ଆଜି ରାଜ୍ୟରେ ୧୬ ଜଣଙ୍କ କରୋନାରେ ମୃତ୍ୟୁ: ମୃତ୍ୟୁ ସଂଖ୍ୟା ୭୫୨ କୁ ବୃଦ୍ଧି

Published: Sep 24, 2020, 11:59 am IST

ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୫୨କୁ ବୃଦ୍ଧି ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀରୁ ୪ ଜଣ, କେନ୍ଦ୍ରାପଡାରୁ ୨ ଏବଂ ବଲାଙ୍ଗିରି, ମୟୂରଭଞ୍ଜ, ନୟାଗଡ, ରାୟଗଡା ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣଙ୍କ ମଧ୍ୟରୁ ଭୁବନେଶ୍ଵର ମହାନଗରରେ ୩ ଜଣ ମୃତକଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟ ପୁରୁଷ, ଜଣେ ୭୬ ବର୍ଷୀୟ ପୁରୁଷ, ଜଣେ ୭୨ ବର୍ଷୀୟ ପୁରୁଷ ଏବଂ ଖୋର୍ଦ୍ଧା ଜିଲ୍ଲା ଉପଖଣ୍ଡରୁ ଜଣେ ୫୭ ବର୍ଷୀୟ ପୁରୁଷ ଓ ଜଣେ ୬୯ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେହିପରି ପୁରୀ ଜିଲ୍ଲାର ମୃତକଙ୍କ ମଧ୍ୟରୁ ଜଣେ ୭୯ ବର୍ଷୀୟ ପୁରୁଷ, ଜଣେ ୬୭ ବର୍ଷୀୟ ପୁରୁଷ, ଜଣେ ୮୨ ବର୍ଷୀୟ ପୁରୁଷ ଓ ଆଉ ଜଣେ ୩୯ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡାରୁ ମୃତକ ୨ ଜଣଙ୍କ ମଧ୍ୟରୁ ଜଣେ ୫୮ ବର୍ଷୀୟ ମହିଳା ଓ ଆଉ ଜଣେ ୮୨ ବର୍ଷୀୟ ପୁରୁଷ ଅଛନ୍ତି। ସେହିପରି ବଲାଙ୍ଗିରିରୁ ଜଣେ ୪୩ ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ ଜଣେ ୫୮ ବର୍ଷୀୟ ପୁରୁଷ, ନୟାଗଡରୁ ଜଣେ ୫୪ବର୍ଷୀୟ ପୁରୁଷ, ରାୟଗଡାରୁ ଜଣେ ୫୭ ବର୍ଷୀୟ ପୁରୁଷ, ଏବଂସୋନପୁରରୁ ଜଣେ ୭୦ ବର୍ଷୀୟ ପୁରୁଷ ଙ୍କ କରୋନାରେ ମୃତ୍ୟୁ ହୋଇଛି।

Related posts