Categories
ଆଜିର ଖବର ରାଜ୍ୟ ଖବର

କରୋନା ଯୋଗୁଁ ସେଭେନ୍‌ ବାଟାଲିଅନ୍‌ର ଜଣେ ସିପାହୀ ମୃତ

ଭୁବନେଶ୍ବର : ଭୁବନେଶ୍ବରର ସେଭେନ୍‌ ବାଟାଲିଅନ୍‌ର ଜଣେ ସିପାହୀଙ୍କ ମୃତ୍ୟୁ । ଶନିବାର ଦିନ ଅସୁସ୍ଥ ହୋଇ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶନିବାର ବିଳମ୍ବିତ ରାତ୍ରିରେ ସମ୍ପୃ୍କ୍ତ ସିପାହୀଙ୍କ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ମୃତ୍ୟୁ ପରେ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିବା ବୋଲି ସୂଚନା ରହିଛି । ରିପୋର୍ଟ ପଜିଟିଭ୍‌ ଆସିଥିବା କମିଶନରେଟ୍‌ ପୋଲିସ୍‌ ସୂତ୍ରରୁ ସୂଚନା ମିଳିଛି ।

କରୋନା ଯୋଗୁଁ କରୋନା ଯୋଦ୍ଧାମାନେ ଏବେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । କରୋନା ଯୋଗୁଁ ନିକଟରେ ଜଣେ ଓଡ଼ିଆ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଜଣେ ସିପାହୀଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଏଯାବତ୍‌ କରୋନା ଜନିତ ମୃତ୍ୟୁ 70କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର ନିକଟତର ହୋଇଛି । ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କସଂଖ୍ୟା 13 ହଜାର 737ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ 8,750 ଜଣ ସୁସ୍ଥ ହୋଇଥିବାବେଳେ 4,896 ଜଣ ଚିକିତ୍ସାଧୀନ ଅଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଗତ 24 ଘଣ୍ଟାରେ ଆମେରିକାରେ ରେକର୍ଡ ସଂଖ୍ୟକ ମୃତ୍ୟୁ, ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ ପାର୍‌

ନୂଆଦିଲ୍ଲୀ : ଚୀନ୍‌ ସହରରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଏବେ ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ଆମେରିକାରେ ଗତ 24 ଘଣ୍ଟା ମଧ୍ୟରେ ଦୁଇ ହଜାର 224 ଜଣଙ୍କର ମୃତ୍ୟୁ ହୋଇଛି, ଯାହା ଏକ ଦିନରେ ସବୁଠାରୁ ଅଧିକ ମୃତ୍ୟୁ ହୋଇଛି ରେକର୍ଡ ହୋଇଛି । ଆମେରିକାରେ କରୋନା ସଂକ୍ରମିତ ମାମଲା ମଧ୍ୟ ବଢିବାରେ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ ଆମେରିକାରେ ଏହି ସଂକ୍ରମଣ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 6ଲକ୍ଷ13 ହଜାର 886ଟି ମାମଲା ସାମ୍ନାକୁ ଆସିଛି । ଏଥିରୁ 5 ଲକ୍ଷ49 ହଜାର 19ଜଣ ଆକ୍ଟିଭ୍‌ ରହିଛନ୍ତି । ସେହିପରି 13 ହଜାର 473ଜଣ ଗମ୍ଭୀର ରୂପରେ ବେମାର ଅଛନ୍ତି । ଦେଶରେ ଏପର୍ଯ୍ୟନ୍ତ 26 ହଜାର 47ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି 38 ହଜାର 820ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ ସର୍ବାଧିକ କରୋନା ଜନିତ ମାମଲା ନ୍ୟୁୟର୍କ ସହରରୁ ହିଁ ଆସିଛି । ନ୍ୟୁୟର୍କରେ କେବଳ 10 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ଏହି ସହରରେ ସବୁଠାରୁ ଅଧିକ ଆକ୍ରାନ୍ତ ରହିଛନ୍ତି । ଏଠାରେ 2 ଲକ୍ଷ 3 ହଜାର 123 ଜଣ ଆକ୍ରାନ୍ତ ରହିଛନ୍ତି।

ସେହିପରି ବିଶ୍ବ ସ୍ତରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 20 ଲକ୍ଷରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା 1 ଲକ୍ଷ 26 ହଜାର 604 ରହିଛି । ଆମେରିକା 1 ଲକ୍ଷ 74 ହଜାର ସଂକ୍ରମିତ ମାମଲା ସହ ସ୍ପେନ୍‌ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ମୃତକଙ୍କ ମଧ୍ୟରେ ଇଟାଲୀ ଦ୍ବିତୀୟ ସ୍ଥାନରେ ରହିଛି । ଇଟାଲୀରେ ଏପର୍ଯ୍ୟନ୍ତ 21 ହଜାର 67 ଜଣଙ୍କ ମୃତ୍ୟୁ ହୋଇଛି । ସ୍ପେନ୍‌ରେ 18 ହଜାର 255ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗରେ ଆଉ ଜଣକଙ୍କର ମୁଣ୍ଡ ନେଲା କରୋନା, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 26ରେ ପହଞ୍ଚିଲା

କୋଲକାତା : ପଶ୍ଚିମବଙ୍ଗରେ କରୋନା ଭାଇରସ୍‌ ଯୋଗୁଁ ପୁଣି ଆଉଜଣକର ମୃତ୍ୟୁ ହୋଇଛି। ହାଓ୍ବଡା ଜିଲ୍ଲାର ହସ୍ପିଟାଲ୍‌ରେ ଏହି ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ନୂଆ ଚାରୋଟି ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 26କୁ ବୃଦ୍ଧି ପାଇଛି । ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1400 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 32କୁ ଟପିଛି ।

ଦିଲ୍ଲୀର ନିଜାମୁଦ୍ଦିନ୍‌ ସଂକ୍ରମଣକୁ ନେଇ ଏବେ ଦେଶରେ ଚିନ୍ତା ବଢିଯାଇଛି । ଦିଲ୍ଲୀର ନିଜାମୁଦ୍ଦୀନରେ ଆୟୋଜିତ ତବଲିଗୀ ଜମାତ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିଥିବା 10 ଜଣ ଲୋକଙ୍କ କରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଏମାନଙ୍କ ମଧ୍ୟରୁ ଅଧଂକାଶ ତେଲେଙ୍ଗାନାରେ ହିଁ ମୃତ୍ୟୁ ହୋଇଛି । ମାର୍ଚ୍ଚ 13ରୁ 15 ପର୍ଯ୍ୟନ୍ତ ଏହି ଧାର୍ମିକ ଉତ୍ସବରେ ପ୍ରାୟ 15ଶହ ଲୋକ ମହଜୁଦ ରହିଥିଲେ । ଏହି ଉତ୍ସବରେ ସାଉଦି ଆରବ, ଇଣ୍ଡୋନେସିଆ, ମାଲେସିଆରୁ ପ୍ରାୟ 250ରୁ ଉର୍ଦ୍ଧ୍ବ ଜଣ ଲୋକେ ରହିଥିଲେ। ଏହି ଧାର୍ମିକ ଉତ୍ସବରେ ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ତେଲେଙ୍ଗାନରୁ ବହୁ ଲୋକ ସାମିଲ୍‌ ହୋଇଥିଲେ ।

ସେହିପରି ଦିଲ୍ଲୀର ନିଜାମୁଦ୍ଦିନ୍‌ ଧାର୍ମିକ ସଭାରେ କେତେ ଜଣ ଓଡ଼ିଆ ରହିଥିଲେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେହି କେହି 10 ଜଣ ଓଡ଼ିଆ ପ୍ରତିନିଧି ଯୋଗ ଦେଇଥିବାର କହୁଥିବାବେଳେ କେହି କେହି 15 ଜଣ ଯୋଗଦେଇଥିଲେ ବୋଲି କହୁଛନ୍ତି । ତେବେ ପ୍ରକୃତରେ ଓଡ଼ିଶାରୁ କେତେଜଣ ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗଦେଇଥିଲେ, ସେନେଇ ରାଜ୍ୟ ସରକାରଙ୍କ ତରଫରୁ କୌଣସି ଉତ୍ତର ରଖାଯାଇନାହିଁ ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁକାଶ୍ମୀରରୁ ଦ୍ବିତୀୟ ମୁଣ୍ଡ ନେଲା କରୋନା

ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମୀରରୁ କରୋନା ଭାଇରସ୍‌ ଯୋଗୁଁ ଆଉ ଜଣକର ମୃତ୍ୟୁ ହୋଇଛି । ଏହି ପୀଡ଼ିତଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। କାଶ୍ମୀରର ବାରମୂଲା ଜିଲ୍ଲାର ଏହି ବ୍ୟକ୍ତି ଜଣଙ୍କ ବୟସ 62 ବର୍ଷ। ସେ ହୃଦରୋଗରେ ପୀଡ଼ିତ ଥିବାବେଳେ ଆଜି ସକାଳ 4ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଗୁରୁବାର ଦିନ ଜମ୍ମୁକାଶ୍ମୀରର ହୈଦରପୁରଠାରେ ମଧ୍ୟ 65 ବର୍ଷୀୟ ବ୍ୟକ୍ତିଙ୍କର କରୋନା ଜନିତ ମୃତ୍ୟୁ ହୋଇଥିଲା। ଭାରତରେ କରୋନା ଜନିତ ମୃତ୍ୟୁ ଏବେ 21ରେ ପହଞ୍ଚିଥିବାବେଳେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି। ଏହା ପଛକୁ କେରଳ ରହିଛି। ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ପାଞ୍ଚ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି।