ଆଜି ରାଜ୍ୟରେ ୧୧ ଜଣଙ୍କ ଜୀବନ ନେଇଛି କରୋନା: ମୋଟ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି

Published: Sep 9, 2020, 11:38 am IST

ଭୁବନେଶ୍ବର: ଆଜି ରାଜ୍ୟରେ ୧୧ ଜଣଙ୍କ ଜୀବନ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪ ଜଣ, ଭୁବନେଶ୍ବରରୁ ୨ଜଣ, ଖୋର୍ଦ୍ଧାରୁ ଜଣେ, ବଲାଙ୍ଗିରିରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦୁଝରରୁ ଜଣେ ଏବଂ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ଚାରି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟ ପୁରୁଷ ଥିବାବେଳେ ଜଣେ ୬୨ ବର୍ଷୀୟ ପୁରୁଷ, ଅନ୍ୟ ଜଣେ ୬୦ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୫୫ ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି। ସେହିପରି ଭୁବନେଶ୍ବରରୁ ଦୁଇ ଜଣଙ୍କ ମଧ୍ୟରୁ ଜଣେ ୭୨ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୭୦ ବର୍ଷୀୟ ପୁରୁଷ। ଖୋର୍ଦ୍ଧା  ଜିଲ୍ଲାରୁ  ୭୫ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିରିରୁ ଜଣେ ୬୫ ବର୍ଷୀୟ ମହିଳା, କନ୍ଧମାଳରୁ ଜଣେ ୫୦ ବର୍ଷୀୟ ପୁରୁଷ, କେନ୍ଦୁଝରରୁ ଜଣେ ୪୬ ବର୍ଷୀୟ ପୁରୁଷ ଏବଂ ପୁରୀରୁ ଜଣେ ୪୬ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ତେବେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି ହୋଇଛି।

Related posts