଇଛି। ଆଜି ରାଜ୍ୟରୁ ଗଞ୍ଜାମରୁ ତିନିଜଣ, କଟକ, ବାଲେଶ୍ବର, ଭୁବନେଶ୍ବର, କଳାହାଣ୍ଡି, କୋରାପୁଟ, ନୟାଗଡ, ରାୟଗଡାରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟସ୍ବାସ୍ଥ୍ୟ ଓ ପରିବାର ବିଭାଗ ଟୁଇଟ୍‌ ଯୋଗେ ସୂଚନା ଦେଇଛି। ଆଜି ରାଜ୍ୟରେ 10ଜଣଙ୍କର ମୃତ୍ୟୁ ହେବା ପରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା 556କୁ ବୃଦ୍ଧି ହୋଇଛି।

ବାଲେଶ୍ବରରୁ 56 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 53 ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି କଳାହାଣ୍ଡିରୁ 55 ବର୍ଷୀୟ ପୁରୁଷ, କୋରାପୁଟରୁ 70 ବର୍ଷୀୟ ପୁରୁଷ, ନୟାଗଡରୁ 55 ବର୍ଷୀୟ ପୁରୁଷ, ରାୟଗଡାରୁ 60 ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି ଗଞ୍ଜାମରୁ ଆଜି ତିନି ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 38, 52, 59 ରହିଛି । କଟକରୁ ଆଜି ଜଣେ 70 ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ସର୍ବମୋଟ କୋରୋନଜନିତ ମୃତ୍ୟୁ ସଂଖ୍ୟା ୪୮୨

ଭୁବନେଶ୍ବର: ଆଜି ରାଜ୍ୟରୁ କରୋନାରେ ମୃତ୍ୟୁବରଣ କଲେ ୧୨ ଜଣ କରୋନା ଆକ୍ରାନ୍ତ। ରାଜ୍ୟରେ ସର୍ବମୋଟ କୋରୋନଜନିତ ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪ ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ସୁନ୍ଦରଗଡ, ନବରଙ୍ଗପୁର, ପୁରୀରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲା, କଟକ, ରାୟଗଡା, ଯାଜପୁରରୁ ଏବଂ ମାଲକାନଗିରିରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।

ତେବେ ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣେ ୩୫ ବର୍ଷୀୟ ପୁରୁଷ, ଜଣେ ୩୦ ବର୍ଷୀୟ ଯୁବକ, ଜଣେ ୬୫ ବର୍ଷିୟା ମହିଳା ଏବଂ ଜଣେ ୫୦ ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି ଭୁବନେଶ୍ବରରୁ ଜଣେ ୫୩ ବର୍ଷୀୟ ପୁରୁଷ, କଟକରୁ ଜଣେ ୬୩ ବର୍ଷୀୟ ପୁରୁଷ, ଯାଜପୁରରୁ ଜଣେ ୬୨ ବର୍ଷୀୟ ମହିଳା , ମାଲକାନଗିରିରୁ ଜଣେ ୫୯ ବର୍ଷୀୟ ପୁରୁଷ, ନବରଙ୍ଗପୁରରୁ ଜଣେ ୬୨ ବର୍ଷୀୟ ପୁରୁଷ, ପୁରୀରୁ ଜଣେ ୪୮ ବର୍ଷୀୟ ପୁରୁଷ, ରାୟଗଡାରୁ ଜଣେ ୭୦ ବର୍ଷୀୟ ପୁରୁଷ ଏବଂ  ସୁନ୍ଦରଗଡରୁ ଜଣେ ୫୯ ବର୍ଷିୟା ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

କରୋନାରେ ପ୍ରାଣ ହରାଇଲେ ପଶ୍ଚିମବଙ୍ଗର ତୃଣମୂଳ ବିଧାୟକ ସମରେଶ ଦାସ

କୋଲକାତା : ସାରା ଦେଶରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ବହୁ ରାଜନୈତିକ ହସ୍ତୀମାନଙ୍କର ମଧ୍ୟ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ୟୁପିର ଦୁଇଜଣ ମନ୍ତ୍ରୀ କରୋନାରେ ପ୍ରାଣ ହରାଇଥିବାବେଳେ ଆଜି ପଶ୍ଚିମବଙ୍ଗର ଜଣେ ଟିଏମ୍ସି ବିଧାୟକ କରୋନାରେ ପ୍ରାଣ ହରାଇଛନ୍ତି ।

ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ପଶ୍ଚିମବଙ୍ଗର ତୃଣମୂଳ ବିଧାୟକ ସମରେଶ ଦାସ ସୋମବାର ଦିନ ପ୍ରାଣ ହରାଇଛନ୍ତି । ଏଗ୍ରା ବିଧାନସଭା ଆସନର ବିଧାୟକ ତଥା ପୂର୍ବ ମେଦିନୀପୁର ବାସିନ୍ଦା ଦାସ କରୋନା ପ୍ରଭାବରେ 76 ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ।  ଶ୍ରୀଦ ଦାସ କରୋନା ସହିତ ସେ ହୃଦରୋଗ ଏବଂ କିଡନୀ ସମସ୍ୟାରେ ମଧ୍ୟ ପୀଡିତ ଥିଲେ ।

ସମରେଶ ଦାସଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ଦାସ ପୂର୍ବରୁ ଫାଲଟା ଆସନରୁ ତିନି ଥର ବିଧାୟକ ରହି ସାରିଛନ୍ତି । (ଏଜେନ୍ସି)

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଭାରତରେ କୋଭିଡ ମୃତ୍ୟୁହାର ୨ ପ୍ରତିଶତରୁ କମ୍‌, ବିଶ୍ୱରେ ଅନ୍ୟତମ ସର୍ବନିମ୍ନ

ନୂଆଦିଲ୍ଲୀ, ଭାରତରେ କରୋନା ସଂକ୍ରମିତଙ୍କ ମୃତ୍ୟୁହାର କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି। ଏବେ ଭାରତରେ ଏହି ମୃତ୍ୟୁହାର ବିଶ୍ୱରେ ଅନ୍ୟତମ ସର୍ବନିମ୍ନ। ଆଜିସୁଦ୍ଧା ଏହି ହାର ୧.୯୩ ଶତାଂଶ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସମନ୍ୱିତ ଉଦ୍ୟମ ଫଳରେ କୋଭିଡ୍ ମୃତ୍ୟୁହାର କମିବାରେ ଲାଗିଛି ଏବଂ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି। ଆମେରିକାରେ ୫୦ ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପାଇଁ ୨୩ ଦିନ ଲାଗିଥିବାବେଳେ ବ୍ରାଜିଲରେ ଏହା ୯୫ ଦିନ ଓ ମେକ୍ସିକୋରେ ୧୪୧ ଦିନ। ଭାରତରେ ଏହି ମୃତ୍ୟୁସଂଖ୍ୟା ଟପିବା ପାଇଁ ୧୫୬ ଦିନ ଲାଗିଛି।

କରୋନା ଆକ୍ରାନ୍ତଙ୍କୁ ହସପିଟାଲରେ ଚିକିତ୍ସା, ସ୍ୱଳ୍ପ ଆକ୍ରାନ୍ତଙ୍କୁ ଘରୋଇ ଏକାନ୍ତବାସରେ ରଖି ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖିବା, ନନ୍‌ଇନ୍‌ଭେସିଭ ଅକ୍ସିଜେନ ସପୋର୍ଟ, ରୋଗୀଙ୍କ ଯିବା ଆସିବା ପାଇଁ ଉତ୍ତମ ଆମ୍ବୁଲାନ୍ସ ସେବା ଓ ଉପଯୁକ୍ତ ଚିକିତ୍ସା ଫଳରେ ଭାରତରେ କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରିତ ଅବସ୍ଥାରେ ରହିଛି। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଛି। ଚିକିତ୍ସା କ୍ଷେତ୍ରରେ ଓ ରୋଗୀଙ୍କୁ ଠାବ କରିବାରେ ଡାକ୍ତର ଏବଂ ଆଶାକର୍ମୀମାନେ ଅହର୍ନିଶ କାର୍ଯ୍ୟ କରୁଛନ୍ତି।

କୋଭିଡ୍ ଚିକିତ୍ସାରେ ଦିଲ୍ଲୀ ଏମ୍ସର ବିଶେଷଜ୍ଞମାନେ ବୈଷୟିକ ପରାମର୍ଶ ଟେଲି କନ୍‌ସଲଟେସନ ଜରିଆରେ ଯୋଗାଉଛନ୍ତି। ସମଗ୍ର ବ୍ୟବସ୍ଥାଟି ସୁସଂହତ ଓ ଶୃଙ୍ଖଳିତଭାବେ ଚାଲିଥିବାରୁ ଭାରତର କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବା କେସ୍ ଫାର୍ଟାଲିଟି ରେଟ୍ ବିଶ୍ୱହାରଠାରୁ ତଳେ ରହିଛି। ସରକାରଙ୍କ ସକ୍ରିୟ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ଫଳରେ ରୋଗୀମାନଙ୍କୁ ଚିହ୍ନଟ କରି ତୁରନ୍ତ ପରୀକ୍ଷା କରାଯାଇ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଫଳରେ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବୃଦ୍ଧି ପାଉଛି। ପ୍ରତିଦିନ ଅଧିକରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ।

ବର୍ତ୍ତମାନ ସୁଦ୍ଧା ଆରୋଗ୍ୟଙ୍କ ହାର ପ୍ରାୟ ୭୨ ଶତାଂଶରେ ପହଞ୍ଚିଛି ଏବଂ ଆହୁରି ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବେ ବୋଲି ସୂଚନା ମିଳୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୩,୩୨୨ ରୋଗୀ ସୁସ୍ଥ ହେବାପରେ ସେମାନଙ୍କୁ ହସ୍ପିଟାଲରୁ ଛାଡି ଦିଆଯାଇଛି । ଏଥିସହିତ ମୋଟ କୋଭିଡ୍ ମୁକ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୮ ଲକ୍ଷ ୬୨ ହଜାର ୨୫୮ରେ ପହଞ୍ଚିଛି।

ଆରୋଗ୍ୟ ହାରରେ ଦ୍ରୁତ ଉନ୍ନତି ନିଶ୍ଚିତ କରିଛି ଯେ ଦେଶରେ କେସ୍ ଲୋଡ ବା ଆକ୍ରାନ୍ତଙ୍କ ହାର କମୁଛି। ଏବେ ଦେଶରେ ପ୍ରକୃତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୭ ହଜାର ୪୪୪ ରହିଛି। ମୋଟ ପଜିଟିଭ୍ କେସ୍‌ର ଏହା ମାତ୍ର ୨୬.୧୬ ଶତାଂଶ। ଗତ ୨୪ ଘଣ୍ଟା ମଧ୍ୟରେ ଏହା ମଧ୍ୟ ଆହୁରି ହ୍ରାସ ପାଇଛି। ସରକାର ସନ୍ଦିଗ୍ଧ କୋଭିଡ୍ ଆକ୍ରାନ୍ତଙ୍କ ପରୀକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ ଏବଂ ବ୍ୟାପକ କରିଥିବାରୁ ଏବେ ଏହି ସଂଖ୍ୟା ପ୍ରାୟ ୩ କୋଟିରେ ପହଞ୍ଚିଲାଣି।

ଗତ ୨୪ ଘଣ୍ଟାରେ ୭ ଲକ୍ଷ ୪୬ ହଜାର ୬୦୮ ଜଣଙ୍କର ପରୀକ୍ଷା କରାଯାଇଥିବାବେଳେ ମୋଟ ନମୁନା ପରୀକ୍ଷା ସଂଖ୍ୟା ୨ କୋଟି ୯୩ ଲକ୍ଷ ୯ ହଜାର ୭୦୩ରେ ପହଞ୍ଚିଛି। ଦେଶରେ ପରୀକ୍ଷାଗାର ସଂଖ୍ୟା ବୃଦ୍ଧି ଫଳରେ ଏହା ସମ୍ଭବ ହୋଇଛି। ଏବେ ୯୬୯ଟି ସରକାରୀ ଏବଂ ୫୦୦ ଘରୋଇ ପରୀକ୍ଷାଗାରକୁ ମିଶାଇ ମୋଟ ୧୪୬୯ଟି ପରୀକ୍ଷାଗାରରେ ଏହି ପରୀକ୍ଷା କରାଯାଉଛି।

ଏଥିରେ ବିଭିନ୍ନ ପ୍ରକାର ପରୀକ୍ଷାଗାର ରହିଛି । ସେଥିମଧ୍ୟରୁ ରିୟଲ ଟାଇମ୍ ପିସିଆର ଭିତ୍ତିକ ପରୀକ୍ଷାଗାର ସଂଖ୍ୟା ୭୫୪। ଏଥିରେ ୪୫୦ ସରକାରୀ ଏବଂ ୩୦୪ ଘରୋଇ ପରୀକ୍ଷାଗାର ରହିଛି। ସେହିଭଳି ଦେଶରେ ମୋଟ ୫୯୮ଟି ଟ୍ରୁ ନ୍ୟାଟ ଭିତ୍ତିକ ପରୀକ୍ଷାଗାର ରହିଛି । ସେଥିରେ ୪୮୫ ସରକାରୀ ଓ ୧୧୩ ଘରୋଇ। ସେହିଭଳି ଦେଶରେ ଏବେ ସିବିଏନ୍‌ଏଏଟି ଭିତ୍ତିକ ୧୧୭ଟି ପରୀକ୍ଷାଗାର ରହିଛି। ସେଥିରୁ ସରକାରୀ ୩୪ଟି ଏବଂ ଘରୋଇ ୮୩ଟି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 10 ଜଣଙ୍କ ମୃତ୍ୟୁ : କରୋନା ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି ଦଶ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଓ  ଭୁବନେଶ୍ବରରୁ 2 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ କଟକ, ବଲାଙ୍ଗିର, ଯାଜପୁର  କନ୍ଧମାଳ,ସୋନପୁର, ଭଦ୍ରକରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବାଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 32 ବର୍ଷୀୟା ମହିଳା ଥିବାବେଳେ ଜଣେ 55 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଗଞ୍ଜାମରୁ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 67 ଓ 66 ବର୍ଷ ବୋଲି ସୂଚନାରହିଛି । ସେହିପରି କଟକରୁ ମୃତ୍ୟବରଣ କରିଥିବା ଆକ୍ରାନ୍ତଙ୍କ ବୟସ 60ବର୍ଷ ଓ ବଲାଙ୍ଗିରରୁ ମୃତ୍ୟୁବରଣ କରିଥିବା 62 ବର୍ଷ ବୋଲି ସୂଚନା ରହିଛି । ଭଦ୍ରକ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 75 ବର୍ଷ ବୋଲି ସୂଚନା ରହିଛି । ସେହିପରି  ସୋନପୁରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 45 ବର୍ଷ ବୋଲି ସୂଚନା ରହିଛି ।କନ୍ଧମାଳର ମୃତକ ବୟସ 59 ବର୍ଷ ପୁରୁଷ ବୋଲି ସୂଚନା ରହିଥିବାବେଳେ ଯାଜପୁର ମୃତକଙ୍କ ବୟସ 60 ବର୍ଷ ବୋଲି ସୂଚନା ରହିଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ 153ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଏହା 44କୁ ବୃଦ୍ଧି ହୋଇଥିବାବେଳେ ଭୁବନେଶ୍ବରରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ହୋଇଛି । ସେହିପରି କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 17 ଓ ଭଦ୍ରକରେ ଏହା 5କୁ ବୃଦ୍ଧି ହୋଇଛି । ହୋଇଥିବାବେଳେ କନ୍ଧମାଳରେ 7କୁ ବୃଦ୍ଧି ହୋଇଛି । ସେହିପରି ସୋନପୁର ଓ ବଲାଙ୍ଗିରରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁବରଣ କରିଛନ୍ତି ।

 

Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି 12 ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 12 ଜଣଙ୍କ ଜୀବନ ନେଲା କରୋନା । ଗଞ୍ଜାମ, କନ୍ଧମାଳ, କେଉଁଝର ଓ ଖୋର୍ଦ୍ଧା ଜିଲ୍ଳାରୁ 2 ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ  ବାଲେଶ୍ବର, ବରଗଡ, ଗଜପତି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି ହୋଇଥିବାବେଳ ଗଞ୍ଜାମ ଜିଲ୍ଲାରେ ଏହା 125କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 33କୁ ବୃଦ୍ଧି ହୋଇଛି । ବାଲେଶ୍ବରରୁ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଥିବାବେଳେ ଗଜପତିରେ ଏହା 16କୁ ବୃଦ୍ଧି ହୋଇଛି । ସୁନ୍ଦରଗଡରେ ଏବେସୁଦ୍ଧା 17ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବରଗଡରେ ମୃତ୍ୟୁସଂଖ୍ୟା 2କୁ ବୃଦ୍ଧି ହୋଇଛି ।

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ(ଅନ୍ୟାନ୍ୟ)
ଗଞ୍ଜାମ 12633 9611 2889 125 8
ଖୋର୍ଦ୍ଧା 6103 2817 3244 33 9
କଟକ 2953 1915 1023 11 4
ସୁନ୍ଦରଗଡ 2110 1364 726 17 3
ଗଜପତି 1904 1299 588 16 1
ଯାଜପୁର 1563 1216 343 3 1
ରାୟଗଡା 1461 856 595 10 0
ବାଲେଶ୍ବର 1318 898 412 4 4
ପୁରୀ 1218 688 524 4 2
କୋରାପୁଟ 1144 524 620 0 0
କେଉଁଝର 1011 759 246 4 2
ସମ୍ବଲପୁର 987 426 559 2 0
ନୟାଗଡ 903 525 372 4 2
ମୟୂରଭଞ୍ଜ 861 594 263 1 3
ଜଗତସିଂହପୁର 858 680 176 2 0
ଭଦ୍ରକ 856 603 245 4 4
କନ୍ଧମାଳ 840 442 393 5 0
ମାଲ୍‌କାନଗିରି 836 414 417 2 3
କେନ୍ଦ୍ରାପଡା 649 467 178 3 1
ବଲାଙ୍ଗିର 631 399 232 0 0
ବରଗଡ 583 389 192 2 0
ଢେଙ୍କାନାଳ 531 317 213 1 0
କଳାହାଣ୍ଡି 463 171 290 2 0
ଅନୁଗୁଳ 427 303 122 2 0
ଝାରସୁଗୁଡା 385 309 75 1 0
ନବରଙ୍ଗପୁର 347 263 82 1 1
ବୌଦ୍ଧ 203 137 66 0 0
ନୂଆପଡା 163 125 38 0 0
ସୋନପୁର 156 93 63 0 0
ଦେବଗଡ 96 94 2 0 0
Categories
ଆଜିର ଖବର ଜାତୀୟ ଖବର

କରୋନାରେ ଆଉ ଜଣେ ରାଜନେତାଙ୍କ ମୃତ୍ୟୁ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲ ନୀଲାଙ୍ଗେକରଙ୍କ ପରଲୋକ

ମହାରାଷ୍ଟ୍ର : କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀରାଓ ପାଟିଲ ନୀଲାଙ୍ଗେକରଙ୍କ ଦେହାନ୍ତ ହୋଇଛି। 88 ବର୍ଷୀୟ ଶିବାଜୀରାଓ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ଗତ ମାସରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା, ପରେ ତାଙ୍କୁ ପୁନେର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶିବାଜୀ ପାଟିଲ ନୀଲାଙ୍ଗେକର 1985 ରୁ 1986 ମସିହା ପର୍ଯ୍ୟନ୍ତ କିଛି ସମୟ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣରେ ବହୁ ବଡ ବଡ ରାଜନେତା ମାନେ ସଂକ୍ରମିତ ହୋଇଛନ୍ତି । ନିକଟରେ ଗୃହ ମନ୍ତ୍ରୀ ଅମିତ୍‌ ଶାହା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ବିଚାରପତି ରଞ୍ଜନ ଗୋଗେଇ ପ୍ରମୁଖ ଏହି କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । ନିକଟରେ ୟୁପିର ଜଣେ କ୍ୟାବିନେଟ୍‌ ମନ୍ତ୍ରୀ କରୋନା ଯୋଗୁ୍ଁ ପ୍ରାଣ ହରାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆଜି 4 ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 83କୁ ବୃଦ୍ଧି

ଭୁବନେଶ୍ବର : ଆଜି ପୁଣି 4 ଜଣଙ୍କ ମୁଣ୍ଡ ନେଇଛି କରୋନା ।  ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 2 ଜଣ ଥିବାବେଳେ ଗଜପତି ଓ ଅନୁଗୁଳରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି ।

ଆଜି ଗଞ୍ଜାମରୁ ଦୁଇ ଜଣ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରେ ମୃତକଙ୍କ ସଂଖ୍ୟା 50କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ ମୃତକଙ୍କ ସଂଖ୍ୟା 83କୁ ବୃଦ୍ଧି ହୋଇଛି ।

ଗଞ୍ଜାମରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ଜଣେ 57 ବର୍ଷୀୟ ପୁରୁଷ ଥିବାବେଳେ ସେ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଆକ୍ରାନ୍ତ ଜଣକ 60 ବର୍ଷୀୟ ପୁରୁଷ ହୋଇଥିବାବେଳେ ସେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ ।

ଅନୁଗୁଳ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ ବୟସ 66 ବର୍ଷ ବୋଲି ଜଣାପଡିଥିବାବେଳେ ସେ ନ୍ୟୁରୋଏଣ୍ଡ୍ରୋକ୍ରାଇନ୍‌ ଟ୍ୟୁମୋରରେ ପୀଡ଼ିତ ଥିଲେ ।  ସେହିପରି ଗଜପତି ଜିଲ୍ଲାରୁ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଜଣଙ୍କ ବୟସ 56 ବର୍ଷ । ସେ ଡାଇବେଟିସ୍‌ ସହିତ ହୃଦ୍‌ ରୋଗରେ ପୀଡ଼ିତଥିଲେ ।

ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ସଂଖ୍ୟା 26କୁ ବୃଦ୍ଧି ହୋଇଛି ।

ସେହିପରି ଆଜି ଆଉ ଦୁଇଜଣ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହି ଦୁଇ ମୃତକଙ୍କ ମଧ୍ୟରେ ଜଣେ ଯାଜପୁରର 62 ବର୍ଷୀୟା ମହିଳା ରହିଛନ୍ତି । ଅନ୍ୟ ଜଣେ ଭଦ୍ରକର 55 ବର୍ଷୀୟ ପୁରୁଷ ରହିଛନ୍ତି ।