Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତରେ କୋଭିଡ ମୃତ୍ୟୁହାର ୨ ପ୍ରତିଶତରୁ କମ୍‌, ବିଶ୍ୱରେ ଅନ୍ୟତମ ସର୍ବନିମ୍ନ
ଜାତୀୟ ଖବର

ଭାରତରେ କୋଭିଡ ମୃତ୍ୟୁହାର ୨ ପ୍ରତିଶତରୁ କମ୍‌, ବିଶ୍ୱରେ ଅନ୍ୟତମ ସର୍ବନିମ୍ନ

August 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଭାରତରେ କରୋନା ସଂକ୍ରମିତଙ୍କ ମୃତ୍ୟୁହାର କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି। ଏବେ ଭାରତରେ ଏହି ମୃତ୍ୟୁହାର ବିଶ୍ୱରେ ଅନ୍ୟତମ ସର୍ବନିମ୍ନ। ଆଜିସୁଦ୍ଧା ଏହି ହାର ୧.୯୩ ଶତାଂଶ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସମନ୍ୱିତ ଉଦ୍ୟମ ଫଳରେ କୋଭିଡ୍ ମୃତ୍ୟୁହାର କମିବାରେ ଲାଗିଛି ଏବଂ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି। ଆମେରିକାରେ ୫୦ ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପାଇଁ ୨୩ ଦିନ ଲାଗିଥିବାବେଳେ ବ୍ରାଜିଲରେ ଏହା ୯୫ ଦିନ ଓ ମେକ୍ସିକୋରେ ୧୪୧ ଦିନ। ଭାରତରେ ଏହି ମୃତ୍ୟୁସଂଖ୍ୟା ଟପିବା ପାଇଁ ୧୫୬ ଦିନ ଲାଗିଛି।

କରୋନା ଆକ୍ରାନ୍ତଙ୍କୁ ହସପିଟାଲରେ ଚିକିତ୍ସା, ସ୍ୱଳ୍ପ ଆକ୍ରାନ୍ତଙ୍କୁ ଘରୋଇ ଏକାନ୍ତବାସରେ ରଖି ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖିବା, ନନ୍‌ଇନ୍‌ଭେସିଭ ଅକ୍ସିଜେନ ସପୋର୍ଟ, ରୋଗୀଙ୍କ ଯିବା ଆସିବା ପାଇଁ ଉତ୍ତମ ଆମ୍ବୁଲାନ୍ସ ସେବା ଓ ଉପଯୁକ୍ତ ଚିକିତ୍ସା ଫଳରେ ଭାରତରେ କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରିତ ଅବସ୍ଥାରେ ରହିଛି। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଛି। ଚିକିତ୍ସା କ୍ଷେତ୍ରରେ ଓ ରୋଗୀଙ୍କୁ ଠାବ କରିବାରେ ଡାକ୍ତର ଏବଂ ଆଶାକର୍ମୀମାନେ ଅହର୍ନିଶ କାର୍ଯ୍ୟ କରୁଛନ୍ତି।

କୋଭିଡ୍ ଚିକିତ୍ସାରେ ଦିଲ୍ଲୀ ଏମ୍ସର ବିଶେଷଜ୍ଞମାନେ ବୈଷୟିକ ପରାମର୍ଶ ଟେଲି କନ୍‌ସଲଟେସନ ଜରିଆରେ ଯୋଗାଉଛନ୍ତି। ସମଗ୍ର ବ୍ୟବସ୍ଥାଟି ସୁସଂହତ ଓ ଶୃଙ୍ଖଳିତଭାବେ ଚାଲିଥିବାରୁ ଭାରତର କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବା କେସ୍ ଫାର୍ଟାଲିଟି ରେଟ୍ ବିଶ୍ୱହାରଠାରୁ ତଳେ ରହିଛି। ସରକାରଙ୍କ ସକ୍ରିୟ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ଫଳରେ ରୋଗୀମାନଙ୍କୁ ଚିହ୍ନଟ କରି ତୁରନ୍ତ ପରୀକ୍ଷା କରାଯାଇ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଫଳରେ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବୃଦ୍ଧି ପାଉଛି। ପ୍ରତିଦିନ ଅଧିକରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ।

ବର୍ତ୍ତମାନ ସୁଦ୍ଧା ଆରୋଗ୍ୟଙ୍କ ହାର ପ୍ରାୟ ୭୨ ଶତାଂଶରେ ପହଞ୍ଚିଛି ଏବଂ ଆହୁରି ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବେ ବୋଲି ସୂଚନା ମିଳୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୩,୩୨୨ ରୋଗୀ ସୁସ୍ଥ ହେବାପରେ ସେମାନଙ୍କୁ ହସ୍ପିଟାଲରୁ ଛାଡି ଦିଆଯାଇଛି । ଏଥିସହିତ ମୋଟ କୋଭିଡ୍ ମୁକ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୮ ଲକ୍ଷ ୬୨ ହଜାର ୨୫୮ରେ ପହଞ୍ଚିଛି।

ଆରୋଗ୍ୟ ହାରରେ ଦ୍ରୁତ ଉନ୍ନତି ନିଶ୍ଚିତ କରିଛି ଯେ ଦେଶରେ କେସ୍ ଲୋଡ ବା ଆକ୍ରାନ୍ତଙ୍କ ହାର କମୁଛି। ଏବେ ଦେଶରେ ପ୍ରକୃତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୭ ହଜାର ୪୪୪ ରହିଛି। ମୋଟ ପଜିଟିଭ୍ କେସ୍‌ର ଏହା ମାତ୍ର ୨୬.୧୬ ଶତାଂଶ। ଗତ ୨୪ ଘଣ୍ଟା ମଧ୍ୟରେ ଏହା ମଧ୍ୟ ଆହୁରି ହ୍ରାସ ପାଇଛି। ସରକାର ସନ୍ଦିଗ୍ଧ କୋଭିଡ୍ ଆକ୍ରାନ୍ତଙ୍କ ପରୀକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ ଏବଂ ବ୍ୟାପକ କରିଥିବାରୁ ଏବେ ଏହି ସଂଖ୍ୟା ପ୍ରାୟ ୩ କୋଟିରେ ପହଞ୍ଚିଲାଣି।

ଗତ ୨୪ ଘଣ୍ଟାରେ ୭ ଲକ୍ଷ ୪୬ ହଜାର ୬୦୮ ଜଣଙ୍କର ପରୀକ୍ଷା କରାଯାଇଥିବାବେଳେ ମୋଟ ନମୁନା ପରୀକ୍ଷା ସଂଖ୍ୟା ୨ କୋଟି ୯୩ ଲକ୍ଷ ୯ ହଜାର ୭୦୩ରେ ପହଞ୍ଚିଛି। ଦେଶରେ ପରୀକ୍ଷାଗାର ସଂଖ୍ୟା ବୃଦ୍ଧି ଫଳରେ ଏହା ସମ୍ଭବ ହୋଇଛି। ଏବେ ୯୬୯ଟି ସରକାରୀ ଏବଂ ୫୦୦ ଘରୋଇ ପରୀକ୍ଷାଗାରକୁ ମିଶାଇ ମୋଟ ୧୪୬୯ଟି ପରୀକ୍ଷାଗାରରେ ଏହି ପରୀକ୍ଷା କରାଯାଉଛି।

ଏଥିରେ ବିଭିନ୍ନ ପ୍ରକାର ପରୀକ୍ଷାଗାର ରହିଛି । ସେଥିମଧ୍ୟରୁ ରିୟଲ ଟାଇମ୍ ପିସିଆର ଭିତ୍ତିକ ପରୀକ୍ଷାଗାର ସଂଖ୍ୟା ୭୫୪। ଏଥିରେ ୪୫୦ ସରକାରୀ ଏବଂ ୩୦୪ ଘରୋଇ ପରୀକ୍ଷାଗାର ରହିଛି। ସେହିଭଳି ଦେଶରେ ମୋଟ ୫୯୮ଟି ଟ୍ରୁ ନ୍ୟାଟ ଭିତ୍ତିକ ପରୀକ୍ଷାଗାର ରହିଛି । ସେଥିରେ ୪୮୫ ସରକାରୀ ଓ ୧୧୩ ଘରୋଇ। ସେହିଭଳି ଦେଶରେ ଏବେ ସିବିଏନ୍‌ଏଏଟି ଭିତ୍ତିକ ୧୧୭ଟି ପରୀକ୍ଷାଗାର ରହିଛି। ସେଥିରୁ ସରକାରୀ ୩୪ଟି ଏବଂ ଘରୋଇ ୮୩ଟି ।

corona death
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ସାମ୍ବାଦିକ ପାୟଲ ମେହେଟ୍ଟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

September 20, 2026

ଏସ. ଜୟଶଙ୍କର ଏବଂ ସିବିଆଇ ନିର୍ଦ୍ଦେଶକଙ୍କୁ ମଧ୍ୟ ଏସଆଇଆର ନୋଟିସ: ଜାଣନ୍ତୁ କାହିଁକି?

September 20, 2026
Latest News

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.