ଗତ 24 ଘଣ୍ଟାରେ ଆମେରିକାରେ ରେକର୍ଡ ସଂଖ୍ୟକ ମୃତ୍ୟୁ, ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ ପାର୍‌

Published: Apr 15, 2020, 8:24 am IST

ନୂଆଦିଲ୍ଲୀ : ଚୀନ୍‌ ସହରରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଏବେ ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ଆମେରିକାରେ ଗତ 24 ଘଣ୍ଟା ମଧ୍ୟରେ ଦୁଇ ହଜାର 224 ଜଣଙ୍କର ମୃତ୍ୟୁ ହୋଇଛି, ଯାହା ଏକ ଦିନରେ ସବୁଠାରୁ ଅଧିକ ମୃତ୍ୟୁ ହୋଇଛି ରେକର୍ଡ ହୋଇଛି । ଆମେରିକାରେ କରୋନା ସଂକ୍ରମିତ ମାମଲା ମଧ୍ୟ ବଢିବାରେ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ ଆମେରିକାରେ ଏହି ସଂକ୍ରମଣ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 6ଲକ୍ଷ13 ହଜାର 886ଟି ମାମଲା ସାମ୍ନାକୁ ଆସିଛି । ଏଥିରୁ 5 ଲକ୍ଷ49 ହଜାର 19ଜଣ ଆକ୍ଟିଭ୍‌ ରହିଛନ୍ତି । ସେହିପରି 13 ହଜାର 473ଜଣ ଗମ୍ଭୀର ରୂପରେ ବେମାର ଅଛନ୍ତି । ଦେଶରେ ଏପର୍ଯ୍ୟନ୍ତ 26 ହଜାର 47ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି 38 ହଜାର 820ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ ସର୍ବାଧିକ କରୋନା ଜନିତ ମାମଲା ନ୍ୟୁୟର୍କ ସହରରୁ ହିଁ ଆସିଛି । ନ୍ୟୁୟର୍କରେ କେବଳ 10 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ଏହି ସହରରେ ସବୁଠାରୁ ଅଧିକ ଆକ୍ରାନ୍ତ ରହିଛନ୍ତି । ଏଠାରେ 2 ଲକ୍ଷ 3 ହଜାର 123 ଜଣ ଆକ୍ରାନ୍ତ ରହିଛନ୍ତି।

ସେହିପରି ବିଶ୍ବ ସ୍ତରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 20 ଲକ୍ଷରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା 1 ଲକ୍ଷ 26 ହଜାର 604 ରହିଛି । ଆମେରିକା 1 ଲକ୍ଷ 74 ହଜାର ସଂକ୍ରମିତ ମାମଲା ସହ ସ୍ପେନ୍‌ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ମୃତକଙ୍କ ମଧ୍ୟରେ ଇଟାଲୀ ଦ୍ବିତୀୟ ସ୍ଥାନରେ ରହିଛି । ଇଟାଲୀରେ ଏପର୍ଯ୍ୟନ୍ତ 21 ହଜାର 67 ଜଣଙ୍କ ମୃତ୍ୟୁ ହୋଇଛି । ସ୍ପେନ୍‌ରେ 18 ହଜାର 255ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts