ଆଜି 10ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 556କୁ ବୃଦ୍ଧି

Published: Sep 7, 2020, 11:50 am IST

ଭୁବନେଶ୍ବର : ଆଜି ରାଜ୍ୟରୁ 10 ଜଣଙ୍କ ମୃତ୍ୟୁ ହୋଇଛି। ଆଜି ରାଜ୍ୟରୁ ଗଞ୍ଜାମରୁ ତିନିଜଣ, କଟକ, ବାଲେଶ୍ବର, ଭୁବନେଶ୍ବର, କଳାହାଣ୍ଡି, କୋରାପୁଟ, ନୟାଗଡ, ରାୟଗଡାରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟସ୍ବାସ୍ଥ୍ୟ ଓ ପରିବାର ବିଭାଗ ଟୁଇଟ୍‌ ଯୋଗେ ସୂଚନା ଦେଇଛି। ଆଜି ରାଜ୍ୟରେ 10ଜଣଙ୍କର ମୃତ୍ୟୁ ହେବା ପରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା 556କୁ ବୃଦ୍ଧି ହୋଇଛି।

ବାଲେଶ୍ବରରୁ 56 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 53 ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି କଳାହାଣ୍ଡିରୁ 55 ବର୍ଷୀୟ ପୁରୁଷ, କୋରାପୁଟରୁ 70 ବର୍ଷୀୟ ପୁରୁଷ, ନୟାଗଡରୁ 55 ବର୍ଷୀୟ ପୁରୁଷ, ରାୟଗଡାରୁ 60 ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି ଗଞ୍ଜାମରୁ ଆଜି ତିନି ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 38, 52, 59 ରହିଛି । କଟକରୁ ଆଜି ଜଣେ 70 ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Related posts