କରୋନାରେ ପ୍ରାଣ ହରାଇଲେ ପଶ୍ଚିମବଙ୍ଗର ତୃଣମୂଳ ବିଧାୟକ ସମରେଶ ଦାସ

Published: Aug 17, 2020, 6:11 pm IST

କୋଲକାତା : ସାରା ଦେଶରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ବହୁ ରାଜନୈତିକ ହସ୍ତୀମାନଙ୍କର ମଧ୍ୟ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ୟୁପିର ଦୁଇଜଣ ମନ୍ତ୍ରୀ କରୋନାରେ ପ୍ରାଣ ହରାଇଥିବାବେଳେ ଆଜି ପଶ୍ଚିମବଙ୍ଗର ଜଣେ ଟିଏମ୍ସି ବିଧାୟକ କରୋନାରେ ପ୍ରାଣ ହରାଇଛନ୍ତି ।

ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ପଶ୍ଚିମବଙ୍ଗର ତୃଣମୂଳ ବିଧାୟକ ସମରେଶ ଦାସ ସୋମବାର ଦିନ ପ୍ରାଣ ହରାଇଛନ୍ତି । ଏଗ୍ରା ବିଧାନସଭା ଆସନର ବିଧାୟକ ତଥା ପୂର୍ବ ମେଦିନୀପୁର ବାସିନ୍ଦା ଦାସ କରୋନା ପ୍ରଭାବରେ 76 ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ।  ଶ୍ରୀଦ ଦାସ କରୋନା ସହିତ ସେ ହୃଦରୋଗ ଏବଂ କିଡନୀ ସମସ୍ୟାରେ ମଧ୍ୟ ପୀଡିତ ଥିଲେ ।

ସମରେଶ ଦାସଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ଦାସ ପୂର୍ବରୁ ଫାଲଟା ଆସନରୁ ତିନି ଥର ବିଧାୟକ ରହି ସାରିଛନ୍ତି । (ଏଜେନ୍ସି)

Related posts